fbpx

ଶ୍ରୀମନ୍ଦିରରେ ଅଘଟଣ, ଗୁମୁଟରୁ ଖସି ମହିଳା ମୃତ

ପୁରୀ: ସିଂହଦ୍ୱାର ଗୁମୁଟରୁ ଖସି ମୃତ୍ୟୁ ବରଣ କରିଛନ୍ତି ମହିଳା । ଖସି ପଡ଼ିଥିବା ମହିଳାଙ୍କୁ ସେଠାରେ ଥିବା ପୋଲିସ ଏବଂ ଲୋକେ ମିଶି ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ବର୍ତ୍ତମାନ ସୁଦ୍ଧା ମୃତକଙ୍କର ପରିଚୟ ମିଳିପାରି ନାହିଁ । ତେବେ ତାଙ୍କର ପାଦ ଖସି ଯାଇଥିଲା କିମ୍ବା ସେ ଗୁମୁଟରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ତାହା ଏପର୍ଯ୍ୟନ୍ତ ସୁଦ୍ଧା ଜଣା ପଡ଼ି ନାହିଁ ।

Get real time updates directly on you device, subscribe now.