fbpx

କାହିଁକି ବଢ଼ୁଛି ଏହି ତିନି ରାଜ୍ୟରେ କରୋନା ସଂକ୍ରମଣ, ରାଜ୍ୟମାନଙ୍କୁ ଚିଠି ଲେଖିଲେ କେନ୍ଦ୍ର

ନୁଆଦିଲ୍ଲୀ, ୧୧ା୪(ଓଡିଶା ଭାସ୍କର) : କରୋନାର ଦ୍ୱିତୀୟ ଲହରରେ ସବୁଠାରୁ ଅଧିକ ସଂକ୍ରମଣ ହେଉଥିବା ରାଜ୍ୟମାନେ ହେଲେ ପଞ୍ଜାବ, ମହାରାଷ୍ଟ୍ର ଏବଂ ଛତିଶଗଡ । ତେବେ ଏହି ତିନୋଟି ରାଜ୍ୟରେ କାହିଁକି ଏତେ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତାକୁ ନେଇ କେନ୍ଦ୍ର ସରକାର ସେମାନଙ୍କୁ ପ୍ରଶ୍ନ କରିଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟସଚିବ ଉକ୍ତ ତିନୋଟି ରାଜ୍ୟକୁ ଚିଠି ଲେଖିଛନ୍ତି । ଜିଲ୍ଲାମାନଙ୍କରେ ମୁତୟନ ହୋଇଥିବା କେନ୍ଦ୍ରୀୟ ଟିମଙ୍କ କାର୍ଯ୍ୟ ଆଧାରରେ ଚିଠି ଲେଖାଯାଇଛି । କେନ୍ଦ୍ର ସରକାର ରାଜ୍ୟମାନଙ୍କ ହେଉଥିବା କଣ୍ଟାକ୍ଟ ଟ୍ରେସିଂ, କଣ୍ଟେନମେଣ୍ଟ ଅପରେସନ୍, ହସ୍ପିଟାଲ୍ ଇନଫ୍ରାଷ୍ଟ୍ରକ୍ଚର୍, ଟେଷ୍ଟିଂ ଆଦିର ଉପଲବ୍ଧତାରେ କଣ କମ୍ ରହୁଛି ସେ ନେଇ ପ୍ରଶ୍ନ କରିଛନ୍ତି ।

ମହାରାଷ୍ଟ୍ରର ୩୦ ଜିଲ୍ଲାକୁ ସେଣ୍ଟ୍ରାଲ୍ ଟିମ୍, ଛତିଶଗଡରେ ୧୧ଟି ଏବଂ ପଞ୍ଜାବରେ ୯ଟି ସେଣ୍ଟ୍ରାଲ୍ ଟିମ୍ କୁ ପଠାଯାଇଥିଲା । ସେମାନେ ସେଠାକାର ସଂକ୍ରମଣ ବଢ଼ୁଥିବା ସ୍ଥିତିକୁ ନୀରିକ୍ଷଣ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ କାହିଁକି ଏତେ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେନେଇ କେନ୍ଦ୍ର ସରକାର ଚିନ୍ତା ପ୍ରକଟ କରିଛନ୍ତି ।

Get real time updates directly on you device, subscribe now.