fbpx

ବରଣମାଳା ଦେଖି କାହିଁକି ରାଗିଗଲେ ବର? କରି ଦେଲେ ଏମିତି କାରନାମା…

Advertisement

ନୂଆଦିଲ୍ଲୀ: ଅନେକ ସମୟରେ ସୋସିଆଲ ମିଡିଆରେ ବାହାଘରର ବିଭିନ୍ନ ଭିଡିଓ ଭାଇରାଲ ହୋଇଥାଏ । କିଛି ଡାନ୍ସ ଭିଡିଓ ତ ଆଉ କିଛି ବର-କନ୍ୟାଙ୍କ ମଜାଦାର ଭିଡିଓ ଲୋକଙ୍କ ପାଇଁ ଏଣ୍ଟରଟେନମେଣ୍ଟର ପ୍ଲାଟଫର୍ମ ପାଲଟିଯାଏ । ଏମିତି ଆଉ ଏକ ଭିଡିଓ ଏବେ ଟ୍ରେଣ୍ଡକୁ ଆସିଛି । ବାହାଘରରେ ବରଙ୍କର ଏହି ହାଇ ଭୋଲଟେଜ ଡ୍ରାମା ଏବେ ନିଆଁ ଭଳି ବ୍ୟାପିବାରେ ଲାଗିଛି ।

ଭାଇରାଲ ହେଉଥିବା ଏହି ଭିଡିଓରେ ବର-କନ୍ୟାଙ୍କ ବରମାଳା ପିନ୍ଧାଇବା ପାଇଁ ଅପେକ୍ଷା କରୁଥିବା ଦେଖିବାକୁ ମିଳିଛି । ଏହାପରେ ବର ଦେଖାଇଛନ୍ତି ନିଜ ତେୱର । ଡ୍ରୋନ ସାହାଯ୍ୟରେ ବରମାଳାର ଏଣ୍ଟ୍ରି ଖୁବ ଜବରଦସ୍ତ ଅନ୍ଦାଜରେ ହେଉଥିଲା । କିନ୍ତୁ ଅଚାନକ ବର ଖୁବ ରାଗିଯାଇଛନ୍ତି । ଏହି ରାଗରେ ସେ ବରମାଳାକୁ ଟାଣି ଆଣି ଡ୍ରୋନକୁ ଭାଙ୍ଗି ଦେଇଛନ୍ତି । ଏହାପରେ ଏହି ଘଟଣାକୁ ନେଇ କିଛି ଲୋକଙ୍କ ସହ ସେ ଯୁକ୍ତି ତର୍କ ମଧ୍ୟ କରିଥିଲେ ।

ବରଣମାଳା ପାଇଁ ଅପେକ୍ଷା କରିବା ବୋଧହୁଏ ବର ଗ୍ରହଣ କରି ପାରିନଥିଲେ । ଯାହା ଫଳରେ ତାଙ୍କ ରାଗ ସୀମା ଟପି ଯାଇଥିଲା । ପରେ କିଛି ଲୋକ ତାଙ୍କୁ ବୁଝାସୁଝା କରିବାରୁ ସେ ଶାନ୍ତ ପଡିଥିଲେ । ଶେଷରେ ବରଣମାଳା ପିନ୍ଧାଇବାର ପରମ୍ପରା ଶେଷ ହୋଇଥିଲା । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଅନେକ ଲୋକ ଏହି ଭିଡିଓକୁ ପସନ୍ଦ କରିଥିବା ବେଳେ କମେଣ୍ଟ ବକ୍ସରେ ଭିନ୍ନ ଭିନ୍ନ ମତ ଦେଇଛନ୍ତି ୟୁଜର । କିଛି ଲୋକ ଯୁବକଙ୍କର ଏପରି କାରନାମାକୁ ସମର୍ଥନ କରୁଥିବା ବେଳେ କିଛି ଲୋକ ତାଙ୍କର ମଜାକ ଉଡାଇଛନ୍ତି ।

Get real time updates directly on you device, subscribe now.