ଝିଅ ବୁଝିଲାନି ବାପାର କଷ୍ଟ! ପ୍ୟାନରେ ବାପା ମୁଣ୍ଡକୁ ମାରି ପଠାଇଦେଲା ଆର ପାରି
ଗୁରୁତର ଅବସ୍ଥାରେ ବାପାଙ୍କୁ ହସ୍ପିଟାଲ ଆଣିଲା ପୁଅ । ଘିଅକୁ ବାନ୍ଧିଲା ପୋଲିସ ।
ନୂଆଦିଲ୍ଲୀ: ବାପାଙ୍କୁ ହତ୍ୟା ଅଭିଯୋଗରେ ଝିଅକୁ ବାନ୍ଧିଛି ପୋଲିସ । ନୂଆଦିଲ୍ଲୀ ସ୍ଥିତ ଜିଟିବି ହସ୍ପିଟାଲରୁ ଏ ସମ୍ପର୍କରେ ସ୍ଥାନୀୟ ପୋଲିସ ଅପରାହ୍ନ ୩ଟା ୩୫ ମିନିଟରେ ସୂଚନା ପାଇଥିଲା ।
ମୃତକଙ୍କ ପୁଅ ଶିବମ ଗୁରୁତର ଆହତ ଅବସ୍ଥାରେ ବାପାଙ୍କୁ ହସ୍ପିଟାଲ ନେଇଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି । ଶିବମଙ୍କ କହିବା କଥା, କୌଣସି କାରଣରୁ ବାପା ଓ ଭଉଣୀ ଅନୁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।
ଏହାପରେ ଅନୁ ରାଗିଯାଇ ବାପାଙ୍କ ମୁଣ୍ଡକୁ ପ୍ୟାନରେ ପିଟିଥିଲେ । ଯେଉଁଥିରେ ତାଙ୍କ ବାପା ଅଚେତ ହୋଇପଡ଼ିଥିଲେ । ଗୁରୁତର ଅବସ୍ଥାରେ ତାଭ୍କୁ ଡାକ୍ତରଖାନା ନିଆଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଶିବମଙ୍କ ଭୁଣୀ ଅନୁ ମାସିକ ରୋଗରେ ଆକ୍ରାନ୍ତ ଥିଲେ । ବାପା ତାଙ୍କ ଟ୍ରିଟମେଣ୍ଟ ଚଲାଇଥିଲେ । ଅନେକ ସମୟରେ ଛୋଟ ଛୋଟ କଥାକୁ ନେଇ ଅନୁ ରାଗିଯାଆନ୍ତି ଏବଂ ଘରେ ଝଗଡ଼ା କରନ୍ତି ।
କିନ୍ତୁ ବୁଧବାର ଦିନ ଅନୁ ଓ ତାଙ୍କ ବାପାଙ୍କ ଭିତରେ ହୋଇଥିବା ଝଗଡ଼ା ହତ୍ୟାକାଣ୍ଡର ରୂପ ନେଇଥିଲା । ଶୁଭମଙ୍କ ବୟାନ ଆଧାରରେ ପୋଲିସ ଅନୁଙ୍କୁ ଗିରଫ କରି ଘଟଣାର ଯାଞ୍ଚ କରୁଛି ।