୩ଜଣ ଯୁବତୀଙ୍କ ପଛରେ ପଡ଼ିଗଲେ ଯୁବକ, କାରରେ କଲେ ଫଲୋ… ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ିଲେ ଯୁବତୀ
ବେଙ୍ଗାଲୁରୁର ରାମେଶ୍ୱରମ ପାଖରେ ଏଭଳି ଘଟଣା ଘଟିଛି।
ବେଙ୍ଗାଲୁରୁ: ସୋସିଆଲ ମିଡିଆରେ ୩ଜଣ ଝିଅଙ୍କ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ମଧ୍ୟ ଚମକି ପଡ଼ିବେ। ଭିଡିଓରେ ଦେଖିବାକୁ ମିଳୁଛି ୩ ଝିଅଙ୍କ ପଛରେ କାର ବସିଥିବା ଅଜଣା ଲୋକ କିପରି ଫଲୋ କରୁଛନ୍ତି।
ବେଙ୍ଗାଲୁରୁର ରାମେଶ୍ୱରମ ପାଖରେ ଏଭଳି ଘଟଣା ଘଟିଛି। ଯେଉଁଠି ଏକ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ପୁରା ଘଟଣାକୁ ତାଙ୍କ କ୍ୟାମେରାରେ ରେକର୍ଡ କରିଛନ୍ତି। ଯାହାକୁ ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।
ଏହି ଭିଡିଓ ଭାଇରାଲ ହେବା ପରେ ମହିଳାଙ୍କ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଭିଡିଓରେ ଦେଖାଯାଉଛି ଯେ ତିନି ଜଣ ଝିଅ ଭୋରରୁ ରାମେଶ୍ୱରମ୍ କାଫେକୁ ଆସନ୍ତି ଏବଂ ତା’ପରେ ସେମାନେ ଜେପି ନଗର ଆଡ଼କୁ ଚାଲିବାକୁ ଆରମ୍ଭ କରନ୍ତି, ଏହା ପରେ ସେମାନେ ଅନୁଭବ କରନ୍ତି ଯେ କେହି ଜଣେ ସେମାନଙ୍କ ପଛେ ପଛେ ଯାଉଛି।
ଭିଡିଓରେ, ଝିଅଟି କହୁଛି ଯେ ପୂର୍ବରୁ ସେହି ତିନି ଜଣ ଦୁର୍ବୃତ୍ତ ସେମାନଙ୍କ ପଛେ ପଛେ ଯାଉଥିଲେ ଏବଂ ଯେତେବେଳେ ସେମାନେ ଏକ ରାପିଡୋ ଅଟୋ ନେଇଥିଲେ, ସେତେବେଳେ ସେମାନେ ତିନି ଜଣ ଏକ କାରରେ ସେମାନଙ୍କୁ ଫଲୋ କରିବାେ ଆରମ୍ଭ କରିଥିଲେ।
ଭିଡିଓରେ ଝିଅଟି କହିଛନ୍ତି ଯେ ସେମାନେ ଆମ ରାପିଡୋ ସମ୍ମୁଖରେ କାର ଅଟକାଇଥିଲେ ଏବଂ ତା’ପରେ ଆମ ପଛେ ପଛେ ଆସିଥିଲେ। ଭିଡିଓରେ ତିନି ଜଣ ଝିଅ ଘଟଣା କହୁଥିବା ଦେଖିବାକୁ ମିଳିଛି। କିନ୍ତୁ ବହୁତ ସମୟ ଧରି ପିଛା କରିବା ପରେ, କାର ଡ୍ରାଇଭର ସେମାନଙ୍କ ରାସ୍ତା ବଦଳାଇ ଦେଲେ ଏବଂ ତା’ପରେ ଝିଅମାନେ ସୁରକ୍ଷିତ ଭାବରେ ସେମାନଙ୍କ ଘରେ ପହଞ୍ଚିଥିଲେ।