fbpx

(Video) ଗାଁ ଦାଣ୍ଡରେ ମହିଳାଙ୍କୁ ଉଲଗ୍ନ କରି ମାଡ଼ ମାରିଲେ ସ୍ୱାମୀ ଓ ଦିଅର…

ଗାଁ ଦାଣ୍ଡରେ, ସର୍ବସମ୍ମୁଖରେ ଜଣେ ମହିଳାଙ୍କୁ ଉଲଗ୍ନ କରି ମାଡ଼  । ଦୁଇଜଣ ମାଡ଼ ମାରୁଥିବା ଯୁବକ ପୁଣି ମହିଳାଙ୍କ ସମ୍ପର୍କୀୟ । ଆଉ ଏସବୁର ନିରବ ଦ୍ରଷ୍ଟା ସାଜି ଦେଖୁଥିଲେ ଗାଁଲୋକେ । କେହିବି ଉକ୍ତ ମହିଳାଙ୍କୁ ସାହାଯ୍ୟ କରିବାକୁ ଆସିନଥିଲେ ଓଲଟି ଏଭଳି ହୃଦୟ ବିଦାରକ ଘଟଣା ଦେଖି ମଜା ନେଉଥିଲେ ଓ ମୋବାଇଲରେ ଭିଡିଓ ରେକଡିଂ କରି ଭାଇରାଲ କରୁଥିଲେ। ଯେମିତି ଲାଗୁଥିଲା ମଣିଷ ପାଖରେ ଆଉ ମାନବିକତା ନାହିଁ।

ଜଟଣୀ ଥାନା ଅଧିନ ହରିଡ଼ାମଡ଼ା ଗାଁରେ ଘଟିଛି ଏହି ନିଷ୍ଠୁର ଘଟଣା।  ହରିଡାମଡା ଗ୍ରାମର କୁନି ଛୋଟରାୟଙ୍କ ଝିଅ ଲିନା ବିଧାର ସେହି ଗ୍ରାମର ଜଣେ ଯୁବକକୁ ପ୍ରେମ ବିବାହ କରିଥିଲେ। ବିବାହ ପର ଠାରୁ ଉଭୟ ସ୍ୱାମୀ ସ୍ତ୍ରୀଙ୍କ  ମଧ୍ୟରେ ସବୁବେଳେ ପାଟିତୁଣ୍ଡ ହେଉଥିଲା।

ଗତ ମଙ୍ଗଳବାର ଦିନ ମହିଳାଙ୍କ ସ୍ୱାମୀ ଓ ଦିଅର ମହିଳାଙ୍କୁ ଗାଁ ଦାଣ୍ଡରେ ଅତର୍କିତ ଭାବେ ଉଲଗ୍ନ କରି  ଆକ୍ରମଣ କରିଥିଲେ ଏହି ଘଟଣାରେ ଜଟଣୀ ଥାନାରେ ଲିଖିତ ଅଭିଯୋଗ ପରେ  ଜଟଣୀ ପୋଲିସ ମହିଳାଙ୍କ ଦିଅର ଦିଲ୍ଲୀପ ବିଧାର ଓରଫ ଦିଲୁକୁ ଗିରଫ କରିଥିଲା।

ଏହି ଘଟଣାକୁ ନିନ୍ଦା କରି ବିଜେପି ନେତ୍ରୀ ରଶ୍ମି ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଡିସିପି ଭୁବନେଶ୍ୱର ଓ ୫ଗ୍ଧ ସଚିବଙ୍କୁ ଟୁଇଟ କରି ମହିଳାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି। ଘଟଣା ବିଷୟରେ ଏସିପି ରଜତ ରାୟ କହିଛନ୍ତି  ଦିଅର ଗିରଫ ହୋଇ ସାରିଛନ୍ତି ତାଙ୍କ ସ୍ୱାମୀ ଖୁବ ଶୀଘ୍ର ଗିରଫ ହେବେ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.