ବିରଳ ଘଟଣା ! ମାତ୍ର ୧୮ ଦିନରେ ମହିଳା ୨ ଥର ଗର୍ଭବତୀ, ଯାହାକୁ ଦେଖି ଉଡ଼ିଲା ଡାକ୍ତରଙ୍କ ହୋସ୍

ପ୍ରକୃତିର ଚମତ୍କାର ଆମକୁ ଅନେକ ସମୟରେ ଆଶ୍ଚର୍ଯ୍ୟ କରିଦିଏ । ଅନେକ ଥର ଏପରି ଘଟଣା ଘଟେ ଯାହା ଆମର ଏବଂ ଡାକ୍ତରଙ୍କ ମଧ୍ୟ କଳ୍ପନା ବାହାରେ ହୋଇଥାଏ । ଅଷ୍ଟ୍ରେଲିଆର ଜଣେ ମହିଳାଙ୍କ ସହ ସମାନ ଘଟଣା ଘଟିଛି ।

ସେ ମାତ୍ର ୧୮ ଦିନ ମଧ୍ୟରେ ଦ୍ୱିତୀୟ ଥର ଗର୍ଭବତୀ ହୋଇଛନ୍ତି । ଡାକ୍ତରମାନେ ଏହା ଦେଖିବା ପରେ ସେମାନେ ମଧ୍ୟ ବୁଝିପାରିଲେ ନାହିଁ । ପରେ ଜଣାପଡିଥିଲା ଯେ ଆଇଭିଏଫ୍ ଚିକିତ୍ସିତ ହେଉଥିବା ମହିଳା ସ୍ୱାଭାବିକ ଭାବରେ ଗର୍ଭବତୀ ହୋଇଥିଲେ । ଏହା ଏକ ବିରଳ ଘଟଣା ।

ଡେଲି ମେଲ୍ ରିପୋର୍ଟ ଅନୁଯାୟୀ, ପର୍ଥ ନିବାସୀ ୩୬ ବର୍ଷିୟ ସାନ୍ଦ୍ରାଙ୍କ ଉଭୟ ଶିଶୁ ଆଇଭିଏଫ୍ ମାଧ୍ୟମରେ ଜନ୍ମ ହୋଇଥିଲେ । ସେ ନିଶ୍ଚିତ ଥିଲେ ଯେ, ସେ ନ୍ୟାଚୁରାଲ ଭାବରେ ଗର୍ଭବତୀ ହୋଇପାରିବେ ନାହିଁ । କାରଣ ଡାକ୍ତରମାନେ ସ୍ପଷ୍ଟ ଭାବେ ମନା କରିଦେଇଥିଲେ । ତେଣୁ ସେ ତୃତୀୟ ସନ୍ତାନ ବିଷୟରେ ଚିନ୍ତା କରି ଅଗଷ୍ଟ ୨୦୨୨ ରେ ଆଇଭିଏଫ୍ ଚିକିତ୍ସା ପାଇଁ ଯାଇଥିଲେ । କିନ୍ତୁ ସେ ଜାଣି ନଥିଲେ ଯେ ତାଙ୍କ ପେଟରେ ଗୋଟିଏ ଶିଶୁ ବଢ଼ୁଛି । ଯେତେବେଳେ ଡାକ୍ତରମାନେ ତାଙ୍କର ପରୀକ୍ଷା କଲେ, ସେମାନେ ଦେଖିଲେ ଯେ ତାଙ୍କ ପେଟରେ ଦୁଇଟି ଭ୍ରୁଣ ଅଛି । ଏହାର ଅର୍ଥ ସେ ଯାଆଁଳା ଛୁଆଙ୍କର ମା ହେବାକୁ ଯାଉଛନ୍ତି । ଏହା କିପରି ହୋଇପାରେ ବୋଲି ଡାକ୍ତରମାନେ ମଧ୍ୟ ବୁଝିପାରିଲେ ନାହିଁ । ବିଶେଷକରି ଆଇଭିଏଫ ଦେଇ ଗତି କରିବରେ ଅର୍ଥ ସବୁକିଛି ବୈଜ୍ଞାନିକ, ତଥ୍ୟ ଉପରେ ଆଧାରିତ ।

ସାନ୍ଦ୍ରା କହିଛନ୍ତି ଯେ, ଆଇଭିଏଫ୍ ଚିକିତ୍ସା ସମୟରେ ତାଙ୍କର କୌଣସି ରିଲେସନ୍ ନଥିଲା, ଅର୍ଥାତ୍ ଏହା ପୂର୍ବରୁ ପିଲାମାନେ ପେଟରେ ଥିଲେ । ପରେ ଉଭୟ ଜନ୍ମ ହୋଇଥିଲେ । ଜନ୍ମ ସମୟରେ ପପି ତିନି କିଲୋଗ୍ରାମ ଥିଲା ଏବଂ ସ୍ତନ୍ୟପାନ କରିବାର କ୍ଷମତା ବିକଶିତ ହୋଇଥିଲା, କିନ୍ତୁ ମାଇକେଲ୍ ମାତ୍ର ଦୁଇ କିଲୋଗ୍ରାମ ଥିଲା । ବୋଧହୁଏ ତାର ବିକାଶ ଏକ ମାସ ପଛରେ ହୋଇଥିଲା । ତଥାପି ଉଭୟ ବର୍ତ୍ତମାନ ସମ୍ପୂର୍ଣ୍ଣ ଭଲ ଅଛନ୍ତି ।

ଅତ୍ୟନ୍ତ ବିରଳ ଘଟଣା :-

ଡାକ୍ତରଙ୍କ ଅନୁଯାୟୀ, ଏହା ଏକ ବିରଳ ଘଟଣା, ଯାହାକୁ ‘ସୁପରଫେଟେସନ୍’ କୁହାଯାଏ । ଦୁନିଆରେ କେବଳ ୧୦ ଟି ସୁପରଫେଟେସନ୍ ମାମଲା ରେକର୍ଡ କରାଯାଇଛି । କୁହାଯାଏ ଏହି ଘଟଣାକୁ ଚିହ୍ନଟ କରାଯାଇପାରେ ନାହିଁ, କାରଣ ଏହାକୁ ଜାଣିବା ଅତ୍ୟନ୍ତ କଷ୍ଟସାଧ୍ୟ । ତେବେ ଏହା ପୂର୍ବରୁ ଆମେରିକାର ଟେକ୍ସାସରେ ରହୁଥିବା ୨୫ ବର୍ଷୀୟ କାରା ୱେନହୋଲ୍ଡ ମାତ୍ର ୫ ଦିନରେ ଦୁଇଥର ଗର୍ଭବତୀ ହୋଇଥିଲେ । ସେ ଉଭୟ ପିଲାଙ୍କୁ ଜନ୍ମ ଦେଇଥିଲେ ଏବଂ ଉଭୟ ସୁସ୍ଥ ଅଛନ୍ତି । ଉଭୟ ପିଲାଙ୍କ ରୂପ ସମାନ, ତଥାପି ଡାକ୍ତରମାନେ ଟେକ୍ନିକାଲ୍ ଭାବରେ ସେମାନଙ୍କୁ ଯାଆଁଳା ବୋଲି କୁହନ୍ତି ନାହିଁ ।