Emoji Color Yellow କାହିଁକି: ଲାଲ, ସବୁଜ କି ବାଦାମୀ ନୁହେଁ, କ’ଣ ରହିଛି ଏହି ରଙ୍ଗ ପଛର ଇତିହାସ

ଆଜିକାଲିର ଡିଜିଟାଲ ଯୁଗରେ ବିଭିନ୍ନ ସୋସିଆଲ ମିଡ଼ିଆରେ ‘ଇମୋଜି’ର ବ୍ୟବହାର ବହୁଳ ମାତ୍ରାରେ କରାଯାଉଛି । ତେବେ ଇମୋଜର ରଙ୍ଗ କାହିଁକି ହଳଦିଆ ହେଲଳ । ଲାଲ, ସବୁଜ, ବାଇଗଣୀ କି ବାଦାମୀ ରଙ୍ଗ କାହିଁକି ହେଲାନି । ଏ ବିଷୟରେ ହୁଏତ ଅନେକ ଜାଣିନଥିବେ । ଦିନକୁ ଦିନ ସୋସିଆଲ ମିଡିଆରେ ଇମୋଜିରଚାହିଦା ଅଧିକ ମାତ୍ରାରେ ବଢ଼ିବାରେ ଲାଗିଛି । ଚାଟିଂ ସମୟରେ ଇମୋଜିର ବ୍ୟବହାର ଭାବନା ସହିତ ଜଡ଼ିତ ଥାଏ । ଜଣଙ୍କର ଖୁସି, ଦୁଃଖ, ଭାବପ୍ରବଣତା, ଅଭିମାନ, ପ୍ରେମ, କ୍ରୋଧ ଆଦିକୁ ଇମୋଜି ପରିପ୍ରକାଶ କରିବାରେ ସହାୟକ ହୋଇଥାଏ ।

୧୯୬୩ ମସିହାରେ ଇମୋଜିର ବ୍ୟବହାର ସର୍ବପ୍ରଥମେ କରାଯାଇଥିବା କୁହାଯାଉଛି । ଜଣାପଡ଼ିଛି ଯେ, ଥରେ ଏକ ଲାଇଫ୍ ଇନ୍ସ୍ୟୁରାନସ କମ୍ପାନୀ ଏକ ବିପଦରେ ପଡ଼ିଯାଇଥିଲା । ଏହି ସମୟରେ କମ୍ପାନୀ ନିଜର କର୍ମଚାରୀଙ୍କ ମନୋବଳ ବଢ଼ାଇବା ପାଇଁ ଜଣେ ଗ୍ରାଫିକ୍ ଡିଜାଇନରଙ୍କୁ ନିଯୁକ୍ତି ଦେଇ ଏକ ପ୍ରତୀକ ବା ସିମ୍ବଲ ତିଆରି କରିଥିଲେ । ଏହି ସିମ୍ବଲଟି ହଳଦିଆ ରଙ୍ଗର ସ୍ମାଇଲ ଫେସ୍ ପରି ହୋଇଥିଲା । ଏହାର ପ୍ରଭାବ କର୍ମଚାରୀଙ୍କ ଉପରେ ବହୁ ମାତ୍ରାରେ ପଡ଼ିଥିଲା ଓ ପରେ ଏହି ସିମ୍ବଲ ଉପରେ ବହୁତ ଚର୍ଚ୍ଚା ହୋଇଥିଲା । ହଳିଦିଆ ରଙ୍ଗ ସାଧାରଣତଃ ଧଳା ଓ କଳା ରଙ୍ଗଠାରୁ ଅଲଗା ହେବା ସହ ଏହା ଖୁସିର ପ୍ରତୀକ ହୋଇଥାଏ । ଏଥିସହ ହଳଦିଆ ରଙ୍ଗ ଧ୍ୟାନ ଓ ସକାରାତ୍ମକ ଭାବନା ବୃଦ୍ଧି କରିଥାଏ ।

ଆଖିରେ ପ୍ରେମ ସୃଷ୍ଟି କରୁଥିବା ଇମୋଜି ଓ କାନ୍ଦୁଥିବା ଇମୋଜିକୁ ଲୋକମାନେ ସୋସିଆଲ ମିଡ଼ିଆରେ ବେଶି ମାତ୍ରାରେ ବ୍ୟବହାର କରିଥାନ୍ତି । ଜାପାନର ଡିଜାଇନ ଶିଗେତାକା କୁରିତା ମାତ୍ର ୨୫ ବର୍ଷ ବୟସରେ ଇମୋଜି ଡେଭଲପ୍ କରିଥିଲେ । ଇମୋଜିପିଡିଆର ପ୍ରତିଷ୍ଠାତା ଜେରେମୀ ବର୍ଗ ଇମୋଜିକୁ ସାରା ଦୁନିଆରେ ପହଞ୍ଚାଇବା ପାଇଁ ୧୭ ଜୁଲାଇକୁ ଇମୋଜି ଡେ ଭାବେ ଘୋଷଣା କରିଥିଲେ । ପ୍ରଥମ ଥର ପାଇଁ ୨୦୧୪ରେ ଇମୋଜି ଡେ ପାଳନ କରାଯାଇଥିଲା ।