ନୂଆଦିଲ୍ଲୀ: ଏକବିଂଶ ଶତାବ୍ଦୀରେ ଦ୍ରୁତଗତିରେ ବଢିଚାଲିଛି ସମଲିଙ୍ଗୀ ସଂପର୍କ । ସୋସାଇଟିରେ ଏପରି ସଂପର୍କ ପୂର୍ବରୁ ରହିଥିଲେ ସୁଦ୍ଧା ବର୍ତ୍ତମାନ ଏପରି ସଂପର୍କ ଖୋଲାଖୋଲି ଭାବେ ସାମ୍ନାକୁ ଆସୁଛି । ଏହି ସଂପର୍କକୁ ନେଇ ଆମେରିକାର ଏକ ଲାଟେଷ୍ଟ ରିପୋର୍ଟରେ ଖୁଲାସା କରାଯାଇଛି । ଏକ ନୂଆ ଷ୍ଟଡିରେ ମିଳିଥିବା ରିପୋର୍ଟ ଅନୁଯାୟୀ,୧୯୯୦ ପରେ ସମଲିଙ୍ଗୀ ସଂପର୍କ ୩ ଗୁଣା ବଢିଯାଇଛି । ଆମେରିକା ପରେ ଭାରତରେ ମଧ୍ୟ ଏପରି ସ୍ଥିତି ବଢିବାରେ ଲାଗିଛି । ଭିନ୍ନ ଭିନ୍ନ ରିପୋର୍ଟରେ ଭାରତରେ ମଧ୍ୟ ସମଲିଙ୍ଗୀର ସଂଖ୍ୟା ୫ କୋଟିରୁ ନେଇ ୨୦ କୋଟି ପର୍ଯ୍ୟନ୍ତ ବଢିଛି ବୋଲି କୁହାଯାଉଛି ।
‘ଦ ଜର୍ଣ୍ଣାଲ ଅଫ ସେକ୍ସ’ ରିସର୍ଚ୍ଚ ମୁତାବକ ସର୍ଭେରେ ଅମେରିକାରେ ଏହି ସଂପର୍କରେ ଥିବା ଲୋକଙ୍କ ସଂଖ୍ୟା ୩୧% ଥିଲା, ଯାହା ବର୍ତ୍ତମାନ ୯.୩% ପର୍ଯ୍ୟନ୍ତ ପହଁଚିସାରିଛି । ସୋସିଆଲିଷ୍ଟ ୟୋଗିତା ଭୟାନା କହିଛନ୍ତି ଯେ, ୯%ର ସଂଖ୍ୟା କିଛି ଆଶ୍ଚର୍ଯ୍ୟଜନକ ନୁହେଁ । ଏପରି ଘଟିବାର ଥିଲା, କାରଣ ଆଓ୍ବାରନେସ ମାଧ୍ୟମରେ ଲୋକମାନେ ନିଜ ନିଜର ମତାମତ ଦେଇଛନ୍ତି । ଏପରି ଲୋକ ନଜର ଆସୁଛନ୍ତି ଏବଂ ଏପରି ସଂପର୍କ ପୂର୍ବରୁ ଚାଲିଆସୁଛି । ଏହି ଜନସଂଖ୍ୟା ବଢିବା ଅନୁସାରେ ବୃଦ୍ଧି ଘଟୁଛି ।
ଏକ୍ସପର୍ଟସଙ୍କ କହିବାକୁ ଅନୁଯାୟୀ, ସମଲିଙ୍ଗୀକତା କୌଣସି ରୋଗ ନୁହେଁ । ଆଓ୍ବାରନେସ ଚାଲୁଥିବାରୁ ଏପରି ଘଟୁଛି । ଏହାର ଦୁଇଟି କାରଣ ରହିଛି, ପ୍ରଥମ- ହର୍ମୋନର ଅସନ୍ତୁଳନ ଏବଂ ଦ୍ୱିତୀୟ- ସାଇକୋଲୋଜୀ କରାଣ । ହର୍ମୋନ ଇନବାଲାନ୍ସ ସ୍ଥିତିରେ ବ୍ୟକ୍ତି ନିଜର ଜେଣ୍ଡର ବିପରୀତ ବ୍ୟବହାର କରିଥାଏ ଏବଂ ଏହାକୁ ଠିକ କରିବା ଲାଗି ପ୍ରୟାସରେ ହର୍ମୋନ ଥେରାପୀର ସାହାରା ନିଆଯାଇଥାଏ, ଯେପରି ସମଲିଙ୍ଗୀ ଅନ୍ୟ ଅବସ୍ଥା ମାନସିକତା ଅଟେ । ଏଥିରେ କାଉସେଲିଙ୍ଗ ମାଧ୍ୟମରେ ତାକୁ ଠିକ କରିବା ଲାଗି ପ୍ରୟାସ କରାଯାଇଥାଏ । ତେବେ ଆସନ୍ତୁ ଜାଣିବା ଡାକ୍ତର କଣ କହୁଛନ୍ତି ।
ସାଇକୋଲୋଜିଷ୍ଟ ଡକ୍ଟର ସନ୍ଦୀପ ବୋହରା କହିଛନ୍ତି ଯେ, ହୋମୋସେକ୍ସୁଆଲିଟୀ କଥା ଯଦି କହିବା ତେବେ ଲୋକମାନେ ତାକୁ ରୋଗ ବୋଲି ବିଶ୍ୱାସ କରୁନାହାନ୍ତି । ଏହା ଟେକ୍ସଚର ମାଧ୍ୟମରେ ହୋଇଥାଏ । ଯାହା ପ୍ରଥମେ କିଛି ଆଟ୍ରାକ୍ସନ ରହିଥାଏ । ଏହାର କୌଣସି ଚିକିତ୍ସା ଆମେ କରି ନଥାଉ । ଏପରି କିଛି ଅଛି ଅଛି ଯାହାକୁ ଆମେ ଇଗୋସାଇଣ୍ଟୋନିକ ଅଛି । ଏହି ଇଗୋସାଇଣ୍ଟୋନିକରେ ଆମେ ବ୍ୟକ୍ତିର ମନୋଭାବକୁ ପରୀକ୍ଷଣ କରୁ । ଏଥିପାଇଁ କାଉଁସେଲିଙ୍ଗର ଆବଶ୍ୟକତା ରହିଥାଏ । ଆବଶ୍ୟକ ପଡିଲେ ତାଙ୍କ ପରିବାର ଲୋକଙ୍କର ମଧ୍ୟ କାଉଁସେଲିଙ୍ଗ କରିବାକୁ ପଡିଥାଏ ।