fbpx

ଭାରତ ସମେତ ୭ ଟିମ୍ କଲେ କ୍ୱାଲିଫାଇ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍ ଏବଂ ଶ୍ରୀଲଙ୍କା ପାଇଁ ବାଜିଲା ସତର୍କ ଘଣ୍ଟି

ନୂଆଦିଲ୍ଲୀ: ଆଗାମୀ ବର୍ଷ ଭାରତରେ ହେବାକୁ ଥିବା ବିଶ୍ୱକପ୍ ପାଇଁ ବିଗୁଲ ବଜାଇଛି ଆସିସି। ସୋମବାର ଆଇସିସି ୨୦୨୩ ବିଶ୍ୱକପ ପାଇଁ କ୍ୱାଲିଫାଇ କରିଥିବା ଦଳର ତାଲିକା ପ୍ରକାଶ କରିଛି। ଆୟୋଜକ ଦେଶ ଭାରତ ସିଧା ସଳଖ ଏହି ଯୋଗ୍ୟତା ହାସଲ କରିଥିଲା। ସେହିପରି ଭାରତ ବ୍ୟତିତ ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ବଂଲାଦେଶ, ପାକିସ୍ତାନ ଏବଂ ଆଫଗାନିସ୍ତାନ ନିଜର ସ୍ଥାନ ପକ୍କା କରିଛନ୍ତି। ଏହି ତାଲିକାରେ ଆଫଗାନିସ୍ତାନ ନୂଆ ଦଳ ଭାବେ ସ୍ଥାନ ପାଇଛି। ଗତକାଲି ଅର୍ଥାତ୍ ରବିବାର ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆ ବର୍ଷା କାରଣରୁ ବାତିଲ ହେବା କାରଣରୁ ଆପଗାନିସ୍ତାନ ଏହି ସୁଯୋଗ ପାଇଛି।

ଆସିସିର ନିୟମ ଅନୁସାରେ ୮ ଟିମ୍ ସିଧାସଲଖ ବିଶ୍ୱକପ ୨୦୨୩ ପାଇଁ ଯୋଗ୍ୟାତ ହାସଲ କରିବେ । ଏପରି ସ୍ଥିତିରେ ଏବେ ଆଉ ଏକ ଟିମ୍ ପାଇଁ ସ୍ଥାନ ଖାଲି ରହିଛି । ଯାହା ପାଇଁ ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଏବଂ ୱେଷ୍ଟଇଣ୍ଡିଜ୍ ତିନି ମୁଖ୍ୟ ଦାବିଦାର ରହିଛନ୍ତି । ଜାରି ହୋଇଥିବା ତାଲିକା ଅନୁସାରେ ୱେଷ୍ଟଇଣ୍ଡିଜ୍ ୮୮ ପଏଣ୍ଟ ସହିତ ଅଷ୍ଟମ ସ୍ଥାନରେ ରହିଥିବା ବେଳେ ଶ୍ରିଲଙ୍କା ୬୭ ପଏଣ୍ଟ ସହିତ ଦଶମ ଏବଂ ଦକ୍ଷିଣ ଆଫ୍ରିକା ୫୯ ପଏଣ୍ଟ ସହିତ ୧୧ତମ ସ୍ଥାନରେ ରହିଛି । ତେବେ ଏହା ଦେଖିବାକୁ ଖୁବ୍ ରୋଚକ ହେବ କି ଏହି ଟିମ୍ ମଧ୍ୟରୁ କେଉଁ ଟିମ୍ ଯୋଗ୍ୟତା ହାସଲ କରୁଛି ।

ଆଇସିସି ୨୦୨୩ ରୁ ପ୍ରଥମ ଥର ପାଇଁ ସୁପର ଲିଗ୍ ଫର୍ମାଟ୍‌ରେ ବିଶ୍ୱକପ ଆୟୋଜନ କରୁଛି । ଏହି ଲିଗ୍ ଜରିଆରେ ଭାରତ ସମେତ ୮ ଦଳ ସିଧାସଳଖ ବିଶ୍ୱକପ୍ ୨୦୨୩ ପାଇଁ ଯୋଗ୍ୟତା ପାଇବେ । ବାକି ଦୁଇ ଟିମ୍ କ୍ୱାଲିଫାୟର ଜରିଆରେ ଯୋଗ୍ୟତା ପାଇବେ । ଏଥିପାଇଁ ଆୟୋଜିତ ଲିଗ୍‌ରେ ପ୍ରାୟ ୧୩ ଟିମ୍ ଭାଗ ନେବେ ।

Get real time updates directly on you device, subscribe now.