ସ୍ୱାମୀ ଏବଂ ସ୍ତ୍ରୀ ସମ୍ପର୍କରେ ପ୍ରେମ ସହ ଝଗଡ଼ା ଲାଗିରହିଛି । ପ୍ରତିଦିନ ସୋସିଆଲ ମିଡିଆରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ାର ମାମଲା ସାମ୍ନାକୁ ଆସୁଛି । ଯେଉଁଠାରେ ଛୋଟ ଛୋଟ ବିବାଦ ମଧ୍ୟ ମାରାତ୍ମକ ସାବ୍ୟସ୍ତ ହୋଇଥାଏ ।
ଏବେ ଛାତ ଉପରେ ଲଢ଼ୁଥିବା ଏହି ଦମ୍ପତିଙ୍କୁ ଦେଖନ୍ତୁ, ସେମାନେ ଲଢ଼େଇ କରିବା ସମୟରେ କୌଣସି ଜିନିଷ ପ୍ରତି ଧ୍ୟାନ ଦେଇନଥିଲେ । ସ୍ତ୍ରୀ ରାଗରେ ଲାଲ ହୋଇ ନିଜ ସ୍ୱାମୀଙ୍କୁ ଛାତରୁ ତଳକୁ ଫିଙ୍ଗି ଦେଲେ ।
ସ୍ୱାମୀ ସ୍ତ୍ରୀ ଛାତ ଉପରେ ଝଗଡ଼ା କରୁଥିଲେ, ତା’ପରେ କ’ଣ ହେଲା…
ଭିଡିଓରେ ଏକ ଦମ୍ପତିଙ୍କୁ ସେମାନଙ୍କ ଘରର ଛାତରେ ଝଗଡ଼ା କରୁଥିବାର ଦେଖିବାକୁ ମିଳୁଛି । ଯେଉଁଠାରେ ସ୍ତ୍ରୀ ରାଗିଯାଇ ନିଜ ସ୍ୱାମୀଙ୍କୁ ଛାତରୁ ଫିଙ୍ଗିଦେଇଛନ୍ତି । କିନ୍ତୁ ଭାଗ୍ୟ ଭଲ କି ବ୍ୟକ୍ତିଜଣକ ସିଧା ଛାତରୁ ପଡ଼ିନଥିଲେ । ମଝିରେ ତିଅ।।ରି ହୋଇଥିବା ଚାଳଘର ତାଙ୍କ ଜୀବନ ବଞ୍ଚାଇଦେଲା ।
ଯଦି ସେ ସିଧା ଛାତରୁ ଖସିପଡ଼ିଥାନ୍ତେ, ତେବେ ହୁଏତ ତାଙ୍କର ମୃତ୍ୟୁ ହୋଇଥାନ୍ତା । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଏହି ଝଗଡ଼ାକୁ କେହି ଜଣେ କ୍ୟାମେରାରେ ରେକର୍ଡ କରିଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି ।
ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ :
ଭିଡିଓଟି ଦେଖିବା ପରେ, କିଛି ଲୋକ କହୁଛନ୍ତି ଯେ ଏହା ସ୍କ୍ରିପ୍ଟ ହୋଇଛି । କିଛି ଲୋକ କହୁଛନ୍ତି ଯେ ଏପରି ପରିସ୍ଥିତି ବହୁତ ବିପଦପୂର୍ଣ୍ଣ । ଭିଡିଓଟି ପ୍ରକୃତ ହେଉ କି ସ୍କ୍ରିପ୍ଟ, ଏହା ଦର୍ଶାଉଛି ଯେ ଛୋଟ ଛୋଟ କଥା ପାଇଁ ରାଗିବା ଏବଂ ଝଗଡ଼ା କରିବା କେତେ ବିପଦପୂର୍ଣ୍ଣ ହୋଇପାରେ । ଏହି ଭାଇରାଲ ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଅକ୍ସବକ୍ସରସଦ୍ଭୟସବଦ୍ଭମକ୍ଷସକ୍ଟ୍ରଗ୍ଦ ନାମକ ଏକ ଆକାଉଣ୍ଟରୁ ସେୟାର କରାଯାଇଛି ।
Me and who?🥰 pic.twitter.com/q1FXBBOSVO
— rareindianclips (@rareindianclips) April 10, 2025