fbpx

(Video) କାହିଁକି ଆସୁନି ‘ସୁଭଦ୍ରା’ ଟଙ୍କା? କେବେ ଏବଂ କେମିତି ଆକାଉଣ୍ଟକୁ ଆସିବ ପ୍ରଥମ କିସ୍ତି, ଜାଣନ୍ତୁ ଉତ୍ତର

ଓଡ଼ିଶା ଭାସ୍କର: ଓଡ଼ିଶାରେ ଆରମ୍ଭ ହୋଇଯାଇଛି ବହୁ ପ୍ରତିକ୍ଷିତ ସୁଭଦ୍ରା ଯୋଜନା । ପ୍ରଥମ କିସ୍ତିରେ ରାଜ୍ୟର ୨୫ ଲକ୍ଷରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ପଠାଯାଇଛି ଟଙ୍କା । ତେବେ ଏହି ଯୋଜନାର ପ୍ରଥମ କିସ୍ତି ପାଇବା ପରେ ରାଜ୍ୟର ସମସ୍ତ ମହିଳାଙ୍କ ମୁହଁ ଖୁସି ଦେଖାଯାଇଛି । ପ୍ରଥମ କିସ୍ତିର ପ୍ରଥମ ଦିନରେ କିଛି ଯୋଗ୍ୟ ମହିଳାଙ୍କୁ ୫୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । କିନ୍ତୁ ଏହି ଅନେକ ମହିଳାଙ୍କ ଅକାଉ୍ଣଟରେ ସୁଭଦ୍ରା ଟଙ୍କା ପହଞ୍ଚି ପାରିନାହିଁ । ଯାହାକୁ ନେଇ ସେମାନଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । କାହିଁକି ଆସିଲାନି ସୁଭଦ୍ରା ଟଙ୍କା? କେବେ ମିଳିବ ପ୍ରଥମ କିସ୍ତି? ଏଭଳି ଅନେକ ପ୍ରଶ୍ନ ଦେଖାଦେଇଛି ।

କାହିଁକି ସମସ୍ତଙ୍କ ଆକାଉଣ୍ଟକୁ ଆସିଲାନି ସୁଭଦ୍ରା ଟଙ୍କା?

ସେପ୍ଟେମ୍ବର ୧୭ ତାରିଖରେ ମୋଟ ୨୫ ଲକ୍ଷ ୧୧ ଜଣ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କିନ୍ତୁ ଆହୁରି ଅନେକ ମହିଳାଙ୍କ ଆକାଉଣ୍ଟରେ ଏହି ଟଙ୍କା ପହଞ୍ଚି ପାରିନାହିଁ । ଉପ-ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ସେପ୍ଟେମ୍ବର ୧୫ ତାରିଖ ଭିତରେ ପଞ୍ଜୀକରଣ କରିଥିବା ମହିଳାଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଯାଇଛି । ତେବେ ଯେଉଁମାନଙ୍କ ଆକାଉଣ୍ଟକୁ ଯାଇନାହିଁ, ସେମାନଙ୍କ ଆବେଦନ ବର୍ତ୍ତମାନ ସୁଦ୍ଧା ବିଚାରାଧୀନ ରହିଛି । ଆବେଦନ ଫର୍ମ ଯାଞ୍ଚ କରିବା ପରେ ଏହି ଯୋଜନା ଅଧୀନରେ ସେମାନଙ୍କ ଆକାଉଣ୍ଟକୁ ମଧ୍ୟ ୧ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ତେବେ ଏଥିପାଇଁ ବ୍ୟସ୍ତ ନହେବାକୁ ପରାମର୍ଶ ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

କେବେ ମିଳିବ ପ୍ରଥମ କିସ୍ତି?

ଗତକାଲି ଜନତା ମଇଦାନରେ ଓଡ଼ିଶାର ୨୫ ଲକ୍ଷ ୧୧ ଜଣ ହିତାଧିକାରୀ ମହିଳାଙ୍କ ଆକାଉଣ୍ଟକୁ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି ପଠାଯାଇଛି । । କିନ୍ତୁ ଯେଉଁମାନଙ୍କ ଆକାଉଣ୍ଟକୁ ଏହି ଟଙ୍କା ଯାଇନାହିଁ, ଏହା ଖୁବଶୀଘ୍ର ଆପଣଙ୍କ ଆକାଉଣ୍ଟରେ ପହଞ୍ଚିବ । ଧିରେ ଧିରେ ଡିବିଟି ମାଧ୍ୟମରେ ଆକାଉଣ୍ଟକୁ ଏହି ଟଙ୍କା ଯିବ ବୋଲି କୁହାଯାଇଛି । ଆଜି ଯଦି ଏହି ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଯାଇନାହିଁ, ତେବେ ମଧ୍ୟ ବ୍ୟସ୍ତ ହୁଅନ୍ତୁ ନାହିଁ । ଧିରେ ଧିରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ‘ସୁଭଦ୍ରା’ ଯୋଜନାର ସମସ୍ତ ଟଙ୍କା ପହଞ୍ଚିବ । ଏହାବ୍ୟତୀତ ୧୭ ତାରିଖ ପରେ ସୁଭଦ୍ରା ପାଇଁ ଆବେଦନ କଲେ ମଧ୍ୟ ଯୋଜନାରେ ଟଙ୍କା ପାଇପାରିବେ ହିତାଧିକାରୀ ମହିଳା । ଆସନ୍ତାବର୍ଷ ମାର୍ଚ୍ଚ ୮ ତାରିଖ ସୁଦ୍ଧା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରହିଛି ।

Get real time updates directly on you device, subscribe now.