fbpx

ରେଷ୍ଟୁରାଣ୍ଟକୁ ପଶି ଆସିଲା ଗୋଧି: ଏମିତି ପ୍ରତିକ୍ରିୟା ପ୍ରକାଶ କଲେ ମହିଳା, ଦେଖନ୍ତୁ ମଜାଦାର ଭାଇରାଲ ଭିଡିଓ

ନୂଆଦିଲ୍ଲୀ: ରେଷ୍ଟୁରାଣ୍ଟକୁ ମଣିଷ ଖାଇବାକୁ ଯାଇଥାଏ । ଆପଣ ଖାଉଥିବା ସମୟରେ ଯଦି ଏକ ଗୋଧି ପଶିଆସେ ତେବେ ଆପଣ କଣ କରିବେ । ଏମିତି ଏକ ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି । ଘଟଣାଟି ଘଟିଛି ଥାଇଲାଣ୍ଡରେ । ସିସିଟିଭିରେ କଏଦ ହୋଇଥିବା ଏହି ଭିଡିଓଟି ଦେଖିଲେ ଆପଣ ମଧ୍ୟ ନିଜର ହସ ରୋକି ପାରିବେ ନାହିଁ । ଜଣେ ମହିଳା ଗୋଧିଟିକୁ ଦେଖି ପାଖରେ ଥିବା ଚେୟାର ଉପରକୁ ଚଢି ଯାଇଥିଲେ ।

ଏପରିକି ହୋଟେଲର ଜନୈକ କର୍ମଚାରୀ ଗୋଧିଟିକୁ ଘଉଡାଇବାକୁ ଚେଷ୍ଟା କରୁଥିଲେ । ମହିଳା ଜଣଙ୍କ କିନ୍ତୁ ଚେୟାର ଉପରେ ଛିଡା ହୋଇ ଜୋରରେ ଚିଲ୍ଲାଇଥିଲେ । ଏପରିକି ମହିଳା ଜଣକ ଚିଲ୍ଲାଇବା ସହିତ କାନ୍ଦି ପକାଇଥିଲେ । ଶେଷରେ ହୋଟେଲ କର୍ମୀଙ୍କ ଜରିଆରେ ଗୋଧିଟିକୁ ବାହାରକୁ କଢା ଯାଇଥିଲା । ଭିଡିଓଟି ୟୁଟ୍ୟୁବରେ ଶେୟାର କରାଯିବା ପରେ ଏହାକୁ ନେଇ ଢେର ସାରା କମେଣ୍ଟ ଦେଖିବାକୁ ମିଳିଥିଲା । କିଛି ଲୋକ ଲେଖିଥିଲେ କି ମହିଳାଙ୍କ ଚିକ୍ରାରରେ ଗୋଧିଟି ବେଶ ଡରି ଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ମନିଟର ଲିଜାର୍ଡ(ଗୋଧି) ଏକ ଶାକାହାରୀ ପ୍ରାଣୀ ଏବଂ ଏହା ଆଦୌ ବିଷାକ୍ତ ନୁହେଁ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.