fbpx

ପ୍ରେମିକଙ୍କୁ ଘରକୁ ଡକାଇଲେ ମହିଳା, ହଠାତ୍ ସ୍ୱାମୀ ପହଞ୍ଚିଲେ, ନେଲେ ଭୟଙ୍କର ପଦକ୍ଷେପ

ନୂଆଦିଲ୍ଲୀ, ୨ା୩: ଉତ୍ତରପ୍ରଦେଶର କାନପୁର ଅଞ୍ଚଳରେ ପ୍ରେମ ଜନିତ ଘଟଣାକୁ କେନ୍ଦ୍ରକୁ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଦୁଇ ଭାଇ ମିଶି ଯୁବକଙ୍କୁ ଇଟା, ପଥରରେ ଛେଚି ହତ୍ୟା କରିଛନ୍ତି । ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିବା ସହ ପଚରାଉଚରା ଜାରି ରଖିଛି ।

ଅବୈଧ ସମ୍ପର୍କକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି । ସ୍ୱାମୀ ଘରେ ନଥିବା ସମୟରେ ମହିଳା ତାଙ୍କର ପ୍ରେମିକଙ୍କୁ ଘରକୁ ଡକାଇଥିଲେ । ଦୁହିଁଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିବା ପରେ ସ୍ୱାମୀ ନିଜ ଭାଇ ସହ ମିଶି ପ୍ରେମିକଙ୍କୁ ହତ୍ୟା କରିଥିଲେ । ବହୁ ବର୍ଷ ଧରି ଲୁଚାଛଫା ପ୍ରେମ ସମ୍ପର୍କର ପରିଣତି ଜଣଙ୍କର ଜୀବନ ନେଇଛି । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.