fbpx

୮ ମାସରେ ଗୋଟିଏ ଦିନ ବି ଛୁଟି ନାହିଁ, ୬୧ ହଜାର ଲୋକଙ୍କୁ କରୋନା ଭ୍ୟାକ୍ସିନ୍ ଡୋଜ୍ ଲଗାଇ ସମ୍ମାନିତ ହେଲେ ମହିଳା

Advertisement

ନୂଆଦିଲ୍ଲୀ: କରୋନା ମହାମାରୀରୁ ରକ୍ଷା ପାଇବା ପାରେ ଦେଶରେ ଟିକାକରଣ ଅଭିଯାନ ଜାରି ରହିଛି । ଦେଶରେ ଲକ୍ଷ ଲକ୍ଷ ସ୍ୱାସ୍ଥ୍ୟକର୍ମୀ ଜାନୁଆରୀ ମାସରୁ ଛୁଟି ନନେଇ ଟିକାକରଣ ଡ୍ୟୁଟି କରୁଛନ୍ତି । ଏପରି ଜଣେ ସ୍ୱାସ୍ଥ୍ୟକର୍ମୀ ହେଉଛି ଗାୟତ୍ରୀ ଶ୍ରୀବାସ୍ତବ, ଯେ କି ୮ ମାସ ମଧ୍ୟରେ ଗୋଟିଏ ଦିନ ମଧ୍ୟ ଛୁଟି ନେଇନାହାନ୍ତି । ଅପରପକ୍ଷେ ସେ ୬୧ ହଜାର ଲୋକଙ୍କୁ କରୋନା ଭ୍ୟାକ୍ସିନର ଡୋଜ୍ ଲଗାଇ ସାରିଲେଣି ।

ଭୋପାଳର କାଟଜୁ ହସ୍ପିଟାଲର ଏଏନଏମ ଗାୟତ୍ରୀ କରୋନା ଟିକାକରଣର ପ୍ରଥମ ଦିନରୁ ହିଁ ଏହି କାର୍ଯ୍ୟରେ ଲାଗି ରହିଛନ୍ତି । ତେବେ ଏକ ଲକ୍ଷ ଲୋକଙ୍କୁ ଟିକା ଦେବା ପାଇଁ ସେ ସଂକଳ୍ପ ନେଇଥିବା ଗାୟତ୍ରୀ କହିଛନ୍ତି । ଏହି କାର୍ଯ୍ୟ ପାଇଁ ଶିକ୍ଷା ମନ୍ତ୍ରୀ ବିଶ୍ୱାସ ସାରଙ୍ଗ ହସ୍ପିଟାଲରେ ପହଞ୍ଚି ଗାୟତ୍ରୀଙ୍କୁ ସମ୍ମାନିତ କରିଛନ୍ତି । ତେବେ ମଧ୍ୟପ୍ରଦେଶରେ ଗାୟତ୍ରୀଙ୍କ ଠାରୁ ଅଧିକ ଡୋଜ୍ ଲଗାଇଥିବା ଅନେକ ସ୍ୱାସ୍ଥ୍ୟକର୍ମୀ ମଧ୍ୟ ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.