ଥଣ୍ଡାରୁ ଗୋଇଠି ଫାଟୁଥିଲେ ଏହି ୪ଟି ଉପାୟରେ କରନ୍ତୁ ଉପଚାର, ମୁଲାୟମ ପରି ରହିବ ପାଦ
ଶୀତଦିନ ଆସିଲେ ଶୁଖିଲାପଣରୁ ଆମର ପାଦ ଗୋଇଠି ପାଟିଥାଏ। ଜାଣନ୍ତୁ ଏହାକୁ କିପରି ଘରୋଇ ଉପଚାର ଦ୍ୱାରା କରିବେ ଠିକ୍
ଓଡ଼ିଶା ଭାସ୍କର:ସାଧାରଣତଃ ଶୀତ ଦିନେ ଆମ ତ୍ୱାଚା ଶୁଷ୍କ ହୋଇ ଫାଟିଥାଏ । ଏହାର ଅଧିକ ପ୍ରଭାବ ଆମ ଗୋଇଠି ଏବଂ ଓଠ ଉପରେ ପଡିଥାଏ । ଥଣ୍ଡାରୁ ଆମ ଗୋଇଠି ଫାଟି, କଷ୍ଟ ହେବା ସହ କୁଣ୍ଡାଇ ହୋଇଥାଏ ।
ଏଥିସହ ଗୋଇଠି ଫାଟି ରକ୍ତ ମଧ୍ୟ ବାହାରିଥାଏ । ଗୋଇଠି ଫଟା ମହିଳାଙ୍କୁ ଅଧିକ କଷ୍ଟ ଦେଇଥାଏ। ତେଣୁ ଆଜି ଆମେ କିଛି ଘରୋଇ ଉପାୟ ଆଲୋଚନା କରିବାକୁ ଯାଉଛୁ, ଯାହାଦ୍ୱାରା ଆପଣ ଗୋଇଠି ଫଟାରୁ ମୁକ୍ତି ପାଇପାରିବେ।
-ଚାଉଳ ଗୁଣ୍ଡକୁ ଆପଣ ଗୋଇଠି ଫଟା ପାଇଁ ବ୍ୟବହାର କରିପାରିବେ । ଆପଣ ୨ଚାମଚ ଚାଉଳ ଗୁଣ୍ଡ, ୪ ବୁନ୍ଦା ଆପେଲ ଭିନେଗାର, ଏକ ଚାମଚ ମହୁ ଏବଂ ୨ ଚାମଚ ନଡ଼ିଆ ତେଲ ମିଶାଇ ଫଟା ପାଦରେ ମାଲିସ କରନ୍ତୁ । ଏହାଦ୍ୱାରା ଫାଟିଯାଇଥିବା ଯାଗାରେ ନୂଆ ସ୍କିନ ପୂରଣ ହେବାକୁ ଲାଗିଥାଏ ଏବଂ ପିଡ଼ାରୁ ରକ୍ଷା କରିଥାଏ ।
– ଫାଟିଯାଇଥିବା ଗୋଇଠିରୁ ମୁକ୍ତି ପାଇବା ପାଇଁ ଫଟା ଯାଗାକୁ ଭଲଭାବେ ସଫା କରନ୍ତୁ । ଲେମ୍ବୁ, ଚିନି ଏବଂ ମହୁର ଏକ ପେଷ୍ଟ କରି ଫଟା ଗୋଇଠିକୁ ସଫା କରନ୍ତୁ । ଏହା କରିବା ଦ୍ୱାରା ଫାଟିଥିବା ଗୋଇଠିରେ ମୃତଚର୍ମ ବାହାରି ଯାଏ । ଫଳରେ ଗୋଇଠିରେ ହେଉଥିବା କଷ୍ଟ ଦୂର ହୋଇଯାଏ ।
-ଗରମ ପାଣି ମଧ୍ୟ ଲାଭଦାୟକ । ଆପଣ ହାଲକା ଗରମପାଣିରେ ପାଦ ବୁଡାଇ କିଛି ସମୟ ବସନ୍ତୁ ଏହାପରେ ଗୋଇଠିକୁ ଭଲଭାବେ ମାର୍କେଟରେ ମିଳୁଥିବା ଷ୍ଟୋନରେ ଘଷନ୍ତୁ । ଏହାପରେ ନଡ଼ିଆ ତେଲ ବା ଅଲିଭ ଅଏଲକୁ ଉଷୁମ କରି ଫଟାଯାଗାରେ ମାଲିସ କରନ୍ତୁ । ଏହା ଗୋଇଠି ଫଟା ରୋକିବାରେ ସାହଯ୍ୟ କରିଥାଏ ।
-ଭେସିଲିନ ମଧ୍ୟ ଗୋଇଠି ଫଟାରୁ ରକ୍ଷା କରିଥାଏ । ଶୋଇବା ପୂର୍ବରୁ ହାଲକା ଗରମପାଣିରେ ପାଦଧୋଇ ଭେସଲିନ ଲଗାନ୍ତୁ । ଏହାଛଡା ଆପଣ ତେଲ ଲଗାଇ ସକ୍ସ ପିନ୍ଧି ଶୋଇପାରିବେ । ସକାଳେ ଏହାକୁ ଖୋଲିବା ପରେ ଦେଖାଯାଏ ଯେ, ଫାଟିଥିବା ସ୍ତର ଛାଡ଼ିଯାଇ ଏହା ଧିରେ ଧିରେ ଠିକ ହେବାକୁ ଲାଗିଥାଏ ।