ଆଜି କାହିଁକି ଖେଳାଯିବ ଡବଲ ହେଡର ମୁକାବିଲା, ଜାଣନ୍ତୁ ଏହାର ବଡ଼ କାରଣ

ଆଜି ଦୁଇଟି ମୁକାବିଲା ଖେଳାଯିବ। ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ଜାରି ରହିଛି। ୭ ଅପ୍ରେଲରେ ଖେଳାଯାଇଥିବା ରୋମାଞ୍ଚକର ମୁକାବିଲାରେ ଆରସିବି ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ସେହିପରି ମଙ୍ଗଳବାର ଦିନ ଦୁଇଟି ମୁକାବିଲା ଖେଳାଯିବ।

ପ୍ରଥମ ମ୍ୟାଚ କେକେଆର ସହ ଏଲଏସଜି ମଧ୍ୟରେ ଖେଳାଯିବ। ଅନ୍ୟ ମ୍ୟାଚ ପଞ୍ଜାବ କିଙ୍ଗସ ସହ ସିଏସକେ ମଧ୍ୟରେ ଖେଲାଯିବ। ଆଇପିଏଲକୁ ଆସି ଡବଲ ହେଡର ମୁକାବିଲା ଶନିବାର ଏବଂ ରବିବାରରେ ଖେଳାଯିବ।

ହେଲେ ମଙ୍ଗଳବାର ଦିନ ଆଇପିଏଲ ୨୦୨୫ରେ ଦୁଇଟି ମୁକାବିଲା କାହିଁକି ଖେଳାଯିବ, ଆସନ୍ତୁ ଜାଣିବା..

କାହିଁକି ଖେଳାଯିବ: ଆଇପିଏଲ ୨୦୨୫ର ଯେବେ ସିଡ୍ୟୁଲ ପ୍ରଥମ ଥର ରିଲିଜ କରାଯାଇଥିଲା, ସେତେବେଳେ ୮ ଅପ୍ରେଲରେ ହିଁ ମୁକାବିଲା ଖେଳାଯାଇଥିଲା। ହେଲେ ବର୍ତ୍ତମାନ ୮ ଅପ୍ରେଲରେ ଦୁଇଟି ମୁକାବିଲା ଖେଳାଯିବ।

ପ୍ରଥମ ମ୍ୟାଚ କେକେଆର ସହ ଏମଏସଜି ମଧ୍ୟରେ ଖେଳାଯିବ। ଦ୍ୱିତୀୟ ମୟାଚ ପଞ୍ଜାବ କିଙ୍ଗସ ସହ ସିଏସକେ ମଦ୍ୟରେ ଇଡେନ ଗାର୍ଡେନ୍ସରେ ଖେଳାଯିବ।

କେକେଆର ଏବଂ ଏଲଏସଜି ଜି ମଧ୍ୟରେ ଏହି ମୁକାବିଲା ୬ ଅପ୍ରେଲ ରବିବାର ଦିନ ଖେଳାଯାଇଥାଆନ୍ତା। ହେଲେ ଏହି ମୁକାବିଲା ୮ ଅପ୍ରେଲକୁ ଶିଫ୍ଟ କରାଯାଇଛି।

ଏହା ଏଥିପାଇଁ କରାଯାଇଛି ଯେ, କାରଣ ପୋଲିସ କ୍ରିକେଟ ଆସୋସିଏସନ ଅଫ ବଙ୍ଗଳାକୁ କହିଥିଲା ଯେ, ସହରରେ ରାମନବମୀ ଉତ୍ସବ ପାଳନ କାରଣରୁ ମ୍ୟାଚ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଯାଇ ପାରିବନି। ଏଥିପାଇଁ ବିସିସିଆଇ ମ୍ୟାଚର ତାରିଖ ବଦଳାଇଛି। ଏଥିପାଇଁ ୮ ଅପ୍ରେଲରେ ୨ଟି ମ୍ୟାଚ ଖେଳାଯିବ।