fbpx
BJD SKY
BJD SKY

କ’ଣ ଡାଉନ୍ ଚାଲିଛି ଏସବିଆଇର UPI ସର୍ଭିସ୍: ବ୍ୟାଙ୍କ କହିଲା କାରଣ

BJD

ନୂଆଦିଲ୍ଲୀ: ଯଦି ଆପଣ ଦେଶର ସର୍ବବୃହତ ବ୍ୟାଙ୍କ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅର୍ଥାତ୍ ଏସବିଆଇର ଗ୍ରାହକ , ତେବେ ଆପଣଙ୍କ ପାଇଁ ରହିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଗ୍ରାହକଙ୍କୁ ଉନ୍ନତ ସୁବିଧା ଯୋଗାଇବା ପାଇଁ ଏସବିଆଇ ସମୟ ସମୟରେ ଏହାର ପୋର୍ଟାଲକୁ ଅପଡେଟ୍ କରିଥାଏ ।

ଏହି ସଂପର୍କରେ ବ୍ୟାଙ୍କ ନିଜ ଗ୍ରାହକଙ୍କ ପାଇଁ ଆଲର୍ଟ ଜାରି କରିଥିଲା । ତଥାପି ଗ୍ରାହକମାନେ ୟୁପିଆଇ ସେବା ବ୍ୟବହାର କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅନୁଯାୟୀ, ଏପ୍ରିଲ୍ ୧ ରେ ବାର୍ଷିକ କାର୍ଯ୍ୟକଳାପ ହେତୁ ୟୋନୋ ଆପ୍, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଏବଂ ୟୁପିଇ ଭଳି ସେବା ୧୨:୨୦ ରୁ ୧୫:୩୦ ପର୍ଯ୍ୟନ୍ତ ଉପଲବ୍ଧ ହେବ ନାହିଁ ।

ଏହି ସେବାଗୁଡିକ ଜାରି ରହିଛି :-
ଏସବିଆଇ ଅନୁଯାୟୀ, ଏହି ସମୟ ମଧ୍ୟରେ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍, ୟୋନୋ ଆପ୍ ଇତ୍ୟାଦିର ସୁବିଧା ବନ୍ଦ ରହିବ କିନ୍ତୁ ଆପଣ ସହଜରେ ୟୁପିଆଇ ଲାଇଟ୍ ଏବଂ ଏଟିଏମ୍ ସୁବିଧା ବ୍ୟବହାର କରିପାରିବେ ।

ଏସବିଆଇ ଡେବିଟ୍ କାର୍ଡ ଉପରେ ଚାର୍ଜ ଏପ୍ରିଲ ୧ ରୁ ବୃଦ୍ଧି ପାଇଛି :-
ଅନ୍ୟପଟେ ଏସବିଆଇ ଏହାର କୋଟି କୋଟି ଗ୍ରାହକଙ୍କୁ ଚକିତ କରିଛି । ଏସବିଆଇର କିଛି ଡେବିଟ୍ କାର୍ଡର ବାର୍ଷିକ ରକ୍ଷଣାବେକ୍ଷଣ ଚାର୍ଜ ବୃଦ୍ଧି କରାଯାଇଛି । ଏହି ହାରଗୁଡିକ ୧ ଏପ୍ରିଲ୍ ୨୦୨୪ ରୁ ସଂଶୋଧିତ ହେବ । ବ୍ୟାଙ୍କ ଏହାର ଅଧିକାଂଶ ଡେବିଟ୍ କାର୍ଡରେ ରକ୍ଷଣାବେକ୍ଷଣ ଶୁଳ୍କ ବୃଦ୍ଧି କରିଛି । କାର୍ଡ ପ୍ରକାର ଉପରେ ନିର୍ଭର କରି ବ୍ୟାଙ୍କ କାର୍ଡ ଚାର୍ଜ ଭିନ୍ନ ହୋଇଥାଏ ।

Get real time updates directly on you device, subscribe now.