୪୦ ବର୍ଷ ପରେ ଅଧିକାଂଶ ମହିଳା Extramarital Affairs କରନ୍ତି, ସ୍ୱାମୀ ସୁଖ ପାଇଁ କରନ୍ତି ଏହି ଭୁଲ୍

ଘନିଷ୍ଠ ବନ୍ଧୁତାରୁ ଆରମ୍ଭ ହୁଏ ସମ୍ପର୍କ । ପରକୀୟା ପ୍ରିତୀ ପାଇଁ ଉଭୟେ ଦାୟୀ ।

ଓଡ଼ିଶା ଭାସ୍କର: ବିବାହ ଏକ ପବିତ୍ର ବନ୍ଧନ । ଯଦି ଦୁଇଜଣଯାକ ପାର୍ଟନର ପରସ୍ପରର ମନଜାଣି କାମ କରନ୍ତି, ଉଭୟେ ନିଜର କେୟାର କରନ୍ତି, ତେବେ ଏ ସମ୍ପର୍କ ବେଶୀଦିନ ତିଷ୍ଟି ଥାଏ ।

ବର୍ତ୍ତମାନ ସମୟରେ ଏକ୍ସଟ୍ରା ମ୍ୟାରିଟାଲ ଆଫେୟାର୍ସ କାରଣରୁ ଅନେକ ଲୋକଙ୍କ ବୈବାହିତ ଜୀବନ ଦୁଃଖ କଷ୍ଟରେ କଟୁଛି । ବୈବାହିକ ଜୀବନକୁ ସରଳ ଓ ମଧୁମୟ କରିବା ଦୁହିଁଙ୍କୁ କିଛି ତ୍ୟାଗ ମଧ୍ୟ କରିବାକୁ ପଡ଼ିଥାଏ । ଏ ସବୁ କରିବା ସତ୍ତେ୍ୱ ଯଦି ବିବାହ ପରର ଜୀବନ ସୁଖମୟ ହୁଏ ନାହିଁ, ସେ ସମୟରେ ଉଭୟେ ଅନ୍ୟଠାରୁ ସୁଖ ଖୋଜନ୍ତି ।

ଉଭୟ ଦାୟୀ: ଖାଲି ଯେ, ପୁରୁଷମାନେ ପରକୀୟା ପ୍ରୀତି ବେଶୀମାତ୍ରାରେ କରନ୍ତି ତା’ ନୁହେଁ, ମହିଳାମାନେ ମଧ୍ୟ ଅନ୍ୟ ପୁରୁଷ ପ୍ରତି ଆକୃଷ୍ଟ ହେଉଥିବାର ଦେଖିବାକୁ ମିଳିଛି । ମହିଳାମାନେ ସ୍ୱାମୀଠାରୁ ସୁଖ ନ ପାଇଲେ ଅନ୍ୟ ପୁରୁଷଙ୍କଠାରୁ ସୁଖ କାମନା କରନ୍ତି ।

ଅନେକ ସମୟରେ ଦେଖିବାକୁ ମିଳିଛି, ଘରେ ସ୍ୱାମୀ ଯଦି ସ୍ତ୍ରୀଙ୍କୁ ଟାଇମ ଦେଉ ନାହାନ୍ତି, ତେବେ ମହିଳାଜଣକ ପୁରୁଷ ବନ୍ଧୁ ଖୋଜି ତାଙ୍କ ସହ ସବୁ କଥା ଶେୟାର କରନ୍ତି । କଥା ହେଉ ହେଉ ଦୁହିଁଙ୍କ ଭିତରେ ଆଫେୟାର୍ସ ହୋଇଯାଏ ।

ବାହାରେ ଖୋଜନ୍ତି ସୁଖ: ୪୦ ବର୍ଷରୁ ଅଧିକ ମହିଳାମାନେ ସ୍ୱାମୀଙ୍କଠାରୁ ଶାରୀରିକ ସୁଖ ନ ପାଇବା କାରଣରୁ ଅନ୍ୟ ପୁରୁଷଙ୍କ ପ୍ରତି ଆକର୍ଷିତ ହେଉଥିବାର ଦେଖାଯାଉଛି । ଏହା ବ୍ୟତୀତ ସ୍ତ୍ରୀଙ୍କୁ ସମୟ ନ ଦେଲେ ସେମାନେ ମଧ୍ୟ ଅନ୍ୟ ପୁରୁଷ ଆଡ଼କୁ ଢ଼ଳୁଥିବାର ଦେଖିବାକୁ ମିଳିଛି ।

ଘରେ ସବୁବେଳେ ସ୍ୱାମୀ, ସ୍ତ୍ରୀ ଭିତରେ କଳି ଝଗଡ଼ା ହେଲେ, ଇମୋଶନାଲ ସପୋର୍ଟ ପାଇଁ ସ୍ତ୍ରୀ ସବୁବେଳେ ଅନ୍ୟର ସାହାରା ଖୋଜେ, ଯେଉଁ କାରଣରୁ ଅନେକ ସମୟରେ ଦେଖିବାକୁ ମିଳିଛି ଯେ, ମହିଳାମାନେ ପଢ଼ାବେଳର ପୁରୁଷ ସାଥୀଙ୍କ ନିକଟବର୍ତ୍ତୀ ହୋଇଯାଆନ୍ତି । କାରଣ ସେମାନେ ହିଁ ମହିଳା ମନକୁ ଶାନ୍ତ କରିବାରେ ସକ୍ଷମ ହୁଅନ୍ତି । ଯାହାଫଳରେ ଏକ୍ସଟ୍ରା ମ୍ୟାରିଟାଲ ଆଫେୟାର୍ସ କରିବସନ୍ତି ।