ଖାଦ୍ୟରେ ବ୍ୟବହାର ହେଉଥିବା କେଶରର ଦାମ୍ ଏତେ ଅଧିକା କାହିଁକି, ଜାଣନ୍ତୁ କଣ ରହିଛି କାରଣ…

ଓଡ଼ିଶା ଭାସ୍କର: କେଶର ଯେତିକି ଦାମୀ ସେତିକି ଗୁଣରେ ଭରପୂର। ପ୍ରାୟ ସମସ୍ତେ ମିଠା କିମ୍ବା କ୍ଷୀରୀ ପ୍ରସ୍ତୁତିରେ ଏହାକୁ ବ୍ୟବହାର କରିଥାନ୍ତି। ହେଲେ ଏହା ଏତେ ମହଙ୍ଗା ଯେ ଏହାକୁ ପ୍ରତ୍ୟକଦିନ ଖଦ୍ୟରେ ବ୍ୟବହାର କରିବା ସମ୍ଭବ ହୋଇପାରେନି। ଦୁନିଆର ପ୍ରୟ ସମସ୍ତ ଧନୀ ଶ୍ରେଣୀର ଲୋକେ ଏହାକୁ ଖାଦ୍ୟରେ ବ୍ୟବହାର କରନ୍ତି। ଏହାର ବଜାର ମୂଲ୍ୟ କେଜି ପ୍ରତି ପ୍ରାୟ ୩ଲକ୍ଷ ଟଙ୍କା। କଣ ଆପଣ ଜାଣନ୍ତି ଏହି କେଶର ବା ସାଫରନ୍ ଏତେ ମହଙ୍ଗା କଣ ପାଇଁ। ଆସନ୍ତୁ ଜାଣିବା ଏହା ମହଙ୍ଗା ହେବା ପଛର କାରଣ କଣ ରହିଛି।

ସାରା ବିଶ୍ୱରେ ୮୫ ପ୍ରତିଶତ କେଶର ଚାଷ ଇରାନରେ ହୋଇଥାଏ। ଏହାଛଡା ଭାରତ,ଆଫଗାନିସ୍ତାନ,ସ୍ପେନ,ଆମେରିକାରେ ଖୁବ କମ୍ ପରିମାଣରେ ଏହି ଚାଷ କରାଯାଇଥାଏ। ସୁନା ଚାନ୍ଦିର ମୂଲ୍ୟରେ ବିକ୍ରି ହେଉଥିବା କେଶରକୁ ସାଧାରଣ ଲୋକ ବ୍ୟବହାର କରିବା ସମ୍ଭବ ନୁହେଁ ତାଛଡା ବଜାରରେ ମିଳୁଥିବା ପ୍ରତ୍ୟକ କେଶର ଅସଲି ହୋଇନଥାଏ କାରଣ ଅସଲି କେଶରର ମୂଲ୍ୟ ଆକାଶ ଛୁଆଁ। କୋଶରର ଚାଷ ଯେତିକି ସାବଧାନର ସହ କରଯାଏ ତାର ଅମଳ ମଧ୍ୟ ତାଠାରୁ ଗୁରୁତ୍ୱପୂର୍ଣ୍ଣ। କେଶରର କଟାଇ ପାଇଁ କୌଣସି ମେସିନ ବ୍ୟବହାର ହୋଇନଥାଏ। ଫୁଲ ମଧ୍ୟରୁ କେଶରକୁ ଅତିଯତ୍ନର ସହ ବାହାର କରିବାକୁ ପଡେ ଯାହା କେବଳ ମଣିଷ କରିପାରିବ। ଫୁଲରୁ ବାହାର କରି ଶୁଖାଇ ଏହାକୁ ବଜାର ଉପେଯାଗୀ କରାଯାଏ।

କେଶର ଏକ ସ୍ୱତନ୍ତ୍ର ଫୁଲରୁ ହୋଇଥାଏ ଯାହାର ନାମ କ୍ରକ୍ରଶ। କ୍ରକ୍ରଶ ପ୍ଲାୱାର ଖୁବ କମ ସମୟ ପାଇଁ ଫୁଟେ। ଆଉ ଏହି ସମୟରେ ହିଁ ଏହାକୁ ତୋଳିବାରୁ ପଡେ। ଗୋଟିଏ ଫୁଲରୁ ମାତ୍ର ୩ରୁ୪ଟି ସରୁ ସୂତାପରି କେଶର ମିଳେ। ପ୍ରାୟ ୫୦ ହଜାର ଫୁଲରୁ ୧ କେଜି କେଶର ଉତ୍ପାଦନ ହୋଇପାରିବ। ଏଥିପାଇଁ ଅନେକ ଶ୍ରମିକଙ୍କୁ ନିଯୁକ୍ତି ଦେବାକୁ ହୁଏ। ଅତି ଆଦ୍ର ଓ ଗରମ ପରିବେଶରେ ଏହି ଚାଷ ହୋଇନଥାଏ। ଏଥିପାଇଁ ଉପକୂଳ ପରିବେଶ ପ୍ରତି ବି ଧ୍ୟାନ ଦେବାକୁ ହୁଏ। ତେଣୁ କେଶରର ଦାମ ଏତେ ମହଙ୍ଗା ହୋଇଥାଏ।