ପରକୀୟା ପ୍ରୀତି ହେଲା କାଳ : ପ୍ରେମିକକୁ ଭେଟିବା ପାଇଁ ମନ୍ଦିର ଯାଇଥିଲେ ଭାଉଜ, ଦିଅର ଦେଖିଦେବାରୁ …

ଅଲିଗଡ: ପ୍ରେମ ପ୍ରସଙ୍ଗ ଓ ପରକୀୟା ପ୍ରୀତିର ଅନେକ ମାମଲା ଆପଣ ଦେଖିଥିବେ । ଏପରି କିଛି ସାମାନ୍ୟ ଓ କିଛି ଅଜବ ମାମଲା ଉତ୍ତରପ୍ରଦେଶ ଅଲିଗଡ଼ରୁ ସାମ୍ନାକୁ ଆସିଛି, ଯେଉଁଠାରେ ପ୍ରେମି ସହ ମହିଳାଙ୍କର ବୁଲି ମହଙ୍ଗା ପଡ଼ିଛି । ଯେତେବେଳେ ପ୍ରେମିକ ସହ ମହିଳା ଜଣକ ମନ୍ଦିରରେ ବୁଲୁଥିଲେ, ସେବେ ମହିଳାଙ୍କ ଦିଅର ସେଦୁହିଁଙ୍କୁ ଦେଖିଥିଲେ । ଏହା ପରେ ଯାହା ହେଲା, ତାହାକୁ ଦେଖି ଲୋକଙ୍କ ଭିଡ଼ ଲାଗିଲା । ପ୍ରଥମେ ମାମଲା କ’ଣ ବୋଲି ଜଣାପଡୁନଥିଲା । ତେବେ ଆସନ୍ତୁ ଜାଣିବା କ’ଣ ରହିଛି କାହାଣୀ…

ତେବେ ଭିଡିଓରେ ଦେଖିବାକୁ ମିଳିଛି କି, ମହିଳାଙ୍କୁ ନେଇ ଅଚାନକ୍ ୨ ଯୁବକଙ୍କ ମଧ୍ୟରେ ମାରପିଟ୍ ଆରମ୍ଭ ହୋଇଗଲା । ଦିଅର ନିଜ ଭାଉଜଙ୍କୁ ତାଙ୍କ ପ୍ରେମିକ ସହ ମନ୍ଦିର ପରିସରରେ ହାତ ଧରାଧରି ହୋଇ ବୁଳୁଥିବାର ଦେଖିଦେଲେ । ଆଉ ତା’ ପରେ ୨ ଯୁବକଙ୍କ ମଧ୍ୟରେ ବିଧା, ଗୋଇଠା ଆଦି ମାରପିଟ ଆରମ୍ଭ ହୋଇଗଲା । ଦିଅର ନିଜ ଭାଉଜଙ୍କ ପ୍ରେମିକକୁ ଭୂମିରେ ପକାଇ ମାରିବା ଆରମ୍ଭ କରିଥିଲେ ।

ଏହି ସମୟରେ ଲୋକମାନେ ମଧ୍ୟ ଦର୍ଶକ ଭାବରେ ଦେଖୁଥିଲେ । ତା’ପରେ ସେଠାରେ ଉପସ୍ଥିତ କେହି ଜଣେ ଏହି ଘଟଣାକୁ ଲାଇଭ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହି ଘଟଣାର ଲାଇଭ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛିି । ଝଗଡା ସମୟରେ ମହିଳା ଜଣକ ପ୍ରେମିକକୁ ରକ୍ଷା କରୁଥିବା ଦେଖାଯାଇଥିଲା । ଦୀର୍ଘ ସମୟ ପରେ ଲୋକମାନେ ଏଥିରେ ହସ୍ତକ୍ଷେପ କରି ଉଭୟଙ୍କୁ ଉଦ୍ଧାର କରିଥିଲେ ।

ସୂଚନାନୁସାରେ, ଏହି ଆକ୍ରମଣ ସମ୍ପର୍କରେ ଉଭୟ ପକ୍ଷରୁ ପୋଲିସ ଷ୍ଟେସନରେ କୌଣସି ଅଭିଯୋଗ ହୋଇନାହିଁ । ଅଭିଯୋଗ ହେବା ପରେ ହିଁ ପୋଲିସ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ବର୍ତ୍ତମାନ ସୁଦ୍ଧା ଏହି ଘଟଣା ସମ୍ପର୍କରେ କୌଣସି ଅଭିଯୋଗ ଗ୍ରହଣ କରାଯାଇ ନାହିଁ । ଏଥି ସହିତ ମହିଳାଙ୍କ ହସ୍ତକ୍ଷେପ ପରେ ମାମଲା ଶାନ୍ତ ହୋଇଯାଇଥିଲା । ଏହି ଘଟଣା ଲୋଡା ପୋଲିସ ଷ୍ଟେସନ ପରିସରର ଖେରେଶ୍ୱର ମନ୍ଦିର କମ୍ପେ୍ଲକ୍ସ ନିକଟରେ ଘଟିଥିବା ଜଣାପଡିଛି ।