Breaking: ସ୍ତ୍ରୀ ସାଜିଲା ସିରିଏଲ୍ କିଲର, ସ୍ୱାମୀକୁ ମାରି ଗାତ ଖୋଳି ପୋତିଦେଲା

ସ୍ତ୍ରୀ ସାଜିଲା ରାକ୍ଷସ। ନିଜ ମଥାରୁ ନିଜେ ପୋଛିଲା ସିନ୍ଦୂର। ନିଜ ହାତରେ ସ୍ୱାମୀକୁ ହତ୍ୟାକଲା। ତାପରେ ଗାତ ଖୋଳି ପୋତିଦେଲା।

 ଯାଜପୁର: ବିଭତ୍ସ ହତ୍ୟାକାଣ୍ଡ। ନିଜ ମଥାରୁ ନିଜେ ପୋଛିଦେଲା ସିନ୍ଦୂର। ଯେଉଁଠି ସ୍ୱାମୀକୁ ଦେବତା ବୋଲି ପୂଜା କରାଯାଉଛି। ସ୍ୱାମୀର ଜୀବନ ବଞ୍ଚାଇବାକୁ ସ୍ତ୍ରୀ ନିଜ ଜୀବନକୁ ବି ପାଣି ଛଡ଼ାଇ ଦେଉଛି। ଠିକ୍ ସେହିପରି ଏଠି ଓଲଟା ଘଟଣା ଦେଖିବାକୁ ମିଳିଛି।

ଜଣେ ସ୍ତ୍ରୀ ନିଜ ହାତରେ ନିଜ ମଥାର ସିନ୍ଦୂରକୁ ପୋଛି ଦେଇଛି। ହଁ ଯାଜପୁର ଜିଲ୍ଲା ବୁଡ଼ିଖାଲ ଗାଁର ଘଟଣା। ଜଣେ ପତ୍ନୀ ତାଙ୍କ ସ୍ୱାମୀକୁ ଅତି ନୃଶଂସ ଭାବେ ହତ୍ୟା କରିଛନ୍ତି। ଏତିକିରେ ତାଙ୍କ ମନ ଶାନ୍ତି ହୋଇନିଯେ। ବିଭତ୍ସ ଭାବେ ହତ୍ୟାକାଣ୍ଡ ଘଟାଇବା ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ନିଜେ ଗାତ ଖୋଳି ସ୍ୱାମୀର ଶବକୁ ପୋତି ଦେଇଛି।

ହେଲେ ପରେ ନିଜେ ପଶ୍ଚାତାପ କରିବା ସହ ସୁକିନ୍ଦା ଥାନାରେ ଯାଇ ଆତ୍ମସମର୍ପଣ କରିଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେପଟେ ଏହି ହତ୍ୟାକାଣ୍ଡରେ ସ୍ତ୍ରୀର ବାପଘର ଲୋକଙ୍କ ସମୃକ୍ତି ଥିବା ନେଇ ଅଭିଯୋଗ ହୋଇଛି।