CHARIDHAM

ବଜାରରେ କୌଣସି ଫଳ ଦେଖିଲେ ଆମକୁ ସ୍ୱାଦିଷ୍ଟ କାହିଁକ ଲାଗେ? ଜାଣନ୍ତୁ ଏହାପଛରେ ଲୁଚି ରହିଥିବା ରହସ୍ୟ

ଭୁବନେଶ୍ୱର:ଆମେ ସମସ୍ତେ ନିଜ ସ୍ୱାସ୍ଥ୍ୟକୁ ଭଲ ରଖିବା ପାଇଁ ପ୍ରତିଦିନ କିଛି କିଛି ମାତ୍ରାରେ ଫଳ ଖାଇବା ଆବଶ୍ୟକ । ଏହା ଖାଇବା ଦ୍ୱାରା ଆମ ଶରୀରକୁ ହାଇ ପ୍ରୋଟିନ ମିଳିବା ସହିତ ଫାଇବର ଆଉ ଭିଟାମିନ ମିନେରାଲ ମଧ୍ୟ ମିଳିଥାଏ । କିନ୍ତୁ କେବେ ଆପଣ ଭାବିଛନ୍ତି କି ବାସ୍ତବରେ ଫଳ ଗୁଡିକ ଏତେ ସ୍ୱାଦିଷ୍ଟ କାହିିଁକି ଲାଗେ? ଆଉ ଏହାକୁ ସଠିକ ସମୟରେ ଖାଇଲେ ବହୁତ ଭଲ ଆଉ ଅପରିପକ୍ୱ ଅବସ୍ଥାରେ ଖାଇଲେ ଏହା କାହିିଁକି ଅଲଗା ଲାଗେ । ତେବେ ଆସନ୍ତୁ ଜାଣିବା..

ବାସ୍ତବରେ ଦେଖିବାକୁ ଗଲେ ସଠିକ ସମୟରେ ସଠିକ ଜିନିଷ ଖାଇବା ଆବଶ୍ୟକ। କାରଣ କୌଣସି ବି ଫଳ ହେଉ ନା କାହିଁକି ଏହାକୁ ପରିପକ୍ୱ ହେବା ପାଇଁ ସମୟ ଲାଗିଥାଏ। ଆଉ କିିଛି କିଛି ଫଳ ଏପରି ହୋଇଥାଏ ଯାହାକୁ ଆମେ ଉଭୟ କଞ୍ଚା ଆଉ ପାଚିଲା ସମୟରେ ଖାଇଥାଏ । ଅଧିକାଂଶ ଫଳ ପାଚିଲା ପରେ ମିଠା ଆଉ ସ୍ୱାଦିଷ୍ଟ ଲାଗିଥାଏ।

ଫଳ ଗୁଡିକ ମିଠା ଲାଗିବା ପଛରେ ଗ୍ଲୁକୋଜ ଥାଏ ଯାହା ଦ୍ୱାରା ଫଳ ପାଚିଲା ପରେ ଆମକୁ ମିଠା ଲାଗେ । ଏହା ବିଭିନ୍ନ ରୂପରେ ଥାଏ ଯାହା ଆମ ଶରୀରକୁ ଯାଇ ଶକ୍ତି ଦେଇଥାଏ । ଆଉ ଯେଉଁମାନଙ୍କୁ ଗ୍ଲୁକୋଜ ଆବଶ୍ୟକତା ବା ରୁଚି ରହିଥାଏ ସେମାନଙ୍କୁ ଏହା ସ୍ୱାଦିଷ୍ଟ ଲାଗେ । ଏହା ପଛରେ ଆଉ ଏକ କାରଣ ହେଉଛି ଆମେ ବହୁ ଆଗରୁ ହିଁ ଫଳକୁ ଗ୍ଲୁକୋଜର ଏକ ଉତ୍ସ ଭାବେ ଗ୍ରହଣ କରିନେଇଛୁ ଏହାସହିତ  ଆମ ବ୍ରେନରେ ଏହା କଥା ସ୍ଥିର କରିଦେଇଛୁ । ଯାହା ଫଳରେ ମଣିଷ ହୁଅନ୍ତୁ କିମ୍ବା ଫଳ ପସନ୍ଦ କରୁଥିବା ପଶୁ ପକ୍ଷୀ ହୁଅନ୍ତୁ ସେମାନଙ୍କୁ ଫଳ ସ୍ୱାଦିଷ୍ଟ ଲାଗେ ।

କିନ୍ତୁ ଆପଣ ଯଦି ଏହି ଫଳ କୌଣସି ବାଘ ହେଲା କିମ୍ବା ଘୋଡା,ବିଲେଇକୁ ଦିଅନ୍ତି ସେମାନଙ୍କୁ ଏହା ସ୍ୱାଦିଷ୍ଟ ଲାଗିବ ନାହିଁ । ସେମାନେ ରୁଚିର ସହିତ ଫଳକୁ ଖାଆନ୍ତି ନାହିଁ । କାରଣ ସେମାନଙ୍କ ଫଳ ବା ଗ୍ଲୁକୋଜ ଉପରେ ସେତେ ମାତ୍ରାରେ ନିର୍ଭର ହୁଅନ୍ତି । ତେଣୁ ସେମାନଙ୍କୁ ଆମ ଭଳି ଫଳ ଭଲ ଲାଗେ ନାହିଁ କିମ୍ବା ସେମାନେ ଖାଇବା ପାଇଁ ଏତେଟା ପସନ୍ଦ କରନ୍ତି ନାହିଁ ।