fbpx

ଏସି ନଥାଇ କାହିଁକି ଥଣ୍ଡା ହୱା ମହଲ: ଜାଣନ୍ତୁ ଏହା ପଛର ରହସ୍ୟ

କଳା, ସଂସ୍କୃତି, ଐତିହରେ ପରିପୂର୍ଣ୍ଣ ଦେଶ ହେଉଛି ଭାରତ । ଏଠାରେ ଲୁଚି ରହିଛି ଅନେକ ରହସ୍ୟମୟ କଥା । ଯାହାକୁ ଜାଣିବା ପାଇଁ ଅନେକ ସମୟରେ ତାଲିଥାଏ ଗବେଶଣା । ତେବେ ଏହି ରହସ୍ୟମୟ ସ୍ଥାନ ମଧ୍ୟରୁ ଗୋଟିଏ ହେଉଛି ରାଜସ୍ଥାନର ହାୱା ମହଲ ।

ଜୟପୁର:ରାଜସ୍ଥାନର ପିଙ୍କ୍ ସିଟି ହେଉଛି ଜୟପୁର । ଯେଉଁଠାରେ ରହିଛି ଅନେକ ଔତିହ । ତେବେ ଏହି ସହରର ମଧ୍ୟ ଭାଗରେ ଅବସ୍ଥିତ ଥିବା ହାୱା ମହଲ ଯିଏକି ତାର ସୌନ୍ଦର୍ଯ୍ୟ ଓ ଆର୍କଷୀୟ ଡିଜାଇନ ପାଇଁ ସମସ୍ତଙ୍କୁ ଆର୍କଷିତ କରିଥାଏ । ନାଲି ଓ ଗୋଲାପି ପଥରେ ନିର୍ମିତ ଏହି ମହଲର ସୌନ୍ଦର୍ଯ୍ୟକୁ ଦେଖିବା ପାଇଁ ଅନେକ ପର୍ଯ୍ୟଟକଙ୍କ ଭିଡ ଜମିଥାଏ । ତେବେ ଏହି ହୱା ମହଲରେ ଏମିତି କିଛି ଅଛି ଯାହା ଆଜିବି ବୈଜ୍ଞାନିକ ଓ ଲୋକଙ୍କ ପାଇଁ ଏକ ରହସ୍ୟ ହୋଇ ରହିଛି । ରାଧା ଓ ଶ୍ରାକୃଷ୍ଣଙ୍କୁ ସର୍ମପିତ ହୋଇଥିବା ଏହି ମହଲକୁ ଲାଲଚାନ୍ଦ ଓସ୍ତାତ ଡିଡାଇନ କରିଥିଲେ । ହେଲେ ଏହି ଇମାରତରେ ଏପରି କଣ ରହିଛି ଯାହା ଏକ ରିସର୍ଚ୍ଚର କାରଣ ହୋଇଛି । ଯାହା ବିଷୟରେ ଆଜି ଯାଏ କେହି କହିପାରି ନାହାନ୍ତି । ତେବେ ଆସନ୍ତୁ ଏହାର ରହସ୍ୟ ବିଷୟରେ କିଛି ଜଣା ଅଜଣା କଥା …

ହୱା ମହଲ ହେଉଛି ଏପରି ଏକ ସ୍ଥାନ ଯାହା ସବୁବେଳେ ଥଣ୍ଡା ରହିଥାଏ । ଏହି ମହଲକୁ ୧୭୯୯ମସିହାରେ ମହାରାଜ ସବାଇ ପ୍ରତାପ ସିଂ ନିର୍ମାଣ କରିଥିଲେ ।ଏହି ମହଲ ବାହାରରୁ ମହୁମାଛିର ବସା ଛତା ସଦୃଶ୍ୟ ଦେଖାଯାଏ । ଏହି ମହଲରେ ମୋଟ୯୫୩ଟି ଛୋଟ ଛୋଟ ଝରକା ରହିଛି ଯେଉଁଥିରେ ଥଣ୍ଡା ପବନ ପ୍ରବାହିତ ହୋଇଥାଏ । ଯାହାକି ପୂରା ମହଲର ତାପମାତ୍ରାକୁ କମ୍ କରେ । ଏହି ମହଲ ନିଜର ସୁନ୍ଦରତା ଓ କାରିଗରି ପାଇଁ ପୃଥୀବିରେ ପ୍ରସିଦ୍ଧି ଲାଭ କରିଛି । ତେବେ ଏହି ମହଲର ଡିଜାଇନ ହିନ୍ଦୁ ଧର୍ମର ଭଗବାନ ଶ୍ରୀକୃଷ୍ଣଙ୍କ ମୁକୁଟ ପରି ହୋଇଛି ।ସବୁଠାରୁ ଆଶ୍ଚ ର୍ଯ୍ୟ କଥା ହେଉଛି ୫ମହଲା ବିଶିଶ୍ଟ ଏହି ମହଲ ଉପରକୁ ଯିବା ପାଇଁ କୈଣସି ସିଡି ହୋଇନାହିଁ । ଏଭଳି ନିଆରା ବାସ୍ତୁକଳାରେ ଏହି ମହଲ ତିଆରି ହୋଇଛି ଯେ, ଉପର ମହଲାକୁ ଯିବା ପାଇଁ କେବଳ ରାମ୍ପ ରହିଛି ।

କାହିଁକି ନିର୍ମାଣ ହୋଇଥିଲ ଏପରି ରାଜମହଲ:

ଏହି ରାଜମହଲଟି ବିଶେଷ ଭାବରେ ରାଣୀ ଏବଂ ରାଜକୁମାରୀମାନଙ୍କ ପାଇଁ ନିର୍ମାଣ ହୋଇଥିଲା । କାରଣ ସମୟରେ ରାଜପୁତଙ୍କ ପତ୍ନୀ ବା ରାଜଘରନାର ମହିଳା ବା ରାଜକୁମାରୀ ମାନଙ୍କୁ ବାହାରକୁ ଯିବାର ଅନୁମତି ନଥିଲା । ତେଣୁ ମହଲର ମହିଳାମାନେ ବିଶେଷ ପୂଜା ପାର୍ବଣକୁ ଏହି ଝରକା ମଧ୍ୟମରେ ଉପଭୋଗ କରୁଥିଲେ । ତେବେ ସହର ମଧ୍ୟରେରେ ହେଉଥିବା ପୂଜା ପାର୍ବଣକୁ ଏହି ଝରକାରେ ବସି ଦେଖିବା ପୁରା ନିଆରା ରହିଥାଏ । ତେବେ ଏତତ୍ ବ୍ୟତୀତ ।ଏହି ମହଲ ନିଜର ସଂସ୍କୃତି ଓ କାରିଗରି ପାଇଁ ପ୍ରସିଦ୍ଧ । ରାଜପୁତ ଓ ମୋଗଲ କଳାର ଏହା ଏକ ନମୁନା । ସହରରେ ଗ୍ରୀଷ୍ମର ପ୍ରଭାବ ଯେତେବି ହେଉନା କାହିଁକି ଏହି ମହଲରେ ସର୍ବଦା ଥଣ୍ଡା ଅନୁଭବ ହୋଇଥାଏ ।

Get real time updates directly on you device, subscribe now.