ଭୁବନେଶ୍ୱର:୨୦୨୫-୨୬ ଆର୍ଥିକ ବର୍ଷର ବିଧାନସଭାରେ ଚାଲିଛି ବଜେଟ ଅଧିବେଶନ। ଏହିସମୟରେ, ମଙ୍ଗଳବାର ଗୃହରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ୫ ବର୍ଷରେ ପଞ୍ଚାୟତିରାଜ ବିଭାଗରେ ବଡ଼ଧରଣର ଦୁର୍ନୀତି ହୋଇଛି। ଦାରିଦ୍ର୍ୟ ଦୂରୀକରଣ ନାଁରେ ୨୮ କୋଟି ୨୫ ଲକ୍ଷ ୪୩ ହଜାର ହରିଲୁଟ ହୋଇଥିବା ଗୃହରେ ମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି।
୨୦୨୧-୨୨ରେ ଆର୍ଥିକ ବର୍ଷରେ ୨୮୧୪ ମାମଲାରେ ୪ କୋଟି ୨୮ ଲକ୍ଷ ୧୬ ହଜାର ଦୁର୍ନୀତି ହୋଇଥିବା ବେଳେ ୨୦୨୨-୨୩ରେ ୩୮ଟି ମାମଲାରେ ୯କୋଟି ୧୭ ଲକ୍ଷ ଟଙ୍କା ଦୁର୍ନୀତି ହୋଇଛି। ୨୦୨୩-୨୪ରେ ୨୦୩୮ମାମଲା ୧କୋଟି ୮୬ ଲକ୍ଷ ୬୦ ହଜାର ହଡ଼ପ କରାଯାଇଥିବା ମନ୍ତ୍ରୀ ନାୟକ କହିଛନ୍ତି।