fbpx

ମାସ୍କ ପିନ୍ଧି ନଥିଲେ ମହିଳା, ପୋଲିସକୁ ଦେଖି ତାଙ୍କ ଦେହରେ ବିଜେ କଲେ ଦେବୀ ମା’, ଏହାପରେ ଆଉ କଟିଲାନି ଚାଲାଣ

ଡେରାଡୁନ୍: ସମଗ୍ର ଦେଶରେ କରୋନାର ଦ୍ୱିତୀୟ ଲହର ପାଇଁ କଟକଣା ଜାରି କରାଯାଇଛି । ଅଧିକାଂଶ ସ୍ଥାନରେ ପୋଲିସ ଜନସାଧାରଣଙ୍କୁ କୋଭିଡ୍ ନିୟମ ମାନିବା ନେଇ ସଚେତନ କରିବା ସହ ଚେକିଂ କରୁଛି । ଡେରାଡୁନରେ ପୋଲିସ ଚେକିଂ କରିବା ସମୟରେ ଜଣେ ମହିଳା ମାସ୍କ ପିନ୍ଧି ନଥିଲେ । ପୋଲିସକୁ ଦେଖି ମହିଳା ଜଣକ ଏପରି ଆକ୍ଟିଂ କରିଥିଲେ, ସତେ ଯେପରି ତାଙ୍କ ଦେହରେ ଦେବୀ ମା’ ପ୍ରକଟ ହୋଇଛନ୍ତି । ମହିଳାଙ୍କର ବ୍ୟବହାର ଅଚାନକ ପରିବର୍ତ୍ତନ ହେବା ଦେଖିବା ପରେ ପୋଲିସ ମଧ୍ୟ ଚକିତ ହୋଇଯାଇଥିଲା । ମହିଳାଙ୍କ ମିଛ ଅଭିନୟ ଦେଖି ପୋଲିସ କେବଳ ଚାତକ ଭଳି ଚାହିଁ ରହିଥିଲା । ଏହାପରେ ପୋଲିସ ଉକ୍ତ ମହିଳାଙ୍କ ଠାରୁ ଚାଲାଣ ନ କାଟି କେବଳ ଚେତାବନୀ ଦେଇ ଛାଡ଼ି ଦେଇଥିଲା । ମହିଳାଙ୍କ ଏହି ଦେବୀ ମା’ ବାଲା ଆକ୍ଟିଂ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.