(Video) ଜଣେ ମହିଳାଙ୍କର ୮ଟା ସ୍ୱାମୀ, ଆଠ ଜଣଙ୍କ ନାଁରେ ମଥାରେ ଲଗାଉଛନ୍ତି ସିନ୍ଦୂର, ଭିଡିଓ ଭାଇରାଲ

ମହିଳା ଜଣକ ୮ ଜଣ ସ୍ୱାମୀଙ୍କ ନାଁରେ ପିନ୍ଧୁଛନ୍ତି ସିନ୍ଦୂର, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଅନେକ ଥର ସୋସିଆଲ ମିଡିଆରେ ଏଭଳି ଭିଡିଓ ଦେଖିବାକୁ ମିଳୁଛି ଯାହାକୁ ଦେଖି ଆପଣ ହୋଇଯିବେ ଆଶ୍ଚର୍ଯ୍ୟ। ତେବେ ବର୍ତ୍ତମାନ ଏଭଳି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

ଏଥିରେ ଜଣେ ମହିଳା ନିଜ ମଥାରେ ୮ଜଣ ସ୍ତ୍ରୀଙ୍କ ନାଁରେ ସିନ୍ଦୂର ପିନ୍ଧୁଛନ୍ତି। ମହିଳାଙ୍କର ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।

ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମୁଶର୍ରଫ ଖାନ (@mushraffbhaijaan) ନିଜ ଆକାଉଣ୍ଟରେ ସେୟାର କରିଛନ୍ତି। ଯେଉଁ ଭିଡିଓକୁ ବର୍ତ୍ତମାନ ସୋସିଆଲ ମିଡିଆରେ ୯ କୋଟି ୨୬ ଲକ୍ଷ ଭ୍ୟୁଜ ମିଳିଛି ଏବଂ ୫ ଲକ୍ଷରୁ ଅଧିକ ଲୋକେ ଏହି ଭିଡିଓକୁ ଲାଇକ କରିଛନ୍ତି।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ମହିଳା ଯିଏ ନିଜ ମଥାରେ ୮ଟା ସୁନ୍ତାଣୀ କରି, ସେଠାରେ ସିନ୍ଦୂର ଲଗାଇଛନ୍ତି। ଏଥିସହ ସେ ଚିନ୍ତାମୁକ୍ତ ହୋଇ ଜଣେ ରିପୋର୍ଟରଙ୍କୁ ଇଣ୍ଟରଭ୍ୟୁ ଦେଇଛନ୍ତି।

 

View this post on Instagram

 

A post shared by Mushraff Khan (@mushraffbhaijaan)

ଏଥିସହ ସେ ଗର୍ବର ସହ କହୁଛନ୍ତି ଯେ, ତାଙ୍କର ୮ଜଣ ସ୍ୱାମୀ ଏବଂ ସେ ଜୀବନରୁ ଅଧିକ ପ୍ରେମ କରୁଛନ୍ତି। ଏତିକି ନୁହେଁ, ସେ ଏହା ମଧ୍ୟ କହିଛନ୍ତି ଯେ, ସେ ନିଜ ମଥାରେ ସେମାନଙ୍କ ନାଁର ଆଠଥର ସିନ୍ଦୂର ଭରିଛନ୍ତି। ଏହି ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।