fbpx

ଏ କି ମାନବିକତା, ଗାଡ଼ିରେ ଟିକିଏ ଟଚ୍ ହୋଇଗଲା ବୋଲି ରିକ୍ସା ଚାଳକଙ୍କୁ ୧୭ ଚାପୁଡ଼ା ମାରିଲେ ମହିଳା

ନୂଆଦିଲ୍ଲୀ: ଆଜିକାଲିର ଲୋକମାନେ କାହାର ଟିକିଏ ତ୍ରୁଟି ଦେଖିଲେ ତା’ର ସୁଧମୂଳ ଆଦାୟ କରିବାରେ ଓସ୍ତାଦ । ଏହିସବୁ ଲୋକଙ୍କର କାରନାମା ରାତାରାତି ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଥାଏ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ନୋଏଡ଼ା ଅଞ୍ଚଳରେ । ଗାଡ଼ି ଟିକିଏ ଟଚ୍ ହୋଇଯିବାରୁ ଜଣେ ରିକ୍ସାବାଲାଙ୍କୁ ଜଣେ ମହିଳା ୯୦ ସେକେଣ୍ଡରେ ୧୭ ଚାପୁଡ଼ା ମାରିଛନ୍ତି ।

କଥା ଏତିକିରେ ସରିନାହିଁ, ମହିଳା ଜଣଙ୍କ ରିକ୍ସା ଚାଳକଙ୍କ ମୋବାଇଲ ଓ ପର୍ସ ନେଇଯାଇ ଆଇନକୁ ନିଜ ହାତକୁ ନେଇଛନ୍ତି । ଚାପୁଡ଼ା ମାରିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ମହିଳା ଜଣଙ୍କ ଚାପୁଡ଼ା ପରେ ଚାପୁଡ଼ା ମାରି ଚାଲିଥିବା ବେଳେ ସେଠାରେ କିଛି ଲୋକ ଉପସ୍ଥିତ ରହିଥିଲେ । ମାତ୍ର କେହି ମହିଳାଙ୍କୁ ପ୍ରତିରୋଧ କରିନଥିଲେ ।

ମହିଳା ଜଣଙ୍କ ମାଡ଼ ମାରିଚାଲିଥିବା ବେଳେ ବିଚରା ରିକ୍ସା ଚାଳକ ନିରବରେ ସବୁ ସହି ଯାଇଥିଲେ । ଉକ୍ତ ମହିଳା ଜଣଙ୍କ ବିଜେପି ମହିଳା ମୋର୍ଚ୍ଚାର ଜଣେ ସଦସ୍ୟ ବୋଲି ଜଣାପଡ଼ିଛି । ଭିଡିଓ ଭାଇରାଲ ହେବା ପରେ ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ପୋଲିସ ଇ-ରିକ୍ସା ଚାଳକଙ୍କ ଅଭିଯୋଗ କ୍ରମେ ଏଫଆଇଆର ଦାୟର କରି ଯାଞ୍ଚ ଚଳାଇଛି ।

Get real time updates directly on you device, subscribe now.