fbpx
BJD SKY
BJD SKY

Relationshipରେ ଥାଇ ବି ଲାଗୁଛି ଏକା? ଜାଣନ୍ତୁ କାହିଁକି ହୋଇଥାଏ ଏମିତି ଅନୁଭବ?

BJD

ନୂଆଦିଲ୍ଲୀ: ସମ୍ପର୍କ ଯାହା ବି ହେଉ ନା କାହିଁକି, ସେଥିରେ ବିଶ୍ୱାସ ରହିବା ନିହାତି ଆବଶ୍ୟକ । ଏହାସହିତ ସମ୍ପର୍କରେ ଅନେକ ସମୟରେ ଖୁସି ଏବଂ ଚାଲେଞ୍ଜ ମଧ୍ୟ ଆସିଥାଏ । କିନ୍ତୁ ଅନେକ ସମୟରେ ସମ୍ପର୍କରେ ଥାଇ ମଧ୍ୟ ଉଭୟ ଏକାକୀ ଅନୁଭବ କରିଥାନ୍ତି । ବେଳେବେଳେ ସମୟ ସହିତ ଦମ୍ପତ୍ତି ମଧ୍ୟ ଇମୋସନାଲ ଆଟାଚମେଣ୍ଟକୁ କମ୍ ଅନୁଭବ କରିଥାନ୍ତି । ତେଣୁ ସମ୍ପର୍କ ଭିତରେ ଏକଲାପଣ ଅନୁଭବ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏମିତି ସବୁ ଅନୁଭବ ହେବାର କାରଣ କ’ଣ ହୋଇପାରେ ।

କୌଣସି ବି ସମ୍ପର୍କକୁ ଜୀବିତ ରଖିବା ପାଇଁ କଥାବାର୍ତ୍ତା କରିବା ଆବଶ୍ୟକ । କମ୍ୟୁନିକେସନ ସମ୍ପର୍କର ଆଧାର କହିଲେ କିଛି ଭୁଲ ହେବନି । ବାର୍ତ୍ତାଳାପ କରିବା ଦ୍ୱାରା ଉଭୟ ପରସ୍ପରକୁ ନିଜର ଭାବନା, ସମସ୍ୟା ଏବଂ ଖୁସି ସେୟାର କରିପାରିବେ । ଏହା ଆପଣଙ୍କର ଏକଲାପଣକୁ ଦୂର କରିଥାଏ । ତେବେ ଏହା ପରେ ସାଥୀଙ୍କ ସହ କଥା ହେବା ସମୟରେ ଆପଣ କେଉଁ ମୁଡରେ କଥା ହେଉଛନ୍ତି ତାହା ମଧ୍ୟ ଧ୍ୟାନ ଦେବା ଆବଶ୍ୟକ । ଯଦି ଆପଣ ଦୁଇ ଜଣ ଚାକିରିରେ ବ୍ୟସ୍ତ ରହି କଥା ହୋଇ ପାରୁନାହାନ୍ତି, ତେବେ ଏହା ଆପଣଙ୍କ ଏକଲାପଣ ବୃଦ୍ଧି କରିବାର ଆଉ ଏକ କାରଣ ମଧ୍ୟ ହୋଇପାରେ । ତେଣୁ ବ୍ୟସ୍ତବହୁଳ ଜୀବନ ଭିତରୁ କିଛିଟା ମୁହୂର୍ତ୍ତ ବାହାର କରି ସାଥୀଙ୍କ ସହ ସମୟ ବିତାନ୍ତୁ ।

ସମ୍ପର୍କରେ ନିବିଡତା ମଧ୍ୟ ଖୁବ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଯଦି ଆପଣଙ୍କ ସମ୍ପର୍କରେ ଏହାର ଅଭାବ ପରିଲକ୍ଷିତ ହୁଏ, ତେବେ ଏକଲାପଣ ଆପଣଙ୍କୁ ଗ୍ରାସ କରିଯିବ । ଏଭଳି ପରିସ୍ଥିତିରେ ସମ୍ପର୍କରେ ନିବିଡତା ଆଣିବା ସହ ଏହି ଏକଲାପଣରୁ ଦୂରେଇ ରହିବା ପାଇଁ ଚେଷ୍ୟା କରନ୍ତୁ ।ଯଦି ଉଭୟ ନିଜ ନିଜର ଆବଶ୍ୟକତାର ଧ୍ୟାନ ରଖୁଛନ୍ତି ପରସ୍ପରର ଆବଶ୍ୟକତା ବିଷୟରେ ଚିନ୍ତା କରୁ ନାହାନ୍ତି ତେବେ ଏହାଦ୍ୱାରା ଆପଣ ଦୁହିଁଙ୍କ ମଧ୍ୟରେ ଏକ ବ୍ୟବଧାନ ଆରମ୍ଭ ହୋଇଥାଏ । ଯାହା ଧିରେ ଧିରେ ବୃଦ୍ଧି ପାଇବାରୁ ଏକଲାପଣ ଅନୁଭୂତ ହୋଇଥାଏ ।

Get real time updates directly on you device, subscribe now.