ନିଖୋଜ ଥିଲେ ପତ୍ନୀ, ଆଖି ଅପରେସନ ପରେ ଯାହା ଦେଖିଲେ ଚମକି ପଡ଼ିଲେ ସ୍ୱାମୀ

ଆଖି ଅପରେସନ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବ୍ୟକ୍ତି। ହେଲେ ଆଖି ଖୋଲିବା ପରେ ବେଡ଼ ପାଖରେ ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ।

ଉତ୍ତରପ୍ରଦେଶ: ମୋତିଆବିନ୍ଦୁ ଅପରେସନ ପରେ ହସ୍ପିଟାଲ ବେଡରେ ଥିଲେ ଜଣେ ବ୍ୟକ୍ତି। ହେଲେ ଆଖି ଖୋଲୁ ଖୋଲୁ ବେଡ୍ ପାଖରେ ଯାହା ଦେଖିଲେ ତାହାକୁ ସେ ସହଜରେ ବିଶ୍ୱାସ କରିପାରିଲେ ନାହିଁ।

ଘଟଣା ଘଟିଛି ଉତ୍ତରପ୍ରଦେଶର ଉନ୍ନାୱରେ। ପାଖାପାଖି ମାସେ ତଳେ ତାଙ୍କ ସ୍ତ୍ରୀ ମଧ୍ୟ ତାଙ୍କ ପାଖରୁ ଦୂରେଇ ଯାଇଥିଲେ। ଅର୍ଥାତ୍ ତାଙ୍କ ସ୍ତ୍ରୀ ଜାନୁଆରୀ ୧୬ ତାରିଖରେ କୁଆଡେ ନିଖୋଜ ହୋଇଯାଇଥିଲେ। ହେଲେ ଆଖି ଅପରେସନ ପରେ ହସ୍ପିଟାଲ ବେଡ ପାଖରେ ସ୍ୱାମୀ ଜଣଙ୍କ ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ।

ଆଶ୍ଚର୍ଯ୍ୟ ହୋଇଗଲେ ସ୍ୱାମୀ: ତେବେ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଆଲୋଚନା କଲେ, ଉନ୍ନାୱ ସହରର କେୱଟା ତାଲାବବସ୍ତିର ବାସିନ୍ଦା ରାକେଶ କୁମାର। ସ୍ତ୍ରୀଙ୍କ ନାମ ଶାନ୍ତି ଦେବୀ। ଜାନୁଆରୀ ୧୩ ତାରିଖରୁ ସେ ହଠାତ୍ କୁଆଡେ ନିଖୋଜ ହୋଇଯାଇଥିଲେ।

ବହୁ ଖୋଜା ଖୋଜି ପରେ ବି ଶାନ୍ତିଙ୍କ ସୁରାକ ପାଇନଥିଲେ ରାକେଶ। ହେଲେ ନିକଟରେ ରାକେଶଙ୍କ ଆଖିକୁ ଭଲଭାବେ ଦେଖାଯାଉନଥିଲା। ତେଣୁ ସେ ମୋତିଆବିନ୍ଦୁ ଅପରେସନ ପାଇଁ ଏକ ସରକାରୀ ହସ୍ପିଟାଲକୁ ଯାଇଥିଲେ।

ପାଖ ବେଡରେ ଥିଲେ ପତ୍ନୀ: ଆଉ ସେଠାରେ ତାଙ୍କର ଅସ୍ତ୍ରୋପ୍ରଚାର ବି ହେଲା। ଆଉ ତାଙ୍କ ଆଖିକୁ ଦେଖାଗଲା ମଧ୍ୟ। ହେଲେ ସବୁଠାର ରୋଚକ କଥା ଏହା କି ସ୍ୱାମୀ ରାକେଶ ଅପରେସନ ପରେ ଆଖି ଖୋଲିଲା ପରେ ଯାହା ଦେଖିଲେ ବିଶ୍ୱାସ କରିପାରିଲେ ନାହିଁ।

କାରଣ ସେ ହସ୍ପିଟାଲର ଯେଉଁ ବେଡରେ ବସିଥିଲେ ସେହି ବେଡ ପାଖରେ ଆଉ ଏକ ବେଡରେ ଜଣେ ମହିଳା ମଧ୍ୟ ଚିକିତ୍ସିତ ହେଉଥିଲେ। ଆଉ ସେହି ମହିଳା ଜଣଙ୍କ ଆଉ କେହି ନଥିଲେ ବରଂ ରାକେଶ ନିଖୋଜ ପତ୍ନୀ ଶାନ୍ତି ଦେବୀ ଥିଲେ।

ଚିହ୍ନି ପାରିଲେନି ପତ୍ନୀ: ରାକେଶ ପାଖରେ ସ୍ତ୍ରୀଙ୍କୁ ଦେଖି ବୋହୁତ ଖୁସି ହୋଇଯାଇଥିଲେ। ଏବଂ ଶାନ୍ତିଙ୍କ ପାଖକୁ ଯାଇ କଥା ହେବାକୁ ଚେଷ୍ଟା କଲେ। ହେଲେ ବିଡ଼ମ୍ୱନାର ବିଷୟ ଏହି କି ପତ୍ନୀ ଶାନ୍ତି ଦେବୀ ସ୍ୱାମୀ ରାକେଶଙ୍କୁ ଚିହ୍ନି ପାରିନଥିଲେ।

ସଙ୍ଗେ ସଙ୍ଗେ ରାକେଶ ଡାକ୍ତରଙ୍କ ପାଖକୁ ଦୌଡିଗେଲ। ଆଉ ପଚାରିଲେ ମୋ ସ୍ତ୍ରୀ ଶାନ୍ତିର କ’ଣ ହେଇଛି। ସେ ଏଠାକୁ କିପରି ଆସିଲା। ରାକେଶଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଡକ୍ଟର କହିଲେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା।

ସେଥିପାଇଁ ସେ ତାଙ୍କ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି। ଏବେ ତାଙ୍କର ଚିକିତ୍ସା ଚାଲିଛି। ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତ୍ତି ମଧ୍ୟ ହେଉଛି। ସେ ଯାହା ହେଉନା କାହିଁକି ନିଖୋଜ ପତ୍ନୀଙ୍କୁ ଏତେ ଦିନ ପରେ ପାଇଁ ରାକେଶ ଖୁସି ହୋଇଯାଇଥିଲେ। ଆଉ ହସ୍ପିଟାଲରେ ରହି ପତ୍ନୀଙ୍କ ସେବା ମଧ୍ୟ କରୁଛନ୍ତି।