ସାଂସଦ ସୁଲତା ଦେଓଙ୍କୁ କାହିଁକି ମିଳିଛି ହତ୍ୟା ଧମକ! କ’ଣ ରହିଛି ଏହା ପଛର କାରଣ…

ଧମକ ଦେଇଥିବା ବ୍ୟକ୍ତିଜଣକ ସତ୍ୟବ୍ରତ ନାୟକ ଓ ସେ ଜଣେ ଅଟୋମୋବାଇଲ ପ୍ରଫେସନାଲ ବୋଲି ଉଲ୍ଲେଖ କରିଛନ୍ତି ସୁଲତା ।

ଓଡ଼ିଶା ଭାସ୍କର: ମହିଳା ସାଂସଦଙ୍କୁ ଦୁଷ୍କର୍ମ ଓ ହତ୍ୟା ଧମକ । ଧମକ ପରେ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସାଂସଦ । ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କୁ ସୋସିଆଲ ମିଡିଆରେ ଧମକ ମିଳିଛି ।

ଧମକ ଦେଇଥିବା ବ୍ୟକ୍ତିଜଣକ ସତ୍ୟବ୍ରତ ନାୟକ ଓ ସେ ଜଣେ ଅଟୋମୋବାଇଲ ପ୍ରଫେସନାଲ ବୋଲି ଉଲ୍ଲେଖ କରିଛନ୍ତି ସୁଲତା । ଯଦି ଜଣେ ସାଂସଦଙ୍କୁ ଏଭଳି ଧମକ ମିଳୁଛି ତେବେ, ଓଡ଼ିଶାରେ ସାଧାରଣ ମହିଳା କିଭଳି ସୁରକ୍ଷିତ ଥିବେ ତାହା ଅନୁମାନ କରାଯାଇପାରୁଥିବ ବୋଲି ଏକ୍ସରେ ଲେଖିଛନ୍ତି ସୁଲତା ।

ପଢ଼ନ୍ତୁ ଅଧିକ ଖବର….ବଡ଼ ଲଘୁଚାପ, 3 ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ରେଡ୍ ଆଲର୍ଟ ଜାରି…

ଏହା ସହ ଧମକ ଦିଆଯାଇଥିବା ସୋସିଆଲ ମିଡିଆର ସ୍କ୍ରିନ ସଟ ସେୟାର କରିଛନ୍ତି । ମୋଦିଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହ, ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଡିଜିପି ଓଡ଼ିଶାଙ୍କୁ ଏକ୍ସରେ ଅବଗତ କରାଇଛନ୍ତି । ତେବେ ସୁଲତାଙ୍କୁ କାହିଁକି ଏ ହତ୍ୟା ଧମକ ମିଳିଛି ତାହାର କାରଣ ଏଯାଏଁ କିଛି ସ୍ପଷ୍ଟ ହୋଇ ପାରି ନାହିଁ ।