fbpx

୩ ବର୍ଷର ଶିଶୁକୁ ଧରି ଟ୍ରେନ ଆଗକୁ ଡେଇଁଲା ମା’

ବାଲେଶ୍ୱର(ଓଡ଼ିଶାଭାସ୍କର): ନୂଆଗାଁ ରେଳ ଷ୍ଟେସନ ନିକଟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ନିଜର ୩ ବର୍ଷର ଶିଶୁପୁତ୍ର ସହ ଟ୍ରେନ ଆଗକୁ ଡେଇଁ ମାଆର ଆତ୍ମହତ୍ୟା । ମୃତକଙ୍କ ନାମ ରୀତାରାଣୀ ଏବଂ ତାଙ୍କ ପୁଅ ମାକୁରୁ ବୋଲି ଜଣାପଡିଛି। ସେମାନେ ବାଲେଶ୍ୱର ବସ୍ତା ଅଞ୍ଚଳରେ ହୋଇଥିବା ନେଇ ସୂଚନା ମିଳିଛି ।

ସୂଚନା ଅନୁଯାୟୀ ମହିଳା ଜଣକ ନିଜର ୩ ବର୍ଷର ପୁଅ ସହିତ ଟ୍ରେନ ଆଗକୁ ଡେଇଁପଡିଥିଲେ।  ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଆତ୍ମହତ୍ୟା ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ, ତଥାପି ପାରିବାରିକ କଳହରୁ ମହିଳା ଆତ୍ମହତ୍ୟା କରିଥିବା ନେଇ କରାଯାଉଛି। ଜିଆରପି ଘଟଣାର ତଦନ୍ତ ଆରମ୍ଭ କରିଛି।

Get real time updates directly on you device, subscribe now.