fbpx

ଅଜବ ଘଟଣା! ‘ବୟଫ୍ରେଣ୍ଡ’ ପାଇଁ ବିଜ୍ଞପ୍ତି ଜାରି କଲେ ମହିଳା: ୫ ହଜାର ଜଣ ଯୁବକ ରିଜେକ୍ଟ, ୩ ଜଣ ଫାଇନାଲ ରାଉଣ୍ଡକୁ ସିଲେକ୍ଟ

Advertisement

ନୂଆଦିଲ୍ଲୀ: ବର୍ତ୍ତମାନର ସୋସିଆଲ ମିଡ଼ିଆରେ ଅନେକ ସମୟରେ କିଛି ଅଜବ ପ୍ରକାରର ଘଟଣା ଦେଖିବାକୁ ମିଳିଥାଏ । ତେବେ ଏହା ମଧ୍ୟରେ ଏକ ନୂଆ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ବୟଫ୍ରେଣ୍ଡ ପାଇଁ ନୋଟିଫିକେସନ ଜାରି କରିଥିଳେ । ସବୁଠାରୁ ବଡ଼ କଥା ହେଉଛି ଏଥିପାଇଁ ହଜାର ହଜାର ସଂଖ୍ୟାରେ ଯୁବକମାନେ ଆବେଦନ କରିଥିବା ବେଳେ ହଜାର ହଜାର ଯୁବକ ରିଜେଲ୍ଟ ହୋଇଥିଲେ । ଶେଷରେ ମହିଳା ଜଣଙ୍କ ୩ ଜଣଙ୍କୁ ଚୟନ କରିଥିବା ବେଳେ ସେମାନେ ମଧ୍ୟ ପସନ୍ଦ ଆସିନଥିଲେ ।

ଖବର ମୁତାବକ, ଡେନମାର୍କର ଜଣେ ସୋସିଆଲ ଇନଫ୍ଲୁଏନ୍ସରଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା ଚାଲିଛି । ବିଶ୍ୱର କୋଣ ଅନୁକୋଣରେ ରହିଥିବା ଅନେକ କମ୍ପାନୀ ପକ୍ଷରୁ ଅନେକ ସମୟରେ ବିଭିନ୍ନ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥାଏ । ମାତ୍ର ଏହି ସୋସିଆଲ ଇନଫ୍ଲୁଏନ୍ସରଙ୍କ ବୟଫ୍ରେଣ୍ଡ ତଲାସ ଅଭିଯାନ କଥା ଶୁଣିବା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ନିଜର ବୟଫ୍ରେଣ୍ଡ ବାଛିବା ପାଇଁ ମହିଳା ଜଣଙ୍କ ଏକ ଫର୍ମ ବାହାର କରିଥିଲେ । ଫର୍ମରେ ଦିଆଯାଇଥିବା ସୂଚନା ଆଧାରରେ ସେ ଅନେକ ଯୁବକଙ୍କୁ ରିଜେକ୍ଟ କରିଦେଇଥିଳେ ।

ଉକ୍ତ ଫର୍ମରେ ୧୫ଟି ପ୍ରଶ୍ନ ରହିଥିବା ବେଳେ ସେହି ଆଧାରରେ ସେ ବୟଫ୍ରେଣ୍ଡ ଚୟନ କରିବେ ବୋଲି ମହିଳା ଜଣଙ୍କ ଉଲ୍ଲେଖ କରିଥିଲେ । ସେହି ଫର୍ମରେ ପ୍ରାର୍ଥୀଙ୍କୁ ସେମାନଙ୍କର ନାମ, ରାଶି, ବ୍ୟକ୍ତିଗତ ଜୀବନ ସହ ଜଡ଼ିତ ଅନେକ ପ୍ରଶ୍ନ ରହିଥିଲା । ଯେପରିକି ‘ଆପଣ ବିବାହିତ କି ନା’, ‘ଆପଣଙ୍କର ପୂର୍ବରୁ କେତେଜଣ ଗାର୍ଲଫ୍ରେଣ୍ଡ ରହିଥିଲେ’ ‘ଆପଣ ଫୁଲ୍ ଟାଇମ୍ ଜବ୍ କରନ୍ତି କି ନା’, ‘ଆପଣଙ୍କ ପାଖରେ କାର ରହିଛି କି ନା’, ‘ଆପଣ ଘରେ ଏକା ରହୁଛନ୍ତି ନା ପିତାମାତାଙ୍କ ସହ ରହୁଛନ୍ତି’…. ।

ତେବେ ମହିଳାଙ୍କ ନିକଟକୁ ମୋଟ ୫ ହଜାର ଆବେଦନ ପଠାଯାଇଥିବା ବେଳେ ସେମାନେ ସମସ୍ତେ ବୟଫ୍ରେଣ୍ଡ ହେବା ଆଶାରେ ଫର୍ମ ପୂରଣ କରିଥିଲେ । କିଛି ଅବିବାହିତ ପୁରୁଷ ଉକ୍ତ ମହିଳାଙ୍କ ସହିତ ରୋମାନ୍ସ କରିବାକୁ ଇଚ୍ଛୁକ ଥିବା ବାବଦରେ ଫର୍ମରେ ଉଲ୍ଲେଖ କରିଥିଲେ । ତେବେ ଆବେଦନ କରିଥିବା ଯୁବକଙ୍କ ମଧ୍ୟରୁ ୩ ଜଣଙ୍କ ସହିତ ମହିଳା ଜଣଙ୍କ ଡେଟରେ ଯାଇଥିଲେ । ମାତ୍ର ପରେ ସେମାନେ ପସନ୍ଦ ଆସିନଥିଲେ । ତେଣୁ ଏବେ ବି ମହିଳା ଜଣଙ୍କ ସିଙ୍ଗଲ ଜୀବନ ବିତାଉଛନ୍ତି । ବର୍ତ୍ତମାନ ସେ ଆଉ ପ୍ରେମୀଙ୍କ ତଲାସ କରୁନାହାନ୍ତି ବୋଲି ମହିଳା ଜଣଙ୍କ କହିଛନ୍ତି ।

Get real time updates directly on you device, subscribe now.