fbpx
BJD SKY
BJD SKY

Team Indiaକୁ ମିଳିବେ କି ନୂଆ ଅଧିନାୟକ? ହାର୍ଦ୍ଦିକ-ସୂର୍ଯ୍ୟଙ୍କ ଆହତରେ ହେବ ପରିବର୍ତ୍ତନ…

BJD

ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତୀୟ କ୍ରିକେଟ ଦଳରେ ଦେଖିବାକୁ ମିଳିପାରେ ଏକ ବଡ଼ ପରିବର୍ତ୍ତନ । ସମ୍ଭବତଃ ଆସନ୍ତା ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ଏହି ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଟିମ ଇଣ୍ଡିଆକୁ ଆଉ ଜଣେ ନୂଆ ଅଧିନାୟକ ମିଳିପରନ୍ତି । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଉପ-ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଆହତ ସମସ୍ୟା ଯୋଗୁଁ ଦଳରୁ ବାଦ୍ ପଡ଼ିଥିବା ବେଳେ ଏବେ ଆଉ ଜଣେ ଖେଳାଳିଙ୍କୁ ଦାୟିତ୍ୱ ଦେଇପାରେ ବିସିସିଆଇ । ତେକେ କିଏ ହେବେ ଦଳର ନୂଆ ଅଧିନାୟକ?

ଜାନୁୟାରୀ ୧୧ ତାରିଖରେ ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ଖେଳିବ ଟିମ ଇଣ୍ଡିଆ । ତେବେ ବର୍ତ୍ତମାନ ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ, ଟି-୨୦ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଉପ-ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଆହତ ସମସ୍ୟାରୁ ସମ୍ପୂର୍ଣ୍ଣ ବାହାରି ପାରିନାହାନ୍ତି । ଆଫଗାନିସ୍ତାନ ବିପକ୍ଷ ସିରିଜ ସୁଦ୍ଧା ଏମାନଙ୍କ ମଧ୍ୟରୁ କେହି ସୁସ୍ଥ ହୋଇ ଦଳକୁ ଫେରିବା ଉପରେ ମଧ୍ୟ ଆଶଙ୍କା ଦେଖାଦେଇଛି । ତେଣୁ ଏହି ସିରିଜ ପାଇଁ ଭାରତ ଜଣେ ନୂଆ ଅଧିନାୟକଙ୍କୁ ଦାୟିତ୍ୱ ଦେଇପାରେ । ତେବେ ଟିମ ଇଣ୍ଡିଆର କୋଚ ଅଜିତ ଅଗରକର ଦକ୍ଷିଣ ଆଫ୍ରିକା ଗସ୍ତ କରିଛନ୍ତି । ସେଠାରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ସହ ଫ୍ୟୁଚର ପ୍ଲାନ ସମ୍ପର୍କରେ ସେ ଆଲୋଚନା କରିପାରନ୍ତି । କାରଣ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସରିବା ମାତ୍ରେ ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ଖେଳିବ ଭାରତ । ଜାନୁୟାରୀ ମାସରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳାଯିବାକୁ ରହିଥିବାରୁ ରୋହିତ-ବିରାଟ ଏହି ସିରିଜରୁ ଦୂରେଇ ରହିପାରନ୍ତି ।

ରୋହିତ, ହାର୍ଦ୍ଦିକ ଏବଂ ସୂର୍ଯ୍ୟକୁମାରଙ୍କ ଅନୁପସ୍ଥିତିରେ କିଏ ନେବେ ଦଳର ନେତୃତ୍ୱ?

ଏହି ତାଲିକାରେ ଭାରତର ୩ ଜଣ ଖେଳାଳିଙ୍କ ନାଁ ଖୁବ ଆଗରେ ରହିଛି । ଏହି ତାଲିକାରେ କେ.ଏଲ ରାହୁଲ, ଜଶପ୍ରୀତ ବୁମରାହ ଏବଂ ଋତୁରାଜ ଗାଏକ୍ୱାଡଙ୍କ ନାମ ସାମିଲ ରହିଛି । କେ.ଏଲ ରାହୁଲ କିମ୍ବା ବୁମରାହଙ୍କୁ ଆଫଗାନିସ୍ତାନ ବିପକ୍ଷ ସିରିଜରେ ନେତୃତ୍ୱ ଦିଆଯାଇପାରେ । ଏହାବ୍ୟତୀତ ଋତୁରାଜ ଗାଏକ୍ୱାଡ ମଧ୍ୟ ଜଣେ ବିକଳ୍ପ ଭାବରେ ଦଳରେ ରହିଛନ୍ତି । ତେବେ ସିନିୟର ଖେଳାଳିଙ୍କୁ ନେଇ ତାଙ୍କୁ ନେତୃତ୍ୱ ମିଳିବା କଷ୍ଟକର ହୋଇପାରେ । ସେହିପରି ଶ୍ରେୟସ ଆୟର ଏବଂ ଶୁଭମନ ଗିଲ ମଧ୍ୟ ଭଲ ବିକଳ୍ପ ହୋଇପାରନ୍ତି, କାରଣ ଆଇପିଏଲ-୨୦୨୪ ପାଇଁ ତାଙ୍କୁ ଅଧିନାୟକ ପଦଦେଇଛି ଫ୍ରାଞ୍ଚାଇଜି ।

Get real time updates directly on you device, subscribe now.