fbpx
BSKY SKY
BSKY SKY

ନବରାତ୍ରିରେ ଅଖଣ୍ଡ ଜ୍ୟୋତି ଜଳାଇବାର କ’ଣ ରହିଛି ମହତ୍ତ୍ୱ ? ଏହି ନିୟମକୁ ନପାଳିଲେ ରାଗିଯିବେ ମା’ ଦୁର୍ଗା

BSKY

ନବରାତ୍ରିରେ ଅଖଣ୍ଡ ଜ୍ୟୋତି ଜଳାଇବାର ବିଶେଷ ମହତ୍ତ୍ୱ ରହିଛି । ଅଖଣ୍ଡ ଦୀପର ଅର୍ଥ ହେଉଛି ଲଗାତାର ଦୀପକୁ ଜଳାଇ ରଖିବା ଏବଂ ଏହାକୁ ଲିଭିବାକୁ ନଦେବା । ନବରାତ୍ରୀର ୯ ଦିନ ପର୍ଯ୍ୟନ୍ତ ଲଗାତାର ୨୪ ଘଣ୍ଟା ମା’ଙ୍କ ସାମ୍ନାରେ ଦୀପ ଜଳାଇ ରଖାଯାଇଥାଏ । ମାନ୍ୟତା ଅନୁସାରେ ଅଖଣ୍ଡ ଦୀପ ଜଳାଇ ରଖିବା ଦ୍ୱାରା ଘରେ ସୁଖ ସମୃଦ୍ଧି ଆସିଥାଏ ଏବଂ ମା’ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ମା’ ପ୍ରସନ୍ନ ହୋଇ ସମସ୍ତ ମନୋକାମନା ପୂର୍ଣ୍ଣ କରିଥାନ୍ତି । ଦୀପ ଲିଭିବାରୁ ବଞ୍ଚାଇବା ପାଇଁ ସେଥିରେ ଘିଅ କିମ୍ବା ତେଲ ନସରିବାକୁ ଧ୍ୟାନ ଦେବାକୁ ପଡ଼ିଥାଏ । ଏହା ବ୍ୟତୀତ ଦୀପ ପବନରେ ନଲିଭିବା ପାଇଁ ଦୀପ ଚାରି ପାଖରେ କାଚର ବନ୍ଧକ ଲଗାଯାଇଥାଏ ।

ଅଖଣ୍ଡ ଜ୍ୟୋତିର ନିୟମ : ଯଦି ନବରାତ୍ରିରେ ଅଖଣ୍ଡ ଜ୍ୟୋତି ଜଳାଉଛନ୍ତି ତେବେ କିଛି ନିୟମକୁ ଧ୍ୟାନ ଦେବା ବହୁତ ଜରୁରି ହୋଇଥାଏ । ନଚେତ ମା’ ଦୁର୍ଗା କ୍ରୋଧିତ ହେବାର ସମ୍ଭାବନା ମଧ୍ୟ ଥାଏ ।
– ନବରାତ୍ରୀରେ ଅଖଣ୍ଡ ଦୀପ ପ୍ରଜ୍ୱଳନ କରିବାର ପ୍ରଥମ ନିୟମ ହେଉଛି ଘରେ କୌଣସି ବ୍ୟକ୍ତି ରହିବା ନିହାତି ଜରୁରି । କାରଣ ଅଖଣ୍ଡ ଜ୍ୟୋତିର ଧ୍ୟାନ ରଖିବାକୁ ହୋଇଥାଏ । ଅଖଣ୍ଡ ଜ୍ୟୋତି ଜଳାଉଛନ୍ତି ତ ଘର ଖାଲି ରଖିବା ଅନୁଚିତ ।

– ଅଖଣ୍ଡ ଜ୍ୟୋତିକୁ ଖାଲି ଭୂମିରେ ରଖିବା ଅନୁଚିତ୍ । ଏହାକୁ ରଖିବା ପାଇଁ କଳସ କିମ୍ବା କୌଣସି ଏକ ଜିନିଷ ଉପରେ ରଖନ୍ତୁ ।

– ଯଦି ଏହାକୁ କୌଣସି ଜିନିଷ ଉପରେ ରଖୁଛନ୍ତି ତେବେ ଏହାକୁ ଏକ ଲାଲ ବସ୍ତ୍ର ଉପରେ ରଖନ୍ତୁ । ଯଦି କଳସ ଉପରେ ଜୌତି ପ୍ରଜ୍ୱଳନ କରୁଛନ୍ତି ତେବେ ଏହା ତଳେ ଧାନ କିମ୍ବା ଗହମ ଭଳି ଶସ୍ୟ ରଖନ୍ତୁ ।

– ଯଦି ଅଖଣ୍ଡ ଜ୍ୟୋତିରେ ଘିଅ ବ୍ୟବହାର କରୁଛନ୍ତି ତେବେ ଏହାକୁ ଦୁର୍ଗା ମା’ଙ୍କ ଡାହାଣ ପାର୍ଶ୍ୱରେ ରଖନ୍ତୁ । ଯଦି ଦୀପରେ ସୋରିଷ ତେଲ ବ୍ୟବହାର କରୁଛନ୍ତି ତେବେ ଏହାକୁ ବାମ ପାର୍ଶ୍ୱରେ ରଖିବା ଉଚିତ ।

– ଅଖଣ୍ଡ ଦୀପ ପବନରେ ନଲିଭିବା ପାଇଁ ଏହାର ଚାରିପଟେ କାଚ ବନ୍ଧକ ରଖନ୍ତୁ । ଏହା ସହିତ ଦୀପରେ ଘିଅ ଏବଂ ତେଲ ଶେଷ ହେବାକୁ ଦିଅନ୍ତୁ ନାହିଁ ।

Get real time updates directly on you device, subscribe now.