fbpx

କାହିଁକି ପାଳନ କରାଯାଏ ଜଙ୍କ ଫୁଡ ଡେ? ଜାଣନ୍ତୁ ଏହା ଶରୀର ପାଇଁ କ୍ଷତିକାରକ କି ନୁହେଁ

ଓଡ଼ିଶା ଭାସ୍କର: ସାରା ଦେଶରେ ଅନେକ ଲୋକେ ଖାଦ୍ୟ ପ୍ରେମୀ ଅଟନ୍ତି । ଅନେକ ଲୋକଙ୍କଠାରୁ ଶୁଣିଥିବେ ଯେ, ଆମେ ରୋଜଗାର କରୁଛୁ ଖାଇବା ପାଇଁ । ଏତିକି ନୁହେଁ ଟେଷ୍ଟି ଫୁଡ ପାଇଁ ଲୋକେ କାହିଁ କେତେ ଦୂର ଯାତ୍ରା କରନ୍ତି । ତେବେ ଆଜିର ଜଙ୍ଗ ଫୁଡ ଡେ ରେ ଆସନ୍ତୁ ଜାଣିବା ଜଙ୍କ ଫୁଡ ଦେହ ପାଇଁ କେତେ କ୍ଷତିକାରକ ।

ଆଜି ଅର୍ଥାତ ୨୧ ଜୁଲାଇରେ ପ୍ରତି ବର୍ଷ ନେସନାଲ ଜଙ୍କ ଫୁଡ ଡେ ଫାଳନ କରାଯାଇଥାଏ । ଆପଣ ଅନେକ ଲୋକଙ୍କଠାରୁ ଶୁଣିଥିବେ ଯେ, ଜଙ୍କ ଫୁଡ ଖାଦ୍ୟ ଖାଇଲେ ରୋଗ ହୋଇଥାଏ । ଅନେକ ଲୋକେ ଭାବନ୍ତି ଯେ, ଏହାକୁ ଖାଇବା ଦ୍ୱାରା ଲୋକେ ମୋଟା ହୋଇଯାଆନ୍ତି ଏବଂ ଶରୀରରେ ଚର୍ବି ଲାଗିଯାଇଥାଏ । ଯେଉଁଥିରେ ବିପି ଏବଂ ସୁଗାର ଭଳି ଅନେକ ରୋଗର ବିପଦ ବଢିପାରେ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଘରେ କାଦ୍ୟ ପ୍ରସ୍ତୁତ କରିବା ଉଚିତ । ବାହାରେ ଖାଇବା ଦ୍ୱାରା ବାରତରେ ହୃଦୟ ରୋଗୀ ଏବଂ ମଧୁମେହ ରୋଗୀଙ୍କ ସଂଖ୍ୟା ଅଧିକ ବଢିବାରେ ଲାଗିଛି । ହେଲେ ଅନେକ ଲୋକେ ଏପରି ବି ଅଛନ୍ତି, ଯେଉଁମାନେ ବର୍ଷରେ କେବେ ବି ଜଙ୍କ ଫୁଡ ଖାଆନ୍ତି ନାହିଁ । ଜଙ୍କ ଫୁଡ ଡେ ସେହି ଲୋକଙ୍କ ପାଇଁ, ଯେଉଁଥିରେ ସେ ଗୋଟିଏ ଦିନ ବିନା ଚିନ୍ତାରେ ସ୍ୱାଦିଷ୍ଟ ଖାଦ୍ୟ ଚାଖିପାରିବେ ।

ଯେଉଁ ଲୋକେ ବିଲକୁଲ ଜଙ୍କ ଫୁଡ ନ ଖାଆନ୍ତି, କେବେ ଯଦି ଖାଇଦିଅନ୍ତି ତେବେ ତାଙ୍କୁ କୌଣସି ଅସୁବିଧା ହେବନାହିଁ । ସୂଚନାନୁସାରେ, ଏହି ଜଙ୍କ ଫୁଡ୍ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆରମ୍ଭ ହୋଇଥିଲା, ସେତେବେଳେ ଲୋକଙ୍କୁ ବିଭିନ୍ନ ଦେଶକୁ ସ୍ଥାନାନ୍ତର କରିବାକୁ ପଡୁଥିଲା। ଏପରି ପରିସ୍ଥିତିରେ ଲୋକମାନେ ନିଜ ସହିତ ରଖାଯାଇଥିବା ଖାଦ୍ୟ ଗ୍ରହଣ କରୁଥିଲେ। ଅବଶ୍ୟ, ଏହି ଖାଦ୍ୟ ୧୯୭୦ ଦଶକରେ ଏକ ଖରାପ ନାମ ପାଇଲା। ମାଇକ୍ରୋବାୟୋଲୋଜିଷ୍ଟ୍ ମାଇକେଲ୍ ଯାଦବସନ୍ ଜଙ୍କ୍ ଫୁଡ୍ ଶବ୍ଦର ଅର୍ଥ ପ୍ରକାଶ କରିଛନ୍ତି, ଜଙ୍କ ଫୁଡ ଶରୀର ପାଇଁ ସବୁଠାରୁ ଖରାପ ଖାଦ୍ୟ ବୋଲି ସେ ପ୍ରଚାର କରିଥିଲେ।

Get real time updates directly on you device, subscribe now.