fbpx

ଆଇସୋଲେସନରେ ସ୍ୱାମୀଙ୍କ ମୃତ୍ୟୁ ପରେ ଆତ୍ମହତ୍ୟା କଲେ ସ୍ତ୍ରୀ

ଜଗତସିଂହପୁର, ୨ା୭(ଓଡ଼ିଶା ଭାସ୍କର): ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା ଘଟିଛି । ଆଇସୋଲେସନ ୱାର୍ଡ଼ରେ ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଉଭୟ ସ୍ୱାମୀ ଓ ସ୍ତ୍ରୀ ଡାକ୍ତରଖାନାର ଆଇସୋଲେସନ ୱାର୍ଡ଼ରେ ଥିଲେ । ଉଭୟ ତେଲେଙ୍ଗାନାରୁ ଫେରିଥିଲେ । ଅପରାହ୍ନରେ ଆଇସୋଲେସନ ୱାର୍ଡ଼ରେ ପ୍ରବାସୀ ସ୍ୱାମୀଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା । ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ମାନସିକ ଭାରସାମ୍ୟ ହରାଇ ଆଇସୋଲେସନରେ ପଙ୍ଖାରେ ରଶି ଲଗାଇ ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି । ଏବେ ଘଟଣାସ୍ଥଳରେ ପୋଲିସ, ମାଜିଷ୍ଟ୍ରେଟ ଓ ସିଡ଼ିଏମଓ ପହଞ୍ଚିଛନ୍ତି । ଦମ୍ପତିଙ୍କ ଘର ଏରସମା ଅଞ୍ଚଳର ବୋଲି ଜଣାପଡ଼ିଛି । ଉଭୟଙ୍କ କରୋନା ରିପୋର୍ଟ ନେଗେଟିଭ ଆସିିଥିବା ନେଇ ସୂଚନା ରହିଛି ।

Get real time updates directly on you device, subscribe now.