fbpx

ସେଲୁନରେ କେଶ ଧୋଇବା ବେଳେ ମହିଳାଙ୍କୁ ଆସିଲା ‘ବିୟୁଟି ପାର୍ଲର ଷ୍ଟ୍ରୋକ’: ଜାଣନ୍ତୁ ଏହାର କ’ଣ କାରଣ କହିଲେ ଡାକ୍ତର

ତେଲେଙ୍ଗାନା: ହାଇଦ୍ରାବାଦର ଜଣେ ୫୦ ବର୍ଷ ବୟସ୍କା ମହିଳା ଏକ ବିଉଟି ପାର୍ଲରରେ କେଶ ଧୋଇବା ସମୟରେ ଷ୍ଟ୍ରୋକର ସାମ୍ନା କରିଥିଲେ । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି ଯେ, ସେଲୁନରେ ମସାଜ୍ କରିବା ସମୟରେ ମହିଳାଙ୍କ ମସ୍ତିଷ୍କର ସ୍ନାୟୁ ଚାପି ହୋଇ ରକ୍ତ ଯୋଗାଣକୁ ପ୍ରଭାବିତ କରିଥିଲା । ଡାକ୍ତରଙ୍କ ଅନୁଯାୟୀ ଏହି ପ୍ରକାର ଷ୍ଟ୍ରୋକ୍ “ବିୟୁଟି ପାର୍ଲର ଷ୍ଟ୍ରୋକ ସିଣ୍ଡ୍ରୋମ” ଭାବରେ ଜଣାଶୁଣା ।

ମହିଳା ଚିକିତ୍ସା ପାଇଁ ଆପୋଲୋ ହସ୍ପିଟାଲରେ ପହଞ୍ଚିଥିଲେ । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି ଯେ, ସେ ଆମ ପାଖରେ ପହଞ୍ଚିବା ପରେ ୨୪ ଘଣ୍ଟା ବିତିଯାଇଥିଲା । ସେ ବହୁତ ଦୁର୍ବଳ ଥିଲେ ଏବଂ ତାଙ୍କର ଗତି ମଧ୍ୟ ଧୀର ହୋଇଯାଇଥିଲା । ଏହା ଏକ ଷ୍ଟ୍ରୋକ୍ କାରଣରୁ ବୋଲି ଆମେ ସନ୍ଦେହ କରିଥିଲୁ । ମସ୍ତିଷ୍କର ଡାହାଣ ସେରେବେଲମ୍ ଏବଂ ବେକ ପଛରେ ପିଆଇସିଏ ନାମକ ଏକ ଗୁରୁତ୍ୱପୂର୍ଣ୍ଣ ଧମନୀରେ କ୍ଲଟ୍ ଦେଖାଗଲା । ଆପୋଲୋ ହସ୍ପିଟାଲର ଡାକ୍ତର ସୁଧୀର କହିଛନ୍ତି ଯେ କେଶ ଧୋଇବା ସମୟରେ ବେକକୁ ବେସନ ଆଡକୁ ହାଇପରଟେକ୍ସନ୍ ଅର୍ଥାତ୍ ଅଧିକ ପଛକୁ କରିବା ଦ୍ୱାରା ଏହି ଷ୍ଟୋକ୍ ଆସିଛି ।

ସ୍ନାୟୁବିଜ୍ଞାନୀ ଡାକ୍ତର ପ୍ରବୀଣ କୁମାର ଯାଦା ବର୍ଷ ବର୍ଷ ଧରି ଏହି ରୋଗ ଦେଖିଛନ୍ତି ଏବଂ ଚିକିତ୍ସା କରୁଛନ୍ତି । ପ୍ରବୀଣଙ୍କ ଅନୁଯାୟୀ, “ମାଲିସ୍ କଲାବେଳେ ବେକ ଓ ମୁଣ୍ଡକୁ ଜୋରରେ ଦବାଇବା ଦ୍ୱାରା ଏପରି ହୋଇଥାଏ । ବେଳେବେଳେ ମସାଜ ସମୟରେ ମୁଣ୍ଡକୁ ବୁଲାଇବା ବେଳେ ଏକ ଶବ୍ଦ ହୋଇଥାଏ । ଏହା ରକ୍ତ ଯୋଗାଉଥିବା ସ୍ନାୟୁକୁ ପ୍ରଭାବିତ କରିଥାଏ, ଯେଉଁ କାରଣରୁ ଷ୍ଟ୍ରୋକ୍ ହୋଇପାରେ ।’

ଉଲ୍ଲେଖଯୋଗ୍ୟ ଯେ, “ବିୟୁଟି ପାର୍ଲର ଷ୍ଟ୍ରୋକ ସିଣ୍ଡ୍ରୋମ’ ର ପ୍ରଥମ ମାମଲା ୧୯୯୩ ମସିହାରେ ଆମେରିକାରେ ପଞ୍ଜିକୃତ ହୋଇଥିଲା । ସେବେଠାରୁ ଡାକ୍ତରମାନଙ୍କୁ ଏଭଳି ଅନେକ ମାମଲା ଦେଖିବାକୁ ପାଇଛନ୍ତି । ବିଶେଷକରି ପୁରୁଷ ସେଲୁନରେ ଏହି ମାମଲା ସାଧାରଣ ହୋଇଗଲାଣି ।

Get real time updates directly on you device, subscribe now.