fbpx

Vivekananda Rock Memorialକୁ କାହିଁକି ଚୟନ କଲେ ପ୍ରଧାନମନ୍ତ୍ରୀ ମୋଦୀ? ଜାଣନ୍ତୁ ୪୫ ଘଣ୍ଟା ଧ୍ୟାନ କରିବାର ମହତ୍ତ୍ୱ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାରଦିନ ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ସମାପନ କରି ୪୫ ଘଣ୍ଟାର ଧ୍ୟାନ କରିବେ । ସେଥିପାଇଁ ସେ ବିବେକାନନ୍ଦ ରକ ମେମୋରିଆଲ ସ୍ଥାନକୁ ଚୟନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆଗମନ ଏବଂ ତାଙ୍କ କାର୍ଯ୍ୟକ୍ରମକୁ ନେଇ ସେଠାରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଧ୍ୟାନ ସମୟରେ କଡ଼ା ସୁରକ୍ଷାର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ୨ ହଜାର ପୋଲିସକର୍ମୀ ଏବଂ ସୁରକ୍ଷା ଏଜେନ୍ସିମାନଙ୍କୁ ମୁତୟନ କରାଯାଇଛି ।

ପ୍ରଧାନମନ୍ତ୍ରୀ ମୋଦୀ ୩୦ ମେ ସଂଧ୍ୟାରୁ ୧ ଜୁନ ସଂଧ୍ୟା ପର୍ଯ୍ୟନ୍ତ ସେଠାରେ ଧ୍ୟାନ କରିବେ । ଏହି ଦୁଇ ଦିନ ପର୍ଯ୍ୟନ୍ତ ସମୁଦ୍ର ଉପକୂଳକୁ ପର୍ଯ୍ୟଟକମାନଙ୍କୁ ଯିବା ଲାଗି ନିଷେଧ କରାଯାଇଛି । ଗୁରୁବାରରୁ ଶନିବାର ପର୍ଯ୍ୟନ୍ତ ସମୁଦ୍ର ଉପକୂଳ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ ଏବଂ ପ୍ରାଇଭେଟ ଡଙ୍ଗା ଗୁଡିକୁ ମଧ୍ୟ ସେଠାକୁ ଯିବା ଲାଗି ନିଷେଧ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ସେଠାକୁ ହେଲିକପ୍ଟର ଦ୍ୱାରା ପହଞ୍ଚିବେ । ହେଲିପ୍ୟାଡ ଉପରେ ହେଲିକପ୍ଟର ଲ୍ୟାଣ୍ଡିଙ୍ଗର ଟ୍ରାଏଲ କରାଯାଇସାରିଛି ।

ରିପୋର୍ଟ ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିରୁବନ୍ତପୁରମ ଠାରେ ସର୍ବପ୍ରଥମେ ପହଞ୍ଚିବେ । ସେଠାରୁ ଏମଆଇ-୧୭ ହେଲିକପ୍ଟରରେ କନ୍ୟାକୁମାରୀ ଯିବେ । ସେଠାରେ ସେ ୪.୩୫ରେ ପହଞ୍ଚିବେ । ସେଠାରେ ସେ ସୂର୍ଯ୍ୟାସ୍ତ ଦେଖିବା ପରେ ଧ୍ୟାନରେ ବସିବେ । ଏହାପରେ ୧ ଜୁନ ଦ୍ୱିପ୍ରହର ୩ଟା ୩୦ ମିନିଟରୁ କନ୍ୟାକୁମାରୀରୁ ଫେରିବେ ।

ବିବେକାନନ୍ଦ ରକ ମେମୋରିଆ ହେଉଛି ସମୁଦ୍ରକୂଳରେ ଅବସ୍ଥିତ । ଏହି ସ୍ଥାନକୁ ମୋଦୀ ଏଥିପାଇଁ ଚୟନ କରିଛନ୍ତି କାରଣ ସ୍ୱାମୀ ବିବେକାନନ୍ଦଙ୍କୁ ଏହି ସ୍ଥାନରେ ଦିବ୍ୟ ଦର୍ଶନ ପ୍ରାପ୍ତ ହୋଇଥିଲା । ବିଜେପି ନେତାମାନଙ୍କ କହିବା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ଧ୍ୟାନ ପାଇଁ ଯେଉଁ ଭୂମିକୁ ଚୟନ କରିଛନ୍ତି, ତାହା ବିବେକାନନ୍ଦଙ୍କ ଜୀବନରେ ବହୁତ ପ୍ରଭାବ ପକାଇଥିଲା । ଏହା ଏକ ଭିକ୍ଷୁଙ୍କ ଜୀବନରେ ଗୌତମ ବୁଦ୍ଧଙ୍କ ପାଇଁ ସାରନାଥର ସମାନ ଗୁରୁତ୍ୱବହନ କରିଛି । ବିବେକାନନ୍ଦ ଏଠାରେ ଦେଶ ଭ୍ରମଣ କରିବା ପରେ ପହଞ୍ଚିଥିଲେ ଏବଂ ତିନିଦିନ ଧ୍ୟାନ କରିବା ପରେ ସେ ବିକଶିତ ଭାରତର ସ୍ୱପ୍ନ ଦେଖିଥିଲେ ।

ବିଜେପିର ଜଣେ ନେତା କହିଛନ୍ତି ଯେ, ସେହି ସ୍ଥାନରେ ଧ୍ୟାନ କରିବା ସ୍ୱାମୀ ବିବେକାନନ୍ଦଙ୍କ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଇଥାଏ । ଏହି ସ୍ଥାନକୁ ପବିତ୍ରଗ୍ରନ୍ଥରେ ଦେବୀ ପାର୍ବତୀଙ୍କ ପକ୍ଷରୁ ଭଗବାନ ଶିବଙ୍କ ପାଇଁ ଧ୍ୟାନ କରିବା ସ୍ଥାନ ଭାବେ ମଧ୍ୟ କୁହାଯାଇଛି ।

Get real time updates directly on you device, subscribe now.