ବାଙ୍କୀ: ମହାନଦୀରେ ଭାସିଗଲେ ମହିଳା । ବାଙ୍କି ପଞ୍ଚାୟତ ରତାଗଡ଼ ଗାଁରେ ଘଟିଯାଇଛି ଦୁଃଖଦ ଘଟଣା ।
ଖୁଦୁରୁକୁଣୀ ବିସର୍ଜନ ସାରି ମହାନଦୀରେ ଗାଧୋଇବା ବେଳେ ଭାସିଗଲେ ମହିଳା ।
ମହିଳାଙ୍କ ପତ୍ତା ମିଳୁ ନ ଥିବାବେଳେ ଅଗ୍ନିଶମ ବାହୀନି ପକ୍ଷରୁ ମହିଳାଙ୍କ ଖୋଜାଖୋଜି ଜାରି ରହିଛି ।
ମହିଳାଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହୀନିର ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ନିଖୋଜ ମହିଳାଙ୍କ ନାମ ପିଙ୍କି ସ୍ୱାଇଁ ବୋଲି ଜରାପଡ଼ିଛି ।
ପିଙ୍କିଙ୍କ ନିଖୋଜରେ ଗାଁ ଏବଂ ତାଙ୍କ ପରିବାର ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।