fbpx

ଗରମ ବିରିୟାନୀ ମାଗିଲେ, କିନ୍ତୁ ବର୍ଷା ହେଲା ଲାତ-ଗୋଇଠା: ରେଷ୍ଟୁରାଣ୍ଟରେ ଏହି ମାମଲା କ’ଣ ସତ?

ହାଇଦ୍ରାବାଦ: ଡିସେମ୍ବର ୩୧ ତାରିଖରେ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ପ୍ରକାରରେ ନୂଆବର୍ଷ ପାଳନ କରିଥାନ୍ତି । ତେବେ ଏପରି ସ୍ଥଳେ ଭିଡ଼ ପାଇଁ କେତେକ ସ୍ଥାନରେ ଝଗଡ଼ା ଏବଂ ଗଣ୍ଡଗୋଳ ହୋଇଥାଏ । ତେବେ ହାଇଦ୍ରାବାଦର ଏକ ରେସ୍ତୋରାଁରେ ବିରିୟାନି ପାଇଁ ବେଶ ଦମଦାର ହଙ୍ଗାମା ଦେଖିବାକୁ ମିଳିଛି । ଜନୈକ ଗ୍ରାହକ ବିିରିୟାନି ଗରମ ପରଷା ନଯିବା କାରଣରୁ ଏପରି କରିଥିବା ଜଣାପଡ଼ିଛି ।

ହାଇଦ୍ରାବାଦରେ ଥିବା ଗ୍ରାଣ୍ଡ ହୋଟେଲ ନାମକ ଏକ ରୋସ୍ତୋରାଁରେ ଗ୍ରାହକ ଏବଂ ୱେଟରଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ହୋଇଥିଲା । ତେବେ ଏହି ଯୁକ୍ତିତର୍କ ଧୀରେ ଧୀରେ ହାତାହାତିର ରୂପ ନେଇଥିଲା । ଏପରିକି କଥା ଲାଠି ପର୍ଯ୍ୟନ୍ତ ପହଞ୍ଚିଥିଲା ।ଏପରିକି ଲୋକମାନେ ସେଠାରେ ଥିବା ଚେୟାର ଏବଂ ଟେବୁଲକୁ ନେଇ ମଧ୍ୟ ଭାଙ୍ଗୁ ଥିବାର ଦେଖିବାକୁ ମିଳିଥିଲା ।

ଖବର ପାଇ ପୁଲିସ ସେଠାରେ ପହଞ୍ଚି ଘଟଣାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା । ତେବେ ବିରିୟାନି ଗରମ ପରଷା ନଯିବାକୁ ନେଇ ଜଣେ ଗ୍ରାହକ ୱେଟରଙ୍କ ଉପରକୁ ଆକ୍ରମଣ କରିଥିଲେ । ତେବେ ଏହାର ପ୍ରତିକ୍ରିୟାରେ ୱେଟର ଜଣଙ୍କ ମଧ୍ୟ ଗ୍ରାହକଙ୍କ ଉପରକୁ ଆକ୍ରମଣ କରିଥିବା ପୁଲିସ କହିଛି । ଏପରିକି ହୋଟେଲର ମ୍ୟାନେଜମେଣ୍ଟର ସଦସ୍ୟମାନେ ମଧ୍ୟ ଲାଠି ଦ୍ୱାରା ସେଠାରେ ଭଙ୍ଗାରୁଜା କରୁଥିବା ଦେଖିବାକୁ ମିଳିଥିଲା ।

ତେବେ ଏ ନେଇ ହାଇଦ୍ରାବାଦ ପୁଲିସ ରେସ୍ତୋରାଁ କର୍ମଚାରୀ ଏବଂ ଗ୍ରାହକଙ୍କ ସମେତ ୬ ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି । ଏହା ସହିତ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।

 

Get real time updates directly on you device, subscribe now.