fbpx

ଏମିତି ବି କାହାଣୀ ଅଛି? ୪୦୦ରୁ ଅଧିକ ପୁରୁଷଙ୍କୁ ପ୍ରପୋଜ୍ କଲେ ଜଣେ ମହିଳା, ତଥାପି ସିଙ୍ଗଲ

Advertisement

ନୂଆଦିଲ୍ଲୀ: ପ୍ରେମକୁ ନେଇ ଅନେକ ସମୟରେ କିଛି କିଛି ନୂଆ ନୂଆ ଘଟଣା ଦେଖିବାକୁ ମିଳିଥାଏ । ତେବେ ସାଧାରଣ ଭାବେ ପ୍ରେମ ବ୍ୟାପାରରେ ପୁଅମାନେ ଝିଅମାନଙ୍କୁ ବେଶି ପ୍ରମୋଜ୍ କରୁଥିବାର ଦେଖାଯାଇଥାଏ । ବହୁତ କମ୍ ଝିଅ ସେମାନଙ୍କର ପାର୍ଟନରଙ୍କୁ ପ୍ରପୋଜ୍ କରିଥାନ୍ତି । ପୁଅ ହେଉ ବା ଝିଅ, ଅନେକ କ୍ଷେତ୍ରରେ ସେମାନଙ୍କର ପ୍ରପୋଜକୁ ସାଥୀ ଗ୍ରହଣ କରିଥାନ୍ତି ତ ଅନେକ କ୍ଷେତ୍ରରେ ତାହା ରିଜେକ୍ଟ ହୋଇଯାଇଥାଏ ।

ତେବେ ଏହା ମଧ୍ୟରେ ଆସିଛି ଏ ଅଜବ ମାମଲା । ଜଣେ ମହିଳା ୪୦୦ରୁ ଅଧିକ ପୁରୁଷଙ୍କୁ ବିବାହ ନିମନ୍ତେ ପ୍ରସ୍ତାବ ଦେଇଥିଲେ । ତେବେ ଦୁଃଖର କଥା ହେଉଛି ମହିଳା ଜଣଙ୍କ ଏବେ ସୁଦ୍ଧା ସିଙ୍ଗଲ ଅଛନ୍ତି । ସେ ହେଉଛନ୍ତି ୫୫ ବର୍ଷୀୟା ଗାୟିକା ଫ୍ରାନ ସାୟର । ଫ୍ରାନଙ୍କର ତଲାକ ପୂର୍ବରୁ ହୋଇସାରିଥିବା ବେଳେ ସେ ଏବେ ବି ସଚ୍ଚା ପ୍ରେମର ସନ୍ଧାନରେ ରହିଛନ୍ତି । ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସେ ଫ୍ରାନ ଏକ ବଡ଼ ଖୁଲାସା କରିଛନ୍ତି ।

ଫ୍ରାନ କିଛିଦିନ ଧରି ନିଜର ମିଷ୍ଟର ରାଇଟଙ୍କ ସନ୍ଧାନରେ ରହିଛନ୍ତି । ସେଥିପାଇଁ ସେ ଅନଲାଇନ ଡେଟିଂ ସାଇଟର ସାହାରା ନେଇଥିଲେ । ମାତ୍ର ସେଥିରେ ତାଙ୍କୁ କିଛି ଫାଇଦା ମିଳିଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେ ୧୮-୨୧ ବର୍ଷୀୟ କିଛି ଯୁବକଙ୍କ ସମ୍ପର୍କରେ ଆସିଥିଲେ । ମାତ୍ର ସେମାନେ ନିଜ ଠାରୁ ଅଧିକ ବୟସର ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ଇଚ୍ଛୁକ ଥିଲେ । ଫ୍ରାନ ଯେଉଁମାନଙ୍କ ସହିତ ବିବାହ ନେଇ କଥାବାର୍ତ୍ତା କରିଥିଲେ ସେମାନେ ବୟସରେ ବଡ଼ ଥିଲେ । ରିଲେସନଶିପ ଆରମ୍ଭକୁ ସବୁ ଠିକଠାକ୍ ରୁହେ, ମାତ୍ର ପରେ ପୁରୁଷମାନେ ଚିଟିଂ କରିବା ଆରମ୍ଭ କରିଦେଇଥାନ୍ତି । ତେଣୁ ସମ୍ପର୍କ ଆଉ ଆଗକୁ ଚାଲିପାରିବ ନାହିଁ ବୋଲି ସ୍ପଷ୍ଟ ହୋଇଥାଏ । ସୋସିଆଲ ମିଡ଼ିଆ ଦିନେ ସଚ୍ଚା ପ୍ରେମକୁ ସମାପ୍ତ କରିଦେବ ବୋଲି ଫ୍ରାନ କହିଛନ୍ତି ।

Get real time updates directly on you device, subscribe now.