ନୂଆଦିଲ୍ଲୀ: ଇଲେକ୍ଟ୍ରିସିଟି ମିଟରକୁ ନେଇ ବିଭିନ୍ନ ସମସ୍ୟା ଦେଖିବାକୁ ମିଳିଥାଏ । ତେବେ ଏହାର ସିଷ୍ଟମ କେତେବେଳେ କେଉଁ ପ୍ରକାର କାମ କରିଥାଏ, ତାହା ଜାଣିବା କଷ୍ଟକର ହୋଇପଡିଥାଏ । କିନ୍ତୁ ଏହାର କିଛି ଇଣ୍ଡିକେଟର ବିଷୟରେ ଜାଣିବା ଗ୍ରାହକଙ୍କ ପାଇଁ କୁବ ଜରୁରୀ ହୋଇଥାଏ । ଏହାବ୍ୟତୀତ ବିଜୁଳି ବିଲରେ ସମସ୍ୟାଗୁଡିକରୁ ବଞ୍ଚିବା ପାଇଁ ଏବେ ସରକାର ମଧ୍ୟ ପ୍ରିପେଡ ମିଟର ଲଗାଉଛନ୍ତି । ଯାହାଦ୍ୱାରା ବିଜୁଳି ବିଲ ମଧ୍ୟ ସଠିକ ସମୟରେ ଆଦାୟ କରାଯାଇ ପାରୁଛି ।
ପ୍ରିପେଡ ମୋବାଇଲ ଭଳି ହୋଇଥାଏ ଏହି ପ୍ରିପେଡ ମିଟର । ପ୍ରିପେଡ ମୋବାଇଲକୁ ରିଚାର୍ଜ କରିବା ପରେ କଲ୍ କରି ହୁଏ । ଠିକ ସେହିପରି ମିଟର ନମ୍ବରରେ ରିଚାର୍ଜ କରିବା ପରେ ଏହା ଚାଲୁ ହୋଇଥାଏ । ମିଟରର ବାଲାନ୍ସ ହେବା କ୍ଷଣି ଏହା ଲାଇଟ କାଟି ଦେଇଥାଏ । ପ୍ରିପେଡ ମିଟର ଆଗରେ ସର୍ବ ଉପରେ କମ୍ପାନୀର ନାମ ରହିଥାଏ । ଏହାତଳେ ଏଲସିଡି ଡିସପ୍ଲେ ଏବଂ ଡିସପ୍ଲେ ତଳେ ୩ଟି ଏଲଇଡି ଲାଇଟ ରହିଥାଏ । ଲାଇଟ ପାଖରେ କିପ୍ୟାଡ ରହିଥିବା ବେଳେ ଏହା ତଳେ ରହିଥାଏ ମିଟରର ସିରିୟଲ ନମ୍ବର ।
ମିଟରର ବାମପାଶ୍ୱର୍ ଲାଇଟ କ୍ରେଡିଟ ଷ୍ଟାଟସ ଦେଖାଇଥାଏ । କ୍ରେଡିଟ କମ୍ ହେବା ଦ୍ୱାରା ଏହି ଲାଇଟ ଲାଲ ହୋଇଯାଇଥାଏ । ସେହିପରି କ୍ରେଡିଟ ଅଧିକ ହେବା ଦ୍ୱାରା ଏହି ଲାଇଟ ଗ୍ରୀନ ଜଳିଥାଏ । ତେବେ ମିଟରର ଡିଫଲ୍ଟ କ୍ରେଡିଟ ଲିମିଟ ୧୦୦ ଟଙ୍କା ହୋଇଥାଏ । ତେବେ ମଝିରେ ଥିବା ଏଲଇଡି ମିଟରରେ ଟ୍ୟାମ୍ପରିଙ୍ଗକୁ ଦର୍ଶାଇଥାଏ । କୋଲାବରେସନକୁ ଦର୍ଶାଇଥାଏ ଡାହାଣ ପାଶ୍ୱର୍ରେ ଲାଗିଥିବା ଲାଇଟ ।