“ମୋତେ ନ୍ୟାୟ ଦିଅ… ମୋ ୭ ବର୍ଷର ଝିଅ ପଛରେ ପଡ଼ିଛି ଦିଅର; ତା’ ପ୍ରାଇଭେଟ୍ ପାର୍ଟର ଫଟୋ ଉଠାଇ….
ଥାନାରେ ଅଭିଯୋଗ କଲା ପରେ ପୋଲିସ ହାତବାନ୍ଧି ବସିଛି । ଅଭିଯୁକ୍ତ ଖୁଲମଖୋଲା ବୁଲୁଛି ।
ପାଟନା: ବିହାର ପାଟନାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜଣେ ବିଧବା ମହିଳା ନିଜ ପାଇଁ ଓ ଝିଅର ସୁରକ୍ଷା ପାଇଁ ନ୍ୟାୟ ମାଗୁଛନ୍ତି ।
ପୀଡ଼ିତାଙ୍କ ସ୍ୱାମୀ ୨୦୨୩ରେ ପ୍ରାଣହରାଇଥିଲେ । କୁନି ଝିଅର ଦାୟିତ୍ୱ ୩୬ ବର୍ଷୀୟ ମହିଳାଙ୍କ ଉପରେ ପଡ଼ିଗଲା । ଦିନେ ମା’ ଝିଅ ଶୋଇଥିବାବେଳେ ସମ୍ପର୍କୀୟ ଦିଅର ଆସି ମହିଳଶଙ୍କ ପ୍ରାଇଭେଟ୍ ପାର୍ଟରେ ହାତ ମାରିଥିଲା । ଏହାପରେ ମହିଳାଙ୍କ ନିଦ ଭାଙ୍ଗିଯାଇଥିଲା ।
ମହିଳା ଜଣକ ପାଟି କରିବା ପରେ ତାଙ୍କ ଦିଅର ସେଠାରୁ ଚାଲିଯାଇଥିଲେ । ଏ ନେଇ ଶାଶୁ-ଶଶୁରଙ୍କ କହିବା ପରେ ସେମାନେ କିଛି କହି ନ ଥିଲେ । ପରେ ମହିଳାଜଣକ ଥାନାରେ ଅଭିଯୋଗ କରିଥିଲେ । ହେଲେ ପୋଲିସ ପକ୍ଷରଧ୍ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା ।
ଦିଅର ବାରମ୍ବାର ସମାନ ବ୍ୟବହାର କରୁଥିଲା । ପୀଡ଼ିତା ଝିଅ ମୁହଁକୁ ଚାହିଁ ସବୁ ସହିଯାଉଥିଲେ । କିନ୍ତୁ ଯେତେବେଳେ ଦାଦାର ଖରାପ ଦୃଷ୍ଟି କୁନି ଝିଅ ଉପରେ ପଡ଼ିଲା ମା’ ସହିପାରି ନଥିଲା ।
ଅସୁସ୍ଥ ପୁଅକୁ ମହିଳା ଡାକ୍ତରଖାନା ନେଇ ଯାଇଥିବାବେଳେ ଘରେ ଥିବା କୁନି ଝିଅର ପ୍ରାଇଭେଟ ପାର୍ଟ ଫଟୋ ଦାଦା ଉଠାଉଥିବାର ପଡ଼ୋଶୀ ଦେଖି ମହିଳାଙ୍କୁ କହିଥିଲେ ।
ଏହାପରେ ଦିଅରକୁ ପୀଡ଼ିତା ଯେତେବେଳେ ପଚାରିଲେ ସେ ତାଙ୍କୁ ଜୀବନରୁ ମାରିଦେବ ବୋଲି ଧମକ ଦେଲା । ପରେ ପୀଡ଼ିତା ମହିଳା ଥାନାରେ ଏହାର ଅଭିଯୋଗ କଲେ । ଏ ସଂକ୍ରାନ୍ତରେ ମହିଳା ଆୟୋଗଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତା । ମହିଳାଙ୍କୁ ନ୍ୟାୟ ଦେବା ଲାଗି ଏ ସଂକ୍ରାନ୍ତରେ ଜିଲ୍ଲାପାଳକୁ ସେ ଚିଠି ଲେଖିଥିବା କହିଛନ୍ତି ।