fbpx
BSKY SKY
BSKY SKY

କଣ ଟି-୨୦ ବିଶ୍ୱ କପରେ ବୋଲିଂ କରିବେ ହାର୍ଦ୍ଦିକ ପାଣ୍ଡ୍ୟା ? ନିଜେ ଏହାର ଉତ୍ତର ଦେଲେ ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର

BSKY

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ୨୦୨୧ର ଲିଗ୍ ପର୍ଯ୍ୟାୟରେ ମୁମ୍ବାଇ ଇଣ୍ଡିଆନ୍ସର ଆଉ ଦୁଇଟି ମ୍ୟାଚ୍ ବାକି ରହିଛି । ଦଳ ଆଇପିଏଲରେ ୧୨ଟି ମ୍ୟାଚ୍ ଖେଳି ୫ ବିଜୟ ଏବଂ ୭ ପରାଜୟ ସହ ପଏଣ୍ଟ ତାଲିକାର ସପ୍ତମରେ ରହିଛି । ଏଥିରୁ କୌଣସି ବି ମୁକାବିଲାରେ ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରି ନାହାନ୍ତି । ଟି-୨୦ ବିଶ୍ୱ କପରେ ଭାରତୀୟ ଦଳ ହାର୍ଦ୍ଦିିକ ପାଣ୍ଡ୍ୟାଙ୍କଠୁ ବହୁତ କିଛି ଆଶା ରଖିଛି । ଅନ୍ୟପଟେ ତାଙ୍କର ଫିଟନେସକୁ ନେଇ ଅନିଶ୍ଚିତତା ବଢିବାରେ ଲାଗିଛି । ୨୭ ବର୍ଷୀୟ ହାର୍ଦ୍ଦିକ ପାଣ୍ଡ୍ୟା ଖୋଦ୍ ଏବେ ନିଜର ଫିଟନେସକୁ ନେଇ ସୂଚନା ଦେଇଛନ୍ତି । ଖୁବ୍ ଶୀଘ୍ର ବୋଲିଂ କରିବେ ବୋଲି ସେ କହିଛନ୍ତି । ମୁଁ ନିଜ ତରଫରୁ ୧୦୦ ପ୍ରତିଶତ ଉଦ୍ୟମ କରୁଥିବା ପାଣ୍ଡ୍ୟା କହିଛନ୍ତି ।

ପାଣ୍ଡ୍ୟା ଷ୍ଟାର ସ୍ପୋର୍ଟ୍ସ ସହ ଆଲୋଚନା ବେଳେ ପଞ୍ଜାବ କିଙ୍ଗ୍ସ ବିରୋଧରେ ଖେଳିଥିବା ୪୦ ରନର ଇନିଂସ ବିଷୟରେ କହିଛନ୍ତି ଯେ, ନିଜର ବ୍ୟକ୍ତିଗତ ଆତ୍ମ ବିଶ୍ୱାସ ପାଇଁ ରନ କରିବା ମହତ୍ୱପୂର୍ଣ୍ଣ । ବିଶେଷ କରି ଯେତେବେଳେ ଦଳ ମ୍ୟାଚ୍ ଜିତି ଥାଏ ତେବେ ଯାଇ ନିଜର ରନ ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଯାଏ । ଯୋଜନା ସରଳ ହେବା ଉଚିତ୍ ଏବଂ ପ୍ରତିଟି ବଲରେ ବିଜୟ ହାସଲ କରିବାକୁ ପଡିଥାଏ । ଏହା ବ୍ୟତୀତ ଆଉ କୌଣସି ବିକଳ୍ପ ନଥାଏ ଏବଂ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡିଥାଏ ବୋଲି ପାଣ୍ଡ୍ୟା କହିଛନ୍ତି ।

ସୂଚନଯୋଗ୍ୟ, ଏହା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର କୋଚ୍ ମୋହେଲା ଜୟବର୍ଦ୍ଧନେ ଶୁକ୍ରବାର କହିଛନ୍ତି, ତାଙ୍କ ଦଳ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବୋଲିଂ କରିବାକୁ ବାଧ୍ୟ କରିବେ ନାହିଁ । କାରଣ ଯଦି ଏମିତି କରାଯାଏ ତେବେ ତାଙ୍କୁ ସମସ୍ୟା ହୋଇପାରେ । ଆଗାମୀ ଟି-୨୦ ବିଶ୍ୱ କପରେ ତାଙ୍କ ପ୍ରଦର୍ଶନ ଉପରେ ପ୍ରଭାବ ପଡିପାରେ । କିନ୍ତୁ ଟି-୨୦ ବିଶ୍ୱ କପ୍ ଘୋଷଣା ସମୟରେ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା କହିଥିଲେ, ହାର୍ଦ୍ଦିକ ପାଣ୍ଡ୍ୟା ସଂପୂର୍ଣ୍ଣ ଫିଟ୍ ଅଛନ୍ତି ଏବଂ ନିଜ ବୋଲିଂର କୋଟା ପୂରଣ କରିବାକୁ ପ୍ରସ୍ତୁତ ।

 

Get real time updates directly on you device, subscribe now.