fbpx

ଏ କ’ଣ…, ଶୋ’ ଚାଲିଥିବା ବେଳେ ମହିଳା ଜଣଙ୍କ ହଠାତ୍ ନିଜ ଦେହରୁ ସବୁ ପୋଷାକ ଖୋଲି ପକାଇଲେ, ଦେଖନ୍ତୁ Video

ନୂଆଦିଲ୍ଲୀ: ଅନେକ ସମୟରେ ବିଭିନ୍ନ ପ୍ରକାର ଶୋ’ ଚାଲିବା ବେଳେ କିଛି ପୁରୁଷ ଓ ମହିଳା ନାନା ହରକତ କରିଥାନ୍ତି । ତେବେ ନିକଟରେ ଏପରି ଏକ ଘଟଣା ପାଇଁ ଜଣେ ମାଲେସୀୟ ମହିଳାଙ୍କ ନାମରେ ଅଭିଯୋଗ ଦାୟର ହୋଇଥିଲା । ଷ୍ଟାଡଅପ୍ କମେଡ଼ି କରୁଥିବା ସମୟରେ ଜଣେ ମହିଳା ନିଜର ପାରମ୍ପରିକ ପୋଷାକ ଖୋଲି ଦେଇଥିଲେ । ମହିଳାଙ୍କ ଦେହରେ କେବଳ ଛୋଟ ଡ୍ରେସ୍ ରହିଥିଲା । ଏହି ଭିଡିଓ ୟୁଟ୍ୟୁବରେ ଅପଲୋଡ୍ ହେବା ପରେ ଚାରିଆଡ଼େ ହଙ୍ଗାମା ଆରମ୍ଭ ହୋଇଥିଲା ।

ଏହି ଭିଡିଓଟି ଗତ ମାସ ୪ ତାରିଖରେ ଅପଲୋଡ୍ ହୋଇଥିଲା । ମହିଳାଙ୍କର ପ୍ରେମିକ ଏହାକୁ ୟୁଟ୍ୟୁବ ଚାନେଲରେ ଅପଲୋଡ୍ କରିଥିବା କୁହାଯାଉଛି । ଏହି ଘଟଣାକୁ ନେଇ ଦେଶରେ ବିରୋଧ କରାଯିବା ପରେ ପୋଲିସ ଉକ୍ତ ମହିଳା ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଥିଲା । ଅଭିଯୁକ୍ତ ମହିଳାଙ୍କ ବୟସ ୨୬ ବର୍ଷ ହୋଇଥିବା ବେଳେ ସେ ଶୋ’ ଚାଲିଥିବା ସମୟରେ ନିଜ ଦେହରୁ ସମସ୍ତ ପାରମ୍ପରିକ ପୋଷାକ ଖୋଲି ଦେଇଥିଲେ ।

ସେହିପରି ମହିଳାଙ୍କ ପ୍ରେମିକଙ୍କ ବୟସ ୩୮ ବର୍ଷ ହୋଇଥିବା ବେଳେ ସେ ୫୪ ସେକେଣ୍ଡର ଉକ୍ତ ଭିଡିଓକୁ ନିଜର ୟୁଟ୍ୟୁବ ଚାନେଲରେ ପୋଷ୍ଟ କରିଥିଲେ । ତେବେ ଏହି ଦମ୍ପତିଙ୍କର ୟୁଟ୍ୟୁବ ଚାନେଲରେ ଆହୁରି ଅନେକ ଭିଡିଓ ରହିଛି । ସୋସିଆଲ ମିଡ଼ିଆରେ ଅପମାନଜନକ କଣ୍ଟେଣ୍ଟ ଅପଲୋଡ କରିବା ଅଭିଯୋଗରେ ସେମାନଙ୍କ ନାମରେ ମାମଲା ଦାୟର ହୋଇଥିଲା ।

Get real time updates directly on you device, subscribe now.