ନୂଆଦିଲ୍ଲୀ: ୨୦୨୨ ଆଇପିଏଲରେ ଅନସୋଲ୍ଡ ରହିବା ପରେ କମେଣ୍ଟ୍ରି ଦୁନିଆରେ ପାଦ ରଖିଛନ୍ତି ସୁରେଶ ରାଇନା । କିନ୍ତୁ ଚେନ୍ନାଇକୁ ଏହି ନିଷ୍ପତ୍ତିର ଏକ ଭାରି ପରିଣାମ ଭୋଗିବାକୁ ପଡିଛି । ରାଇନାଙ୍କ ଅନୁପସ୍ଥିତି ଯୋଗୁଁ ଦଳ ନବମ ସ୍ଥାନରେ ସିଜନ ଶେଷ କରିଛି । ତେବେ ଏହାପରେ ଟିମ ମ୍ୟାନେଜମେଣ୍ଟର ମନେ ପଡିଛି ରାଇନାଙ୍କର ଏକ ପୁରୁଣା ପାରି । ଗତକାଲି ଚେନ୍ନାଇ ସୁପର କିଙ୍ଗସ ରାଇନାଙ୍କର ଏହି ପାଳିକୁ ମନେ ପକାଇ ଏକ ପୋଷ୍ଟ କରିଥିଲା । ତେବେ ଏହାର ଉତ୍ତରରେ ରାଇନା ଯାହା ଟ୍ୱିଟ କରିଛନ୍ତି, ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ରାଇନା ପୁଣି ଥରେ ୟେଲୋ ଜର୍ସିରେ ଖେଳିବା ପାଇଁ ଚାହୁଁଛନ୍ତି ବୋଲି ଆଶା କରିଛନ୍ତି ପ୍ରଶଂସକ ।
When Chinna Thala hit the Nitros!?
8⃣7⃣(2⃣5⃣) was full of ?&? Inside out!#AndhaNaalGnyabagam #Yellove #WhistlePodu ? pic.twitter.com/N6xNstiFWM— Chennai Super Kings (@ChennaiIPL) May 30, 2022
୨୦୧୪ ସିଜନର ଦ୍ୱିତୀୟ କ୍ୱାଲିଫାୟାରରେ ପଞ୍ଜାବ ବିରୋଧରେ ଏହି ଧମାକାଦାର ପାଳି ଖେଳିଥିଲେ ମିଷ୍ଟର ଓଚଖ । ମାତ୍ର୨୫ ବଲରୁ ୮୭ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ ରାଇନା । ତେବେ ଏହି ଧୂଆଁଦାର ପାଳିରେ ୧୨ଯି ଚୌକା ଏବଂ ୬ଟି ବିଶାଳ ଛକା ସାମିଲ ରହିଥିଲା । ଏହି ମ୍ୟାଚକୁ ଚେନ୍ନାଇ ହାତଛଡା କରିଥିଲେ ମଧ୍ୟ ଚଳିତ ସିଜନରେ ଏହିଭଳି ପାଳିକୁ ଖୁବ ମିସ କରିଛି ସିଏସକେ । ତେଣୁ ଏହି ମ୍ୟାଚର ଏକ ଫଟୋକୁ ଟ୍ୱିଟରରେ ଶେୟାର କରିଛି ଚେନ୍ନାଇ । ଏହାର କମେଣ୍ଟରେ ରାଇନା ମଧ୍ୟ ଏକ ରିଟ୍ୱିଟ କରିଛନ୍ତି । ତାଙ୍କର ଏହି ଟ୍ୱିଟ କିନ୍ତୁ ଖୁବ ଭାଇରାଲ ହୋଇଛି । କଲ କରୁଥିବାର ଏକ ଇମୋଟିକୋନ ଟ୍ୱିଟ କରିଛନ୍ତି ରାଇନା ।
ଏଥିରୁ ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ, ରାଇନା ଏବେ ମଧ୍ୟ ଚେନ୍ନାଇ ପାଇଁ ଖେଳିବାକୁ ଚାହୁଁଛନ୍ତି । ତେବେ କେବଳ ମ୍ୟାନେଜମେଣ୍ଟ ତରଫରୁ ଗୋଟିଏ କଲକୁ ଅପେକ୍ଷା କରି ରହିଛନ୍ତି । ଏହି ଟ୍ୱିଟ ପରେ ପୁଣି ଥରେ ତାଙ୍କ ଫେରିବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ସତରେ ସେ ଆଗାମୀ ସିଜନରେ ଦଳକୁ ଫେରୁଛନ୍ତି କି ନାହିଁ, ତାହା ଦେକିବାକୁ ବାକି ରହିଲା ।