fbpx

ପୂଜାରେ କାହିଁକି ଲାଗେ ଆମ୍ବପତ୍ର? ଜାଣନ୍ତୁ ଏହା ପଛର ଗୋପନ ରହସ୍ୟ

ଆମ୍ବକୁ ଫଳମାନଙ୍କର ରାଜା ବୋଲି କୁହାଯାଏ । ସେହିପରି ଏହାର ପତ୍ରକୁ ମଧ୍ୟ ବିଭିନ୍ନ ପୂଜା ପର୍ବାଣୀରେ ବ୍ୟବହାର କରାଯାଇଥାଏ । ପ୍ରତ୍ୟେକ ପୂଜାରେ ଆମ୍ବପତ୍ର ଏବଂ ଏହାର ଡାଳ ବିନା ବିଧି ସମ୍ପନ୍ନ ହୋଇନଥାଏ । ତେବେ ଆମ୍ବ ପତ୍ରରେ ଏମିତି କ’ଣ ବିଶେଷତ୍ୱ ରହିଛି । ଯେଉଁଥିପାଇଁ ପ୍ରତେକ ପୂଜାରେ ଏହାକୁ ବ୍ୟବହାର କରାଯାଏ । ଅନ୍ୟ କେଉଁ ପତ୍ରକୁ କାହିଁକି ପୂଜାରେ ବ୍ୟବହାର କରାଯାଏ ନାହିଁ? ଏମିତି ପ୍ରଶ୍ନ ଅନେକ ଲୋକଙ୍କ ମନକୁ ଆସିଥାଏ । ତେବେ ଆସନ୍ତୁ ଜାଣିବା ଏହାର ଗୁପ୍ତ ରହସ୍ୟ ।

ସନାତନ ଧର୍ମଶାସ୍ତ୍ର ଅନୁସାରେ, ଆମ୍ବଗଛକୁ ମେଷ ରାଶିର ପ୍ରତୀକ ବୋଲି କୁହାଯାଏ । ଆମ୍ବ ଗଛ ମେଷ ରାଶିର ହୋଇଥିବାରୁ ଏହାକୁ ସବୁଠୁ ମଙ୍ଗଳମୟ ବୋଲି ମଧ୍ୟ ବିଶ୍ୱାସ କରାଯାଏ । ଯେଉଁଘର ପାଖରେ ଆମ୍ବଗଛ ଲଗାଯାଏ, ସେଠାରେ ସର୍ବଦା ଦେବାଦେବୀଙ୍କ କୃପା ବରସୁଥାଏ । ସେଥିପାଇଁ ଘରେ ବ୍ୟବସାୟିକ କ୍ଷେତ୍ରରେ କିମ୍ବା ଅନ୍ୟ କୌଣସି ବି କ୍ଷେତ୍ରରେ ପୂଜା ହେଲେ ଏଥିରେ ଆମ୍ବପତ୍ରକୁ ବ୍ୟବହାର କରାଯାଏ । ଦୁଆରେ ମାଳ ଲଗାଇବା ହେଉ କିମ୍ବା କଳସ ସ୍ଥାପନା କରିବା ହେଉ ପ୍ରତ୍ୟେକ କାମରେ ଆମ୍ବ ପତ୍ର ଏବଂ ଏହାର ଡାଳକୁ ବ୍ୟବହାର କରାଯାଏ ।

କଳସ ଉପରେ ପଡିଆ କିମ୍ବା ପଇଡ ବସାଇବା ପୂର୍ବରୁ ଏହାର ମୁଖରେ ଆମ୍ବ ଡାଳ ରଖାଯାଇଥାଏ । କଳସ ଯାତ୍ରା ପରେ ଯେବେ ଜଳ ଅର୍ପଣ କରାଯାଏ, ସେଥିରେ ଥିବା ଆମ୍ବପତ୍ରକୁ ଦେବାଦେବୀଙ୍କ ପ୍ରତିମା ସାମନାରେ ସମର୍ପଣ କରି ଦିଆଯାଏ । ଆମ୍ବପତ୍ରକୁ ଖୁବ ଶୁଭ ଏବଂ ପବିତ୍ର ବୋଲି ବିଶ୍ୱାସ କରାଯାଏ । ଏଥିପାଇଁ ଘରେ ହେଉଥିବା ପ୍ରତ୍ୟେକ ପୂଜାରେ ମନ୍ତ୍ରୋଚାରଣ ସମୟରେ ଆମ୍ବପତ୍ରରେ ଆଚମନ କ୍ରିୟା ହୋଇଥାଏ । ଏହା ଦ୍ୱାରା ଶରୀରରେ ଅଲୌକିକ ଶକ୍ତି ପ୍ରବାହ ବୃଦ୍ଧି ହେବା ସହ ଇଶ୍ୱରଙ୍କୁ ନିଜ ଭିତରେ ଅନୁଭବ କରିପାରନ୍ତି ବୋଲି ବିଶ୍ୱାସ କରନ୍ତି ଶ୍ରଦ୍ଧାଳୁ ।

Get real time updates directly on you device, subscribe now.