ଦେଖନ୍ତୁ (Video) ବାପରେ ବାପ୍ ଏତେ ରାଗ…. ପୁଅଙ୍କ ସହ ଗପିଲା ବୋଲି ଝିଅକୁ ଲାଣ୍ଡି କରିଦେଲେ ମା’
ମା’ ରାଗିଲେ ବୋଲି ଝିଅକୁ କରିଦେଲେ ଲାଣ୍ଡି । ଝିଅ କାନ୍ଦି କାନ୍ଦି ହେଳା ବେହାଲ ।
ଓଡ଼ିଶା ଭାସ୍କର: ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି କିଛି ଲୋକ ପ୍ରଶଂସା କରିଛନ୍ତି ତ ଆଉ କିଛି ଲୋକ ସମାଲୋଚନା କରିବାକୁ ପଛାଇ ନାହାନ୍ତି ।
ଭାଇରାଲ ହେଉଥିବା ଭିଡିଓ ଅନୁସାରେ, ଝିଅଟିକୁ ଜୋରଜବରଦସ୍ତ ଚେୟାରରେ ବସାଇ ତା’ ଚୁଟି କଟାଯାଉଛି । ସେପଟେ ମା’ ଝିଡ଼ାରହି ତାକୁ ତାଗିଦ୍ କରୁଥିବାର ଦେଖିବାକୁ ମିଳିଛି ।
ମହିଳା ଜଣଙ୍କ କହୁଛନ୍ତି, ଭାଇ; ସବୁବେଳେ ତୁମେ ଯେମିତି ଛୋଟ ଚୁଟି କାଟ, ସେମିତି କାଟିଦେବ । କିଛି ଏକ୍ସଟ୍ରା କଟ୍ସ ଲଗେଇଦିଅ । ତମ ଲାଇଫ୍ ତୁମ ଅନୁସାରେ ଚାଲିବ ନାହିଁ । ଚୁଟି ଆହୁରି ଛୋଟ କରିଦିଅ ଯେମିତି ସେ ତା’ ଭୁଲ ଜାଣିପାରିବ ।
ଆଜିକାଲି ବେଶୀ ଉଡିବାରେ ଲାଗିଛି । ପୁଅଙ୍କ ସହ ଫୋନରେ କଥା ହେବା ଡେଟରେ ଯିବା ଛାଡ଼ିଯିବ । ଚୁପ୍ ଚାପ ବସ ଚୁଟି କାଟ ବୋଲି ମା’ କହୁଥିବାବେଳେ ଝିଅଟି କାନ୍ଦି କାନ୍ଦି ଆଉ ଭୁଲ୍ କରିବ ନାହିଁ ବୋଲି କହୁଥିବାର ଦେଖିବାକୁ ମିଳିଛି ।
ଘଟଣାଟି କେଉଁ ସ୍ଥାନର ଜଣାପଡ଼ି ନ ଥିବାବେଳେ ଏକ୍ସରେ ଭିଡିଓଟି ଖୁବ୍ ଭାଇରାଲ ହେବାରେ ଲାଗିଛି ।
हर बच्चे की मां को ऐसा ही होना चाहिए। pic.twitter.com/0HfAjlwpV0
— Meenakshi🦋☺️ (@Meenakshig511) May 19, 2025