fbpx

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ମେଧାବୀ ଛାତ୍ରଛାତ୍ରୀଙ୍କୁ ମିଳିବ ୨ ଲକ୍ଷ ନଗଦ ଅର୍ଥ, ଲାପଟପ୍ ଓ ମୋବାଇଲ

ନୂଆଦିଲ୍ଲୀ: ମେଧାବୀ ଛାତ୍ରଚାତ୍ରୀଙ୍କୁ ପୁରସ୍କୃତ କରିବେ ସରକାର । ସରକାରଙ୍କ ତରଫରୁ ଛାତ୍ରଛାତ୍ରୀଙ୍କୁ ନଗଦ ରାଶି, ଲାପଟପ ଓ ମୋବାଇଲ ଫୋନ୍ ପ୍ରଦାନ କରାଯିବ । ନିକଟରେ ରାଜ୍ୟ କ୍ୟାବିନେଟ ବୈଠକରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହି ପଦକ୍ଷେପ ଫଳରେ ରାଜ୍ୟର ଟପ୍ପର ଛାତ୍ରଛାତ୍ରୀମାନେ ବିଶେଷ ଭାବେ ଉପକୃତ ହେବେ । ୨୦୨୨ରେ ରାଜ୍ୟରେ ଆୟୋଜିତ ହୋଇଥିବା ଦଶମ, ଦ୍ୱାଦଶ ବୋର୍ଡ ପରୀକ୍ଷାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହାସଲ କରିଥିବା ପିଲାମାନେ ବିଶେଷ ଭାବେ ଉପକୃତ ହେବେ ।

ସୂଚନା ମୁତାବକ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କ୍ୟାବିନେଟ ବୈଠକରେ ଏହି ବଡ଼ ଘୋଷଣା କରିଛନ୍ତି । ରାଜ୍ୟସ୍ତରୀୟ ପରୀକ୍ଷାର ପ୍ରଥମ ଟପ୍ପରଙ୍କୁ ୩ ଲକ୍ଷ ନଗଦ ରାଶି, ୬୦ ହଜାର ମୂଲ୍ୟର ଏକ ଲାପଟପ ଓ ୨୦ ହଜାର ଟଙ୍କାର ଏକ ମୋବାଇଲ ଫୋନ୍ ଦିଆଯିବ । ଏହାଛଡ଼ା ରାଜ୍ୟ ସ୍ତରୀୟ ଦଶମ ଓ ଦ୍ୱାଦଶ ପରୀକ୍ଷାର ସେକେଣ୍ଡ ଟପରଙ୍କୁ ୨ ଲକ୍ଷ ନଗଦ ରାଶି, ୬୦ ହଜାର ଟଙ୍କିଆ ଲାପଟପ ଓ ୨୦ ହଜାର ଟଙ୍କିଆ ମୋବାଇଲ ଫୋନ୍ ଦିଆଯିବ ।

ସେହିପରି ରାଜ୍ୟ ସ୍ତରର ତୃତୀୟ ଟପ୍ପରଙ୍କୁ ୧ ଲକ୍ଷ ନଗଦ ରାଶି, ୬୦ ହଜାର ଟଙ୍କିଆ ଲାପଟପ ଓ ୨୦ ହଜାର ଟଙ୍କିଆ ମୋବାଇଲ ଫୋନ୍ ଦେଇ ପୁରସ୍କୃତ କରାଯିବ । ମୋଟ ୬୮ ଜଣ ଛାତ୍ରଛାତ୍ରୀଙ୍କୁ ଗତ ଶିକ୍ଷାବର୍ଷ ୨୦୨୨ର ପରୀକ୍ଷାର ରେଜଲ୍ଟ ଆଧାରରେ ପୁରସ୍କୃତ କରାଯିବ । ପୁରସ୍କୃତ ହେବାକୁ ଥିବା ବିଦ୍ୟାର୍ଥୀଙ୍କ ମଧ୍ୟରେ ଝାରଖଣ୍ଡ ବୋର୍ଡର ୨୫ ଜଣ, ସିବିଏସଇ ବୋର୍ଡର ୨୦ ଜଣ ଓ ଆଇସିଏସଇ ବୋର୍ଡର ୨୩ ଜଣ ରହିଛନ୍ତି ।

Get real time updates directly on you device, subscribe now.